• padmabati kund

ନୂଆ ସ୍ମାର୍ଟଫୋନ କିଣିବା ପରେ ସୁରକ୍ଷା ପାଇଁ ତୁରନ୍ତ କରନ୍ତୁ ଏହି 6 କାମ


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଜୀବନର ଏକ ମୁଖ୍ୟ ଅଙ୍ଗ ହୋଇଗଲାଣି। ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ଦିନକୁ ଦିନ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବା ସହିତ ଭିନ୍ନ ଭିନ୍ନ କମ୍ପାନୀ ନୂଆ ନୂଆ ସ୍ମାର୍ଟଫୋନ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଏହି ନୂଆ ସ୍ମାର୍ଟଫୋନ ଗୁଡିକରେ ଉନ୍ନତ ଫିଚର ଆସିବା ସହିତ ଦର୍ଶକମାନଙ୍କୁ ଆକର୍ଷିତ ମଧ୍ୟ କରୁଛି।

ତେବେ ସ୍ମାର୍ଟଫୋନ ବ୍ୟବହାର କରିବା ସହିତ ଏହାର ସୁରକ୍ଷା ପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ। ନୂଆ ସ୍ମାର୍ଟଫୋନ କିଣିବା ପରେ ଏହାର ସୁରକ୍ଷା ପାଇଁ କଣ କଣ କରିବେ ଜାଣନ୍ତୁ।

୧.ଡ଼ିସପ୍ଲେର ସୁରକ୍ଷା: ବେଳେ ବେଳେ ଏପରି ହୋଇଥାଏ ଯେ ଭଲ ପ୍ରିମିୟମ ସ୍ମାର୍ଟଫୋନର ମଧ୍ୟ ଡ଼ିସପ୍ଲେ ଭାଙ୍ଗିଯାଇଥାଏ। ତେଣୁ ସ୍ମାର୍ଟଫୋନର ଡ଼ିସପ୍ଲେର ସୁରକ୍ଷା ପାଇଁ ଏହା ଉପରେ ଏକ ଭଲ କ୍ଵାଲିଟିର ଟେମ୍ପରଡ ଗ୍ଳାସ ପକାନ୍ତୁ। ସାମାନ୍ୟ ସ୍କ୍ରିନ ଗାର୍ଡ ଫୋନର ସ୍କ୍ରିନକୁ କେବଳ ସ୍କ୍ରାଚ ହେବାରୁ ବଞ୍ଚାଇଥାଏ କିନ୍ତୁ ହାତରୁ ଯଦି ଫୋନ ପଡିଯାଏ ତେବେ ଟମ୍ପାରଡ ଗ୍ଳାସ ହିଁ ଡ଼ିସପ୍ଲେକୁ ଫାଟିବାରୁ ରକ୍ଷା କରିଥାଏ।

୨.ବ୍ୟାକ କଭରର ବ୍ୟବହାର କରନ୍ତୁ: ନୂଆ ସ୍ମାର୍ଟଫୋନରେ ସ୍କ୍ରାଚ ପଡିବ ନାହିଁ ସେଥିପାଇଁ ଭଲ କ୍ଵାଲିଟିର ବ୍ୟାକ କଭରର ମଧ୍ୟ ବ୍ୟବହାର କରନ୍ତୁ। ଆଜିକାଲି ବଜାରରେ ଅନେକ ଫ୍ୟାଶନେବଲ ଓ ସୁନ୍ଦର ଦେଖାଯାଉଥିବା କଭର ମିଳୁଛି। ନିଜ ଆବଶ୍ୟକ ଅନୁସାରେ ବ୍ୟାକ କଭର ବା ଫ୍ଲିପ କଭର ବାଛନ୍ତୁ।

୩.ସ୍ମାର୍ଟଫୋନର ବୀମା କରନ୍ତୁ: ଆଜିକାଲି ଅନେକ କମ୍ପାନୀ ସ୍ମାର୍ଟଫୋନର ବୀମା ମଧ୍ୟ କରୁଛନ୍ତି। ମୋବାଇଲ ଯଦି କିଛି ଖରାପ ହୁଏ ତେବେ ଏଥିପାଇଁ ବୀମା କରାଯାଇଥାଏ। ଯଦି ଆଗକୁ ମୋବାଇଲ କିଛି ଖରାପ ହୁଏ ତେବେ ଏହି ବୀମାର ଫାଇଦା ଉଠାଇ ପାରିବେ।

୪.ଆପ ଲକ୍ ର ବ୍ୟବହାର କରନ୍ତୁ: ଆପଣ କେବେବି ଚାହିଁବେନି ଯେ କେହି ଆପଣଙ୍କ ବ୍ୟକ୍ତିଗତ ମେସେଜ, ଫଟୋ ଓ ଅନ୍ୟାନ୍ୟ ଡାଟାକୁ ଦେଖୁ। ଏଥିପାଇଁ ଆପଣ ଆପଲକ୍ ର ବ୍ୟବହାର କରିଥାନ୍ତି। ଏହାକୁ ଆପଣ ଗୁଗୁଲ ପ୍ଲେଷ୍ଟୋରରୁ ଡାଉନଲୋଡ କରିପାରିବେ। ମୋବାଇଲରେ ଥିବା କୌଣସି ନିର୍ଦ୍ଧିଷ୍ଟ ଆପକୁ ଏହାଦ୍ଵାରା ଲକ୍ କରିପାରିବେ।

୫. ଆଣ୍ଟି-ମାଲୱେୟାର ସଫ୍ଟୱେୟାର ବ୍ୟବହାର କରନ୍ତୁ: ମୋବାଇଲ ଫୋନର ସ୍କ୍ରିନର ସୁରକ୍ଷା ପରି ଏହାର ଡାଟାର ସୁରକ୍ଷା ମଧ୍ୟ ଜରୁରୀ। ଏଥିପାଇଁ ନୂଆ ଫୋନ ନେବା ମାତ୍ରେ ଏଥିରେ ଆଣ୍ଟିଭାଇରସ କିମ୍ବା ଡାଟା ସିକ୍ୟୁରୀଟି ସଫ୍ଟୱେୟାର ଇନଷ୍ଟଲ କରନ୍ତୁ।

୬.ଆଣ୍ଡ୍ରଏଡ ଡିଭାଇସ ମ୍ୟାନେଜର ଆକ୍ଟିଭ ରଖନ୍ତୁ: ସ୍ମାର୍ଟଫୋନ ଚୋରି ହୋଇଯିବା ପରେ ଅନେକ ସମସ୍ୟା ହୋଇଥାଏ। ଏହା ସହଜରେ ମିଳିନଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନୂଆ ସ୍ମାର୍ଟଫୋନ ଆଣିବା ମାତ୍ରେ ଏଥିରେ ଆଣ୍ଡ୍ରଏଡ ଡିଭାଇସ ମ୍ୟାନେଜର ଆକ୍ଟିଭ ରଖନ୍ତୁ। ଏହାଦ୍ଵାରା ଆପଣ ମୋବାଇଲର ଲୋକେସନ ସହଜରେ ଜାଣିପାରିବେ।

#mobile #newsmartphone #usefulltips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon