• padmabati kund

କ୍ରିକେଟ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ଅର୍ଥ ପୁରସ୍କାର ନ ଦେବାରୁ ଗାଭାସ୍କର କ୍ଷୁବ୍ଧ


(ବେତାର ବ୍ୟୁରୋ) ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମେ ଟେଷ୍ଟ ସିରିଜରେ ବିଜୟ ହାସଲ କରିବା ପରେ ଦିନିକିଆ ସିରିଜରେ ବିଜୟ ହାସଲ କରି ଇତିହାସ ରଚନା କରିଛି। ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ କ୍ରିକେଟ ଇତିହାସରେ ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ କୌଣସି ଦ୍ଵିପାକ୍ଷିକ ସିରିଜ ଜିତିଛି। ଏହି ସିରିଜ ବିଜୟ ଭାରତୀୟ ଦଳ ପାଇଁ ଏକ ରେକର୍ଡ ବ୍ୟତୀତ ଅନେକ ଦିଗରୁ ଖାସ ମଧ୍ୟ ଅଟେ। ତେବେ ଦିନିକିଆ ସିରିଜରେ ବିଜୟୀ ଭାରତ ଦଳକୁ ଅଷ୍ଟ୍ରେଲିଆ ତରଫରୁ ଅର୍ଥ ପୁରସ୍କାର ମିଳିନଥିବାରୁ ଭାରତର ପୂର୍ବ ଅଧିନାୟକ ସୁନୀଲ ଗାଭାସ୍କର କ୍ରିକେଟ ଅଷ୍ଟ୍ରେଲିଆକୁ ତୀବ୍ର ସମାଲୋଚନା କରିଛନ୍ତି।

ଦିନିକିଆ ସିରିଜ ଆୟୋଜନ କରି କ୍ରିକେଟ ଅଷ୍ଟ୍ରେଲିଆ ବିପୁଳ ଅର୍ଥ ରୋଜଗାର କରିଥିବା ବେଳେ ସିରିଜ ବିଜୟୀ ଭାରତୀୟ ଦଳକୁ ଅର୍ଥ ପୁରସ୍କାର ପ୍ରଦାନ ନକରିବା ଦୁର୍ଭାଗ୍ୟଜନକ ବୋଲି ଗାଭାସ୍କର କରିଛନ୍ତି।

ତୃତୀୟ ଦିନିକିଆରେ ଚମତ୍କାର ବୋଲିଙ୍ଗ ପ୍ରଦର୍ଶନ କରି ମ୍ୟାନ ଅଫ ଦ ମ୍ୟାଚ ହୋଇଥିବା ଭାରତୀୟ ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲ ଓ ସିରିଜରେ ଭଲ ବ୍ୟାଟିଙ୍ଗ ପ୍ରଦର୍ଶନ କରି ମ୍ୟାନ ଅଫ ଦ ସିରିଜ ଜିତିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ପୁରସ୍କାର ବାବଦରେ 500 ଡଲାର ପ୍ରଦାନ କରାଯାଇଥିଲା। ତେବେ ଏହି ଖେଳାଳୀ ସେହି ରାଶିକୁ ଦାନ କରିଦେଇଥିଲେ। ବିଜୟ ପାଇଁ ଭାରତୀୟ ଦଳକୁ କେବଳ ଟ୍ରଫି ଦିଆଯାଇଥିଲା।

ଏହାକୁ ନେଇ ଗାଭାସ୍କର ଅସନ୍ତୋଷ ବ୍ୟକ୍ତ କରିବା ସହିତ କହିଛନ୍ତି, ସହଆୟୋଜକ କ୍ରିକେଟ ଅଷ୍ଟ୍ରେଲିଆର ପ୍ରସାରଣ ଅଧିକାର ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରିଥିବା ବେଳେ ଖେଳାଳୀଙ୍କୁ ଉପଯୁକ୍ତ ଅର୍ଥ ପୁରସ୍କାର ପ୍ରଦାନ ନକରିବା ହୀନମାନ୍ୟତାର ପରିଚୟ ଅଟେ। ୱିମ୍ବିଲଡନ ଟେନିସ ଚାମ୍ପିୟନସିପର ଉଦାହରଣ ଦେଇ ଗାଭାସ୍କର କହିଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ରାଉଣ୍ଡ ପରେ ଖେଳୁଥିବା ଖେଳାଳୀ 36ଲକ୍ଷ ଟଙ୍କା ପାଉଥିବେ ବେଳେ ଚାମ୍ପିୟନ ଖେଳାଳୀ 21କୋଟି ଟଙ୍କା ପାଉଛନ୍ତି। ଅନ୍ୟପଟେ କ୍ରିକେଟ ଅଷ୍ଟ୍ରେଲିଆ ବିପୁଳ ଅର୍ଥ ରୋଜଗାର କରିମଧ୍ୟ ବିଜୟୀ ଦଳର ଖେଳାଳୀଙ୍କୁ ଅର୍ଥ ପୁରସ୍କାର ପ୍ରଦାନ ନକରିବା ଆଶ୍ଚର୍ଯ୍ୟଜନକ ଅଟେ।

ଏହି ସିରିଜରେ ମହେନ୍ଦ୍ର ସିଂ ଧୋନି ଅନେକ ସମୟ ବ୍ୟବଧାନରେ ନିଜ ଫର୍ମକୁ ଫେରିବା ସହିତ ସମ୍ବେଦନଶୀଳ ବ୍ୟାଟିଙ୍ଗ ପ୍ରଦର୍ଶନ କରିଛନ୍ତି। ଧୋନି ଏହି ସିରିଜରେ ତିନିଟି ମ୍ୟାଚରେ ତିନୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ପ୍ରଥମ ମ୍ୟାଚରେ 96ବଲ ଖେଳି 51ରନ ସଂଗ୍ରହ କରିଥିଲେ। ଏହି ପ୍ରଦର୍ଶନ ପାଇଁ ଅନେକ ଆଲୋଚନା ମଧ୍ୟ କରାଯାଇଥିଲା। କିନ୍ତୁ ଦ୍ଵିତୀୟ ଓ ତୃତୀୟ ଦିନିକିଆ ମ୍ୟାଚରେ ଖୁବ ଭଲ ବ୍ୟାଟିଙ୍ଗ ପ୍ରଦର୍ଶନ କରିଥିଲେ ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ। 

#cricket #sunilgabhaskar #teamindia #cricketaustralia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon