• ବେତାର ବ୍ୟୁରୋ

ଇଞ୍ଜିନିୟରଙ୍କ ପାଇଁ ଭାରତୀୟ ରେଳରେ 220 ଟ୍ରେନି ପଦବୀ


(ବେତାର ବ୍ୟୁରୋ) ଭାରତୀୟ ରେଳ ବିଭାଗ ଅଧୀନରେ ଥିବା ଇଣ୍ଟେଗ୍ରାଲ କୋଚ ଫାକ୍ଟ୍ରୀ (ICF) ତରଫରୁ ଇଞ୍ଜିନିୟରିଙ୍ଗରେ ଗ୍ରାଜୁଏଟ ଓ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ଚେନ୍ନାଇ ଠାରେ ଆପ୍ରେଣ୍ଟିସ ଟ୍ରେନିଂ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଜାନୁୟାରୀ 21 ତାରିଖରୁ ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଫେବୃୟାରୀ 6 ତାରିଖ ପର୍ଯ୍ୟନ୍ତ ରହିଛି। ନ୍ୟାସିନାଲ ଆପ୍ରେଣ୍ଟିସ ଟ୍ରେନିଂ ସ୍କିମ (NATS)ରେ ନାମପଞ୍ଜୀକରଣ କରିବାର ଶେଷ ତାରିଖ ଫେବୃୟାରୀ 4 ତାରିଖ ପର୍ଯ୍ୟନ୍ତ ରହିଛି।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 220ଟି ପଦବୀ ପ୍ରକାଶ ପାଇଛି ସେଥିମଧ୍ୟରୁ ଗ୍ରାଜୁଏଟ ଆପ୍ରେଣ୍ଟିସ ପାଇଁ 100ଟି ପଦବୀ ଓ ଡିପ୍ଲୋମା ଆପ୍ରେଣ୍ଟିସ ପାଇଁ 120ଟି  ପଦବୀ ରହିଛି। ମୋଟ 220ଟି ଆପ୍ରେଣ୍ଟିସ ପଦ ମଧ୍ୟରୁ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଙ୍ଗ ପାଇଁ 70ଟି ପଦବୀ ଓ ମେକାନିକାଲ ଇଞ୍ଜିନିୟରିଙ୍ଗ ପାଇଁ 150ଟି ପଦବୀ ରହିଛି।

ଷ୍ଟାଇପେଣ୍ଡ

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଗୋଟିଏ ବର୍ଷ ପାଇଁ ଟ୍ରେନିଙ୍ଗ ଦିଆଯିବ। ଏହି ଟ୍ରେନିଙ୍ଗ ସମୟରେ ଗ୍ରାଜୁଏଟ ଆପ୍ରେଣ୍ଟିସ ପ୍ରାର୍ଥୀଙ୍କୁ ମାସିକ ଟ.4984 ଓ ଡିପ୍ଲୋମା ଆପ୍ରେଣ୍ଟିସ ପ୍ରାର୍ଥୀଙ୍କୁ ଟ.3542 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଆପ୍ରେଣ୍ଟିସ ନିୟମ ଅନୁଯାୟୀ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ଆବେଦନ କରିବାକୁ ଚାହୁଥିବା ପ୍ରାର୍ଥୀ ଇଞ୍ଜିନିୟରିଙ୍ଗ ଓ ଟେକ୍ନୋଲୋଜିରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ସେହିପରି ଡିପ୍ଲୋମା ଆପ୍ରେଣ୍ଟିସ ପାଇଁ ଇଞ୍ଜିନିୟରିଙ୍ଗ ଓ ଟେକ୍ନୋଲୋଜିରେ ଡିପ୍ଲୋମା ପାସ କରିଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରଥମେ ନ୍ୟାସିନାଲ ଆପ୍ରେଣ୍ଟିସ ଟ୍ରେନିଂ ସ୍କିମ (NATS)ରେ ନାମପଞ୍ଜୀକରଣ କରିବାକୁ ପଡିବ। ଏଥିପାଇଁ www.mhrdnats.gov.in ରେ ଲଗଇନ କରନ୍ତୁ। ‘Enroll’ ଅପ୍ସନ ଉପରେ କ୍ଲିକ କରିବା ପରେ ଆପ୍ଲିକେଶନ ଫର୍ମକୁ ପୂରଣ କରନ୍ତୁ। ଏହାପରେ ଆପଣଙ୍କୁ ଏକ ସ୍ଵତନ୍ତ୍ର Enrolment Number ମିଳିବ। ଏହାପରେ ‘login’ ଉପରେ କ୍ଲିକ କରନ୍ତୁ ଓ ଏହାପରେ ‘Establishment Request Menu’ ଉପରେ କ୍ଲିକ କରନ୍ତୁ। ନିଜର resume ଅପଲୋଡ କରନ୍ତୁ ଓ Establishment Name ବାଛନ୍ତୁ। ଏହି ସ୍ଥାନରେ ‘Integral Coach Factory’ ସର୍ଚ୍ଚ କରନ୍ତୁ ଓ ଏହାପରେ apply କରନ୍ତୁ।  ଏହାବ୍ୟତୀତ http://www.icf.indianrailways.gov.in ରେ  ମଧ୍ୟ ଆବେଦନ କରିପାରିବେ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ  ଇଣ୍ଟେଗ୍ରାଲ କୋଚ ଫାକ୍ଟ୍ରୀର ଅଫିସିଆଲ ୱେବସାଇଟ www.icf.indianrailways.gov.in ରେ ଲଗଇନ କରନ୍ତୁ।

#jobs #aprentice

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon