• ବେତାର ବ୍ୟୁରୋ

କନ୍ଧମାଳ ଜିଲ୍ଲାରେ 72ଟି ଶିକ୍ଷା ସହାୟକ ନିଯୁକ୍ତି ବିଜ୍ଞପ୍ତି


(ବେତାର ବ୍ୟୁରୋ) କନ୍ଧମାଳ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଦ୍ଵାରା ପରିଚାଳିତ ବିଭିନ୍ନ ସ୍କୁଲ ଗୁଡିକରେ ଚୁକ୍ତି ଭିତ୍ତିକ ଶିକ୍ଷା ସହାୟକ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଏହି ଚାକିରୀ ଚୁକ୍ତିଭିତ୍ତିକ ଅଟେ। 

ପଦବୀ ସଂଖ୍ୟା

ଚୁକ୍ତିଭିତ୍ତିକ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତିରେ ମୋଟ 72ଟି ପଦ ପ୍ରକାଶ ପାଇଛି। ଏହି ପଦବୀ ଗୁଡିକ ମଧ୍ୟରୁ ବି.ଏସସି.ବି.ଏଡ (B.Sc B.Ed) ପାଇଁ 22ଟି ପଦବୀ, ବି.ଏ.ବି.ଏଡ (B.A B.Ed)  ପାଇଁ 26ଟି ପଦବୀ, +2 ଆର୍ଟ୍ସ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ 12ଟି ଓ +2 ବିଜ୍ଞାନ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ 12ଟି ପଦବୀ ରହିଛି। ପରବର୍ତ୍ତୀ ସମୟରେ ପଦବୀ ସଂଖ୍ୟା କମ ବା ଅଧିକ ହୋଇପାରେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଆବେଦନ ପତ୍ର ଫେବୃୟାରୀ ମାସ 14 ତାରିଖ 2019 ସନ୍ଧ୍ୟା 5ଟା ସୁଦ୍ଧା ସ୍ପିଡ ପୋଷ୍ଟ/ରେଜିଷ୍ଟର ପୋଷ୍ଟ ଜରିଆରେ କନ୍ଧମାଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ କେତେ ଦରମା ପ୍ରଦାନ କରାଯିବ ସେ ବିଷୟରେ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇ ନାହିଁ।

ବୟସସୀମା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ନଭେମ୍ବର 1 ତାରିଖ 2018 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 35ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି,ଏସ.ଇ.ବି.ସି,ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ  କୋହଳ କରାଯିବ। ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ବି.ଏସସି.ବି.ଏଡ (B.Sc B.Ed) ଓ , ବି.ଏ.ବି.ଏଡ (B.A B.Ed) ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଆବଶ୍ୟକ ବିଭାଗରେ ଡିଗ୍ରୀ ପାସ କରିବା ସହିତ ବି.ଏଡ (B.ed) ପାସ କରିଥିବା ଆବଶ୍ୟକ। ଏହା ସହିତ ଶିକ୍ଷା ସହାୟକ ପଦ ପାଇଁ OTET ପାସ କରିଥିବା ଆବଶ୍ୟକ। ସେହିପରି +2 ଆର୍ଟ୍ସ ଓ ବିଜ୍ଞାନ ସହିତ CT ପାସ କରିଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ କନ୍ଧମାଳ ଜିଲ୍ଲାର ଅଫିସିଆଲ ୱେବସାଇଟ www.kandhamal.nic.in ରେ ଲଗଇନ କରି ଆବେଦନ ପତ୍ର ଡାଉନଲୋଡ କରନ୍ତୁ। ସମସ୍ତ ତଥ୍ୟ ପୂରଣ କରିବା ପରେ ଆବଶ୍ୟକୀୟ ପ୍ରମାଣପତ୍ର ଏହାକୁ ସ୍ପିଡପୋଷ୍ଟ କିମ୍ବା ରେଜିଷ୍ଟ୍ରର ପୋଷ୍ଟ ମାଧ୍ୟମରେ (the District Welfare Officer, kandhamal, ST and SC dev. Section,collectorate kandhamal, Pin -762001) ଠିକଣାରେ ପଠାଇ ପାରିବେ।

ଚୟନ ପଦ୍ଧତି

ପ୍ରାର୍ଥୀମାନଙ୍କୁ ସେମାନଙ୍କର ପରୀକ୍ଷାରେ ରଖିଥିବା ମାର୍କ ଅନୁସାରେ ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ କନ୍ଧମାଳ ଜିଲ୍ଲା ଅଫିସିଆଲ ୱେବସାଇଟ www.kandhamal.nic.in ରେ ଲଗଇନ କରନ୍ତୁ।

#jobs #teacherjob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon