• padmabati kund

ନିର୍ବାଚନୀ ପ୍ରଭାବ : ବାର୍ଦ୍ଧକ୍ୟ ଭତ୍ତା ଟ.୨୦୦ବୃଦ୍ଧି


(ବେତାର ବ୍ୟୁରୋ) ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରଙ୍କ ତରଫରୁ ରାଜ୍ୟରେ ଅନେକ ଯୋଜନା ପରେ ଯୋଜନା ଘୋଷଣା କରାଯାଉଛି। ତେବେ ସାମାଜିକ ସୁରକ୍ଷାକୁ ଗୁରୁତ୍ଵ ଦେଇ କରୁଥିବା ରାଜ୍ୟ ସରକାର ଆଜି ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ବାର୍ଦ୍ଧକ୍ୟ ଭତ୍ତାକୁ ୨୦୦ ଟଙ୍କା ବୃଦ୍ଧି କରାଯାଇଛି।

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ଭତ୍ତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନ କ୍ଷମ ଓ ଅସହାୟ ମହିଳାଙ୍କ ପାଇଁ ମାସିକ ୨୦୦ ଟଙ୍କା ଭତ୍ତା ବୃଦ୍ଧି କରିଛନ୍ତି । ଫଳରେ ୩୦୦ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ମାନେ ଆଗକୁ ୫୦୦ଟଙ୍କା ପାଇବେ । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ମାସିକ ୭00 ଟଙ୍କା ଭତ୍ତା ପାଇବେ । ଆଗାମୀ ଫେବୃଆରୀ ୧୫ ତାରିଖରୁ ମଧୁବାବୁ ପେନସନ ଯୋଜନାରେ ଏହି ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏଥିପାଇଁ ଆଜି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ୧୦ଟି ଜିଲ୍ଲା ପାଇଁ ୪୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୦୬ଟି ବ୍ଲକରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ପହଞ୍ଚି ପାରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି  ।

ଭତ୍ତା ବୃଦ୍ଧି ଘୋଷଣା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ରାଜ୍ୟର ସବୁ ହିତାଧିକାରୀ ସାମାଜିକ ସୁରକ୍ଷା ପାଇବା ଉଚିତ। ଆଉ ଏହାକୁ ଦୃଷ୍ଟରେ ରଖି ମଧୁବାବୁ ପେନସନ ଯୋଜନାରେ ଅଧିକ ୫ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି । ଗରିବ କଲ୍ୟାଣ ଯୋଜନା ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ ।‘

ସରକାରଙ୍କ ଏହି ଘୋଷଣା ପରେ ରାଜ୍ୟର ୪୮ ଲକ୍ଷ ଗରିବ ବୁଢ଼ାବୁଢ଼ୀ, ଭିନ୍ନକ୍ଷମ, ବିଧବା ଓ ଅସହାୟ ମହିଳା ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଯୋଗୁଁ ଉପକୃତ ହୋଇପାରିବେ। ତେବେ ନିର୍ବାଚନକୁ ଆଖି ଆଗରେ ରଖି ନିକଟରେ ସରକାର ‘କାଳିଆ’, ‘ପିଠା’ ଓ ‘ମୋ ଗେହ୍ଲା ଝିଅ’ ଆଦି ଯୋଜନା ଆରମ୍ଭ କରିଛନ୍ତି।

#pension

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon