• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ଜାଣନ୍ତୁ ବୁଧ ଚଳନ, ପୂର୍ଣ୍ଣିମାର ପ୍ରଭାବ


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

(ବେତାର ବ୍ୟୁରୋ) ଜ୍ୟୋତିଷଶାସ୍ତ୍ର ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଉପରେ ନିର୍ଭର କରିଥାଏ। ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ବଦଳିବା ସହିତ ଜ୍ୟୋତିଷ ଗଣନା ମଧ୍ୟ ବଦଳି ଥାଏ। ଏହି ସପ୍ତାହ ଆରମ୍ଭ ଆଗରୁ ବୁଦ୍ଧି, ଜ୍ଞାନ, ବ୍ୟାପାର ଓ ଶିକ୍ଷାର ମୁଖ୍ୟ ଗ୍ରହ, ବୁଧ ଗ୍ରହ ଜାନୁୟାରୀ 20 ତାରିଖ ରବିବାର ରାତି 8.54ମିନିଟରେ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଛନ୍ତି। ବୁଧଗ୍ରହ ମକର ରାଶିରେ ଫେବୃୟାରୀ 7 ତାରିଖ ପର୍ଯ୍ୟନ୍ତ ରହିବେ। ଏହା ସହିତ ଚଳିତ ସପ୍ତାହ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହେଉଛି। ଏ ସମସ୍ତ ମହାଜାଗତିକ ଘଟଣା ସମସ୍ତ ରାଶି ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା।

ମେଷ: ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମାନସିକ ଦୁଃଶ୍ଚିନ୍ତା ବଢିବ। କର୍ମକ୍ଷେତ୍ରରେ ସାବଧାନତାର ସହ କାମ କରନ୍ତୁ। ଆପଣଙ୍କ ଉପରେ କୌଣସି ମିଥ୍ୟା ଅଭିଯୋଗ ଲାଗିପାରେ। ସ୍ୱାସ୍ଥ୍ୟରେ ଅବନତି ଘଟିବ। ଶତ୍ରୁଙ୍କ ଉପରେ ଜୟଲାଭ କରିବେ।

ବୃଷ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଯାତ୍ରା ସମୟରେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ କିନ୍ତୁ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ନିଜ କାମ କରିବା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ରୁହନ୍ତୁ ନାହିଁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ସଫଳତା ପାଇବେ।

ମିଥୁନ: ପରିବାର ମଧ୍ୟରେ କୌଣସି କଥାକୁ ନେଇ ସମସ୍ୟା ଦେଖାଦେବ। ଖାସକରି ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ। ପରିବାର ମଧ୍ୟରେ ହସଖୁସି ଭରିଯିବ ଓ ମାନସିକ ଶାନ୍ତି ପାଇବେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମର ସୁଫଳ ମିଳିବ।

କର୍କଟ: ଏହି ସପ୍ତାହରେ ମାନସିକ ଦୁଃଶ୍ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟରେ ମଧ୍ୟ ଅବନତି ଘଟିପାରେ। କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ଭାଗ୍ୟ ଆପଣଙ୍କ ସହିତ ରହିବ ଏଥିପାଇଁ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ସପ୍ତାହଟି ବହୁତ ଭଲ ରହିବ। ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ।

ସିଂହ: ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ଶତ୍ରୁଙ୍କୁ ହରାଇବେ। ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବାକୁ ପଡିବ ଓ ଗାଡି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି କଥା କହିବ ଆଗରୁ ଭଲ ଭାବରେ ଭାବନ୍ତୁ। ଆୟ ବୃଦ୍ଧି ପାଇବ।

କନ୍ୟା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ। ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ଚାକିରୀରେ ପରିବର୍ତ୍ତନ କରିପାରନ୍ତି। ନିଜସ୍ଵ ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭବାନ ହେବେ। ସନ୍ତାନଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଦେବ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

ତୁଳା: ନିଜ ଭୁଲ ପାଇଁ ଅସୁବିଧାରେ ପଡ଼ିପାରନ୍ତି। ଭୁଲ ନିଷ୍ପତ୍ତି ନେବେ ଓ ଏଥିପାଇଁ କର୍ମକ୍ଷେତ୍ରରେ ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ। ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ। ହଠାତ ବ୍ୟୟ ବୃଦ୍ଧି ପାଇବ।

ବିଛା: କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା ଯୋଗ ରହିଛି। ପରିବାର ମଧ୍ୟରେ ସବୁକିଛି ଠିକଠାକ ରହିବ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ସଚ୍ଚୋଟତାର ସହ କରନ୍ତୁ। ସାମାନ୍ୟ ଭୁଲ ପାଇଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

ଧନୁ: କର୍ମକ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି। ସପ୍ତାହର ଶେଷ ଭାଗରେ ଆର୍ଥିକ ଲାଭ ମିଳିପାରେ। ପରିବାର ମଧ୍ୟରେ କଳହ ଦେଖାଦେଇପାରେ। ସନ୍ତାନଙ୍କୁ ନେଇ ଖୁସି ଖବର ଶୁଣି ପାରନ୍ତି। ନୂତନ ଜମି କ୍ରୟ କରିବେ।

ମକର: ବ୍ୟବସାୟରେ ସଚେତନ ରୁହନ୍ତୁ ଓ ପାର୍ଟନର ସହିତ ଭଲ ସମ୍ପର୍କ ରଖନ୍ତୁ। ଏହି ସପ୍ତାହରେ ଆପଣଙ୍କ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ସ୍ୱାସ୍ଥ୍ୟପ୍ରତି ଯତ୍ନ ନେବାକୁ ପଡିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟ ବହୁତ ଶୁଭ ଅଟେ ଓ ପରିଶ୍ରମର ସୁଫଳ ପାଇବେ।

କୁମ୍ଭ: ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ ଓ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ନିଜ କମ ପାଇଁ ପ୍ରଶଂସିତ ହେବେ ଓ ସିନିୟର ଅଧିକାରୀଙ୍କ ସହିତ ସୁସମ୍ପର୍କ ରଖନ୍ତୁ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇପାରନ୍ତି।

ମୀନ: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ବ୍ୟୟ ବୃଦ୍ଧି ପାଇବ ଓ କୌଣସି ସ୍ଥାନକୁ ବୁଲିବାକୁ ଯିବାକୁ ଯୋଜନା କରିବେ। ଅର୍ଥ ଉପାର୍ଜନ ପାଇଁ ଖରାପ ରାସ୍ତା ବାଛନ୍ତୁ ନାହିଁ, ଏହାର ଫଳ ସ୍ୱରୂପ ଆଗକୁ ଅନେକ ଅସୁବିଧା ଭୋଗ କରିପାରନ୍ତି।

#astrosage #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon