• padmabati kund

ପୁରୁଷଙ୍କ ପାଇଁ : ଶୀତଦିନେ ଷ୍ଟାଇଲିସ ଦେଖାଯିବା ପାଇଁ ଆପଣାନ୍ତୁ ଏହି ଟିପ୍ସ


(ବେତାର ବ୍ୟୁରୋ)ଶୀତଦିନେ ଷ୍ଟାଇଲିସ ଲୁକ ପାଇବା ପାଇଁ ପୁଅମାନେ ସଧାରଣତଃ ବେଶୀ କିଛି କରୁନଥିଲେ ମାତ୍ର ବର୍ତ୍ତମାନ ଆଉ ସେପରି ସମୟ ନାହିଁ। ମହିଳା ମାନଙ୍କ ପରି ପୁରୁଷମାନେ ମଧ୍ୟ ଷ୍ଟାଇଲିସ ଦେଖାଯିବା ପାଇଁ ବହୁତ କିଛି କରୁଛନ୍ତି। ଅନ୍ୟ ସମସ୍ତ ୠତୁ ଅପେଷା ଶୀତଦିନେ ନିଜ ଶରୀରର ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ। ଏହି ସମୟରେ ଅତ୍ୟଧିକ ଥଣ୍ଡା ପଡିବାରୁ ଓ ପାଣିପାଗରେ ପରିବର୍ତ୍ତନ ହେବାରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥାଏ।

ତେବେ ପୁରୁଷମାନେ ଶୀତଦିନେ ଷ୍ଟାଇଲିସ ଲୁକ ପାଇବା ପାଇଁ କିଛି ସହଜ ଓ ଜରୁରୀ ଟିପ୍ସ ବିଷୟରେ ଜାଣିରଖନ୍ତୁ।  ୧.ଜ୍ୟାକେଟ ଓ ବ୍ଲେଜର ବ୍ୟତୀତ ଶ୍ଵେଟର ଦେବ ଷ୍ଟାଇଲିସ ଲୁକ : ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ପୁରୁଷମାନେ ଜ୍ୟାକେଟ ଓ ବ୍ଲେଜରର ବ୍ୟବହାର କରିଥାନ୍ତି। ଏହା ଏକ ଷ୍ଟାଇଲିସ ଲୁକ ମଧ୍ୟ ଦେଇଥାଏ। ତେବେ ବର୍ତ୍ତମାନ ସ୍ଵେଟର ଫ୍ୟାଶନ ଟ୍ରେଣ୍ଡ ରେ ଚାଲିଛି। ଗୋଳେଇ ବେକ ଥିବା ସ୍ଵେଟର ଅଧିକ ଷ୍ଟାଇଲିସ ଲୁକ ଦେଇଥାଏ। ଚେକ୍ ପ୍ରିଣ୍ଟ ଓ ଗୋଟିଏ ରଙ୍ଗର ସ୍ଵେଟର ସହିତ ଲମ୍ବା ଜ୍ୟାକେଟ ବା ବ୍ଲେଜର ମଧ୍ୟ ପିନ୍ଧି ପାରିବେ। ୨.ମେଜ୍ ବୁଟ୍ସ : ବର୍ତ୍ତମାନ ବଜାରରେ ମେଜ୍ ବୁଟ୍ସର ଅନେକ ଚାହିଦା ରହିଛି। ନିଜ ପାଇଁ ଏହି ପରି ବୁଟ୍ସ ର ଚୟନ କରିପାରିବେ। ଏହି ବୁଟ୍ସ କେବଳ ଟ୍ରାଉଜର ନୁହେଁ ବରଂ ବୁଟ୍ସ ସହିତ ମଧ୍ୟ ବହୁତ ଭଲ ଲାଗିଥାଏ। ଏହାକୁ କୌଣସି ପାର୍ଟି ସହିତ ଅଫିସକୁ ମଧ୍ୟ ପିନ୍ଧି ଯାଇପାରିବେ। ୩.ଓଭରକୋଟ ବ ଲମ୍ବା ଜ୍ୟାକେଟ ପିନ୍ଧନ୍ତୁ: ଶୀତଦିନେ ଥଣ୍ଡାରେ ବାହାରେ ବୁଲିବା ପାଇଁ ଓଭରକୋଟ ବା ଲମ୍ବା ଜ୍ୟାକେଟ ପିନ୍ଧନ୍ତୁ। ଓଭରକୋଟ ବାଛିବା ସମୟରେ ନିଜ ଉଚ୍ଚତା ଓ ଓଜନ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ, ନଚେତ ଏହା ଆପଣଙ୍କ ଲୁକକୁ ଖରାପ କରିଦେବ। ୪.ଦାଢ଼ିର ଯତ୍ନ ନିଅନ୍ତୁ: ଆଜିକାଲି ପୁରୁଷ ମାନଙ୍କ ମଧ୍ୟରେ ବହଳିଆ ଦାଢ଼ି ରଖିବାର ଟ୍ରେଣ୍ଡ ଚାଲିଛି। ଷ୍ଟାଇଲିସ ଲୁକ ପାଇଁ ଅଧିକାଂଶ ପୁରୁଷ ଦାଢ଼ି ରଖିବାକୁ ପସନ୍ଦ କରୁଛନ୍ତି। ତେବେ ଏହି ଦାଢ଼ି ରଖିବା ସହିତ ଶୀତଦିନେ ଏହାର ଯତ୍ନ ନେବା ମଧ୍ୟ ଜରୁରୀ।  ୫. ଅଧିକ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ : ଶୀତଦିନେ ଦାଢ଼ି ଓ ତ୍ୱଚାରେ ଅଧିକ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ। ଅଧିକ ଗରମ ପାଣି ଦାଢ଼ିକୁ ଟାଣ କରିଦେଇ ଥାଏ ଓ କେଶ ମୂଳରେ ଥିବା ପ୍ରାକୃତିକ ପୋଷାକ ତତ୍ତ୍ୱ ମଧ୍ୟ କମ ହୋଇଥାଏ।

୬. ଦାଢ଼ିକୁ ଶୁଖିଲା ରଖନ୍ତୁ: ଶୀତଦିନେ ଦାଢ଼ିକୁ ସବୁବେଳେ ଶୁଖିଲା ରଖନ୍ତୁ। ଦାଢ଼ିକୁ ଅଧିକ ସମୟ ପର୍ଯ୍ୟନ୍ତ ଓଦା ରଖନ୍ତୁ ନାହିଁ। ଏଥିପାଇଁ ଗାଧୋଇବା ପରେ ଦାଢ଼ିକୁ ଟାୱେଲ ସାହାଯ୍ୟ ରେ ଭଲ ଭାବରେ ପୋଛି ଦିଅନ୍ତୁ ଓ ମଶ୍ଚୁରାଇଜର ଲଗାନ୍ତୁ। ୭. ସଠିକ ଭାବରେ ଶାମ୍ପୋର ବ୍ୟବହାର କରନ୍ତୁ : ଦାଢ଼ିକୁ ସଫା ରଖିବା ପାଇଁ ଏହାକୁ ଶାମ୍ପୋ କରିବା ଉଚିତ। କିନ୍ତୁ ବହୁତ ମାତ୍ରାରେ ଶାମ୍ପୋ କରିବା ମଧ୍ୟ ଠିକ ନୁହେଁ। ଶାମ୍ପୋ ଲଗାଇବା ସହିତ କଣ୍ଡିଶନର ମଧ୍ୟ ଲଗାନ୍ତୁ। ସପ୍ତାହକୁ ଦୁଇତିନିଥର ଶାମ୍ପୋ ଓ ଚାରି ପାଞ୍ଚ ଥର କଣ୍ଡିଶନର ଲଗାନ୍ତୁ। ଏହାସହିତ ଦାଢ଼ିକୁ ମସାଜ ମଧ୍ୟ କରନ୍ତୁ।

#mensfashion #wintercare

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon