• padmabati kund

ସାପ୍ତାହିକ ଟିଭି ରେଟିଙ୍ଗ : କପିଲ ଶର୍ମା ଶୋ’କୁ ପଛରେ ପକାଇଲା ‘ଖତରୋ କେ ଖିଲାଡ଼ି 9’


(ବେତାର ବ୍ୟୁରୋ) ଟେଲିଭିଜନ ଦର୍ଶକଙ୍କ ପସନ୍ଦ କେତେବେଳେ ବଦଳି ଯାଇଥାଏ ତାହା କହିବା ଅସମ୍ଭବ। ଏଥିପାଇଁ ଟିଭିରେ ପ୍ରସାରିତ କପିଲ ଶର୍ମାଙ୍କ କମେଡି ଶୋ’ କୁ ପଛରେ ପକାଇ ଏଥର ରୋହିତ ଶର୍ମାଙ୍କ ଷ୍ଟଣ୍ଟ ଶୋ’ ‘ଖତରୋ କେ ଖିଲାଡ଼ି 9’ ଟିଆରପି ତାଲିକାରେ ପ୍ରଥମ ସ୍ଥାନରେ ରହିଛି।

ବ୍ରୋଡକାଷ୍ଟ ରିସର୍ଚ୍ଚ ଇଣ୍ଡିଆ କାଉନସିଲ (BARC) ତରଫରୁ ଚଳିତ ବର୍ଷର ଦ୍ଵିତୀୟ ସପ୍ତାହର ରେଟିଙ୍ଗ ଜାରି କରାଯାଇଛି। ଏହି ରେଟିଙ୍ଗ ଅନୁଯାୟୀ ସେଲିବ୍ରିଟି ମାନଙ୍କ ମନରୁ ଡରକୁ ଦୂର କରୁଥିବା ରୋହିତ ଶେଟ୍ଟୀଙ୍କ ଶୋ’ ‘ଖତରୋ କେ ଖିଲାଡ଼ି 9’ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଏହି ଶୋ’ କୁ 9761 ଇମ୍ପ୍ରେସନ ମିଳିଛି। ବର୍ଷର ପ୍ରଥମ ସପ୍ତାହରେ ଷ୍ଟାର ସ୍କ୍ରିନ ଆୱାର୍ଡ ପ୍ରଥମ ସ୍ଥାନରେ ରହିଥିଲା।

କଲର୍ସ ଚ୍ୟାନେଲରେ ପ୍ରସାରିତ ଏହି ଶୋ’ରେ ସେଲିବ୍ରିଟି ମାନଙ୍କୁ ଅନେକ ଭୟାନକ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଥାଏ। ‘ଖତରୋ କେ ଖିଲାଡ଼ି’ର ଏହି ନବମ ସିଜିନରେ ଶ୍ରୀସନ୍ଥ, ଭାରତୀ ସିଂ, ହର୍ଷ ଲିମ୍ବାଚିୟା, ରିଧିମା ପଣ୍ଡିତ, ଅଲ୍ଲୀ ଗୋନି, ଜୈନ ଇମ୍ମାମ, ଜସ୍ମିନ, ଅଭିକା ଗୌର, ଆଦିତ୍ୟ ନାରାୟଣ, ପୁନୀତ ପାଠକ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି। ଭୟାନକ ଷ୍ଟଣ୍ଟ ସହିତ ଭାରତୀଙ୍କ କମେଡି ପାଇଁ ଏହି ଶୋ’ ଟି ପ୍ରଥମ ସପ୍ତାହରୁ ଦର୍ଶକଙ୍କ ପସନ୍ଦ ହୋଇପାରିଛି।

ତାଲିକାରେ ଦ୍ଵିତୀୟ ସ୍ଥାନରେ କପିଳ ଶର୍ମାଙ୍କ ଶୋ’ ‘ଦ କପିଳ ଶର୍ମା ଶୋ’ ରହିଛି। କପିଳଙ୍କ ଶୋ’ କୁ ବର୍ଷର ଦ୍ଵିତୀୟ ସପ୍ତାହରେ 9119 ଇମ୍ପ୍ରେସନ ମିଳିଛି। ପ୍ରଥମ ସପ୍ତାହରେ ମଧ୍ୟ ଏହା ଦ୍ଵିତୀୟ ସ୍ଥାନରେ ରହିଥିଲା ଓ 8123 ଇମ୍ପ୍ରେସନ ମିଳିଥିଲା। କପିଳଙ୍କ ଶୋ’ରେ ଦ୍ଵିତୀୟ ସପ୍ତାହରେ ଅତିଥି ଭାବେ ସଲମାନ ଖାନଙ୍କ ପରିବାରକୁ ଦେଖିବାକୁ ମିଳିଥିଲା।

ତାଲିକାରେ ତୃତୀୟ ସ୍ଥାନରେ ଏକତା କପୁରଙ୍କ ଧାରାବାହିକ ‘ନାଗିନ 3’ ରହିଛି। ଏହି ଧାରାବାହିକକୁ 8998 ଇମ୍ପ୍ରେସନ ମିଳିଛି। ଚତୁର୍ଥ ସ୍ଥାନରେ ଡ୍ୟାନ୍ସିଙ୍ଗ ଶୋ’ ‘ସୁପର ଡ୍ୟାନ୍ସର ଚାପ୍ଟର 3’ ରହିଛି। ଏହି ଶୋ’ କୁ 7407 ଇମ୍ପ୍ରେସନ ମିଳିଛି। ପଞ୍ଚମ ସ୍ଥାନରେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ‘କୁଣ୍ଡଳୀ ଭାଗ୍ୟ’ ରହିଛି ଓ ଏହି ଧାରାବାହିକକୁ 6512 ଇମ୍ପ୍ରେସନ ମିଳିଛି।

‘ତାରକ ମେହେତାଙ୍କ ଉଲ୍ଟା ଚଷମା’ ତାଲିକାରେ ଷଷ୍ଠ ସ୍ଥାନରେ ରହିଥିବା ବେଳେ, ସପ୍ତମ ସ୍ଥାନରେ ‘ୟେ ରିସ୍ତା କ୍ୟା କେହେଲାତା ହେ’, ଅଷ୍ଟମ ସ୍ଥାନରେ ‘ଶକ୍ତି : ଅସ୍ତିତ୍ତ୍ଵ କି ଏହେସାସ’, ନବମ ସ୍ଥାନରେ ‘ରାଧାକୃଷ୍ଣ’ ଓ ଦଶମ ସ୍ଥାନରେ ‘କୁମକୁମ ଭାଗ୍ୟ’ ରହିଛି।

#tvrating #khatronkekhiladi9

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon