- padmabati kund
ଫ୍ରାଇଡେ ରିଲିଜ : ହାସମୀ, ରାଧିକା ଓ ଗୋବିନ୍ଦାଙ୍କ ଫିଲ୍ମ ଲଢେଇ

(ବେତାର ବ୍ୟୁରୋ) ଚଳିତ ଶୁକ୍ରବାରରେ ବଲିଉଡରେ ରିଲିଜ ହୋଇଥିବା ଫିଲ୍ମ ମଧ୍ୟରେ ରହିଛି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତ ହୋଇଥିବା ଇମ୍ରାନ ହାସମୀଙ୍କ ଅଭିନୀତ ଫିଲ୍ମ ‘ହ୍ଵାଇ ଚିଟ ଇଣ୍ଡିଆ’, ଗୋବିନ୍ଦାଙ୍କ ଅଭିନୀତ ‘ରଙ୍ଗୀଲା ରାଜା’ ଓ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ବମ୍ବେରିୟା’। ଯଦି ଆପଣ ଏହି ଫିଲ୍ମ ଦେଖିବାକୁ ଯୋଜନା କରୁଛନ୍ତି ତେବେ ଜାଣିରଖନ୍ତୁ ଫିଲ୍ମର କାହାଣୀ କିପରି ରହିଛି।
ହ୍ଵାଇ ଚିଟ ଇଣ୍ଡିଆ
ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଛି। ଏଥିରେ ଶିକ୍ଷାବ୍ୟବସ୍ଥାରେ ହେଉଥିବା ବଡ ଧରଣର ଧୋକା ବା ଗଡବଡକୁ ଚିତ୍ରିତ କରାଯାଇଛି। ଇମ୍ରାନ ହାସମୀଙ୍କ ଅଭିନୀତ ଏହି ଫିଲ୍ମରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଥିବା ସମସ୍ୟା ଓ ପରୀକ୍ଷା ସମୟରେ କରାଯାଉଥିବା ଧୋକାକୁ ଦେଖିବାକୁ ମିଳିବ। ଏଥିରେ ଠକ ମଫିଆଙ୍କର ପର୍ଦ୍ଦାଫାସ କରାଯାଇଛି ଯିଏକି ଶିକ୍ଷା ବ୍ୟବସ୍ଥାକୁ ଖରାପ କରିଥାଏ।
ଫିଲ୍ମର କାହାଣୀ ହେଉଛି ରାକେଶ ସିଂ (ରକି)ର ଯିଏକି ପାରିବାରିକ ସମସ୍ୟା କାରଣରୁ ଜଣେ ଠକ ବା ମାଫିଆ ହୋଇଯାଏ। ଭୁଲ ରାସ୍ତାରେ ଯିବା ଆରମ୍ଭ କରିଦିଏ ଓ ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ଠିକ ବୋଲି ଭାବେ। ସେ ଶିକ୍ଷାବ୍ୟବସ୍ଥାରେ ଥିବା ଦୁର୍ବଳତାର ଫାଇଦା ଉଠାଇବାକୁ ଲାଗେ। ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ବୁଦ୍ଧି ଓ ଯୋଗ୍ୟତାକୁ ବ୍ୟବହାର କରି ଧନୀଘରର ପିଲାଙ୍କୁ ପରୀକ୍ଷାରେ ପାସ କରି ତାଙ୍କ ପିତାମାତାଙ୍କ ଠାରୁ ଅର୍ଥ କମାଇଥାଏ। ସେହି ଅର୍ଥରୁ କିଛି ଗରିବ ଛାତ୍ରଙ୍କୁ ଦେଇ ନିଜ ଅପରାଧବୋଧ ଠାରୁ ମୁକ୍ତ ରହିଥାଏ।
ତେବେ ରକିର ଏହି ଠକାମିର ଶିକାର ହୁଏ ଜଣେ ଗରିବ ଛାତ୍ର ସତ୍ତୁ, ଏହାପରେ ସତ୍ତୁର ଭଉଣୀ ମଧ୍ୟ ଏହାର ପ୍ରଭାବରେ ଆସିଥାଏ। ଏହିପରି ଭାବରେ କାହାଣୀ ଆଗକୁ ଆଗେଇଛି। ଅଭିନୟ ବିଷୟରେ କହିଲେ ଇମ୍ରାନ ହାସମୀ ଏଥିରେ ଖୁବ ଭଲ ଅଭିନୟ କରିଛନ୍ତି। ଅନ୍ୟ ସହଯୋଗୀ ଅଭିନେତାଙ୍କ ଅଭିନୟକୁ ମଧ୍ୟ ଦର୍ଶକମାନେ ପସନ୍ଦ କରିଛନ୍ତି। ସୌମିକ ସେନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଇମ୍ରାନ ହାସମୀଙ୍କ ସହିତ ଶ୍ରେୟା ଧନବନ୍ତରୀଙ୍କୁ ଦେଖିବାକୁ ମିଳିଛି।
ବମ୍ବେରିୟା

ରାଧିକା ଆପ୍ତେଙ୍କ ଅଭିନୀତ ଏହି ଫିଲ୍ମର କାହାଣୀ ଆରମ୍ଭ ହୁଏ ଏକ ଛୋଟ ଝୁମ୍ପୁଡି ଘରେ ଲୁଚିthiବା ବୁଢା ଲୋକଠାରୁ, ଯିଏକି ଏକ ପ୍ୟାକ ପ୍ରସ୍ତୁତ କରି ଘର ବାହାରେ ଲୁଚିରହିଥାଏ। ଅନ୍ୟଜଣେ ବ୍ୟକ୍ତି ଆସି ସେହି ବୁଢାଲୋକକୁ ମାରିଦିଏ। ଏହାପରେ ମେଘନା (ରାଧିକା ଆପ୍ତେ)ର ଏଣ୍ଟ୍ରୀ ହୁଏ। ରାସ୍ତାରେ ଯାଉଥିବା ସମୟରେ ମେଘନାର କାହା ସହିତ ଝଗଡା ଆରମ୍ଭ ହୋଇଯାଏ ଓ ଏହାର ସୁଯୋଗ ନେଇ ଅନ୍ୟଜଣେ ବ୍ୟକ୍ତି (ସିଦ୍ଧାନ୍ତ କପୁର) ତାର ମୋବାଇଲ ଓ ସ୍କୁଟର ନେଇ ପଳାଏ। ମେଘନାର ସାହାଯ୍ୟ କରିବା ପାଇଁ ଅଭିଷେକ(ଅକ୍ଷୟ ଓବରୟ) ଆସେ।
ଅନ୍ୟପଟେ ଫିଲ୍ମରେ ଜଣେ ନେତା (ଆଦିଲ ହୁସେନ) ଅଛନ୍ତି ଯିଏକି ଜେଲରେ ବନ୍ଦ ଅଛନ୍ତି। ସେ ସେହି ପ୍ୟାକକୁ ଖୋଜୁଥାଏ ଯାହାକି ପ୍ରଥମରୁ ବୃଦ୍ଧଲୋକ ପାଖରେ ଥିଲା। ଏହିପରି ଭାବରେ ଧୀରେ ଧୀରେ ସେହି ପ୍ୟାକଟି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଯାଏ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପିୟା ସୁକନ୍ୟା।
ରଙ୍ଗିଲା ରାଜା

ବଲିଉଡ ଅଭିନେତା ଗୋବିନ୍ଦାଙ୍କ କମେଡି ଫିଲ୍ମ ‘ରଙ୍ଗୀଲା ରାଜା’ ମଧ୍ୟ ରିଲିଜ ହୋଇଯାଇଛି। ଫିଲ୍ମରେ ଗୋବିନ୍ଦାଙ୍କୁ ଡବଲରୋଲରେ ଦେଖିବାକୁ ମିଳିଛି। ଏଥିରେ ସେ ଜଣେ ଧନୀ ବ୍ୟକ୍ତି ଭୂମିକାରେ ଅଭିନୟ କରିଛନ୍ତି ଓ ଅନ୍ୟଟି ଜଣେ ସାଧୁ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ଗୋବିନ୍ଦାଙ୍କ ବ୍ୟତୀତ ମିଶିକା ଚୌରସିୟା ଓ ଦିଗାଙ୍ଗନା ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଗୋବିନ୍ଦାଙ୍କ ଅଭିନୀତ ଏହି କମେଡି ଫିଲ୍ମର ପ୍ରଯୋଜନା ଦେଇଛନ୍ତି ପହଲାଜ ନିହଲାନୀ। ଦୀର୍ଘ 25ବର୍ଷ ପରେ ଗୋବିନ୍ଦା ଓ ପହଲାଜ ନିହଲାନୀ ଏକାଠି କାମ କରିଛନ୍ତି। ତେବେ ଫିଲ୍ମଟି ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ବୋଲି ଆଶା ରହିଛି।