• padmabati kund

ସାବଧାନ୍ ! ଏହି 2 ଆପ୍ ଚୋରାଇ ନେଇପାରେ ଆପଣଙ୍କ ବ୍ୟାଙ୍କିଙ୍ଗ ତଥ୍ୟ


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଆଣ୍ଡ୍ରଏଡ ସ୍ମାର୍ଟଫୋନରୁ ତଥ୍ୟ ବା ଡାଟା ହ୍ୟାକ କରିବାର ଅନେକ ଖବର ସାମନାକୁ ଆସୁଛି । ଦିନକୁ ଦିନ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବା ସହିତ ମୋବାଇଲ ଗୁଡିକୁ ହ୍ୟାକ କରି ବ୍ୟକ୍ତିଗତ ତଥ୍ୟ ଚୋରିହେବା ଘଟଣା ମଧ୍ୟ ବଢିବାରେ ଲାଗିଛି।

ତେବେ ଆଣ୍ଡ୍ରଏଡ ମୋବାଇଲରେ ମାଲୱେୟାର ତଥା ଭାଇରସ ପ୍ରବେଶ କରିବା ଦ୍ଵାରା ନିଜସ୍ଵ ତଥ୍ୟ ଚୋରି ହେବାର ଡର ରହିଥାଏ। ଏହି ଭାଇରସ ଗୁଡିକ ମୋବାଇଲରେ ବ୍ୟବହାର କରୁଥିବା ଆପ ମାଧ୍ୟମରେ ମୋବାଇଲରେ ପ୍ରବେଶ କରିଥାଏ। ନିକଟରେ ଏହିପରି ଦୁଇଟି ଆପ ବିଷୟରେ ସୂଚନା ମିଳିଛି ଯାହା ଜରିଆରେ ଆପଣଙ୍କ ମୋବାଇଲରେ ଏହି ଭାଇରସ ପ୍ରବେଶ କରିଥାଏ।

ଏହି ଦୁଇଟି ଆପର ନାମ ହେଉଛି Currency Converter ଓ Battery Savermobi। ମୋବାଇଲ ସିକ୍ୟୁରୀଟି ବିଷୟରେ ଖବର ପ୍ରକାଶିତ କରୁଥିବା ମାଗାଜିନ ‘ଟ୍ରେଣ୍ଡ୍ସ ମାଇକ୍ରୋ’ର ସୂଚନା ମୁତାବକ, ଏହି ଦୁଇଟି ଆପ ଜରିଆରେ ଆପଣଙ୍କ ମୋବାଇଲ ନିଜ ସ୍ଥାନରୁ ହଲିବା ମାତ୍ରେ ଏହି ଭାଇରସଟି ଖେଳାଇ ହୋଇଯାଇଥାଏ। ଏହି ଭାଇରସର ନାମ ହେଉଛି ‘Anubis Trojan’।

କିପରି ଆସେ 'ଭାଇରସ'

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ‘Trojan’ ଭାଇରସ ଆପେ ଆପେ ଆପଣଙ୍କ ଫୋନରେ ଖେଳାଇ ହୋଇନଥାଏ। ଯେଉଁମାନେ ନିଜ ମୋବାଇଲରେ Currency Converter ଓ Battery Savermobi ଆପ ଡାଉନଲୋଡ କରିଛନ୍ତି ସେମାନେ ଏହି ଆପ ଅପଡେଟ କରିବା ସମୟରେ ମୋବାଇଲ ଉପରେ ଏକ ପପ-ଅପ ଆସିଥାଏ ଓ ସେହି ପପ-ଅପରେ ଏହି ଭାଇରସ ଥାଏ।

ଥରେ ଆପଣଙ୍କ ମୋବାଇଲରେ ଏହି ଆପ ଇନଷ୍ଟଲ ହୋଇଯିବା ପରେ କି-ଲଗର ସଫ୍ଟୱେୟାର ମାଧ୍ୟମରେ ହ୍ୟାକରମାନେ ଆପଣଙ୍କ ମୋବାଇଲରୁ ସମସ୍ତ ତଥ୍ୟକୁ ଚୋରି କରିପାରନ୍ତି। ଆପଣ ମୋବାଇଲ କି-ବୋର୍ଡରେ ଯାହା ପାସୱାର୍ଡ ଟାଇପ କରିଥାନ୍ତି, ସେସବୁ ଏହି କି-ଲଗର ସଫ୍ଟୱେୟାର ମଧ୍ୟରେ କପି ହୋଇ ହ୍ୟାକରଙ୍କ ପାଖକୁ ଯାଇଥାଏ।

ଯଦି ଆପଣଙ୍କ ମୋବାଇଲ ଏହି ମାଲୱେୟାର ଦ୍ଵାରା ପ୍ରଭାବିତ ହୋଇଅଛି ଓ ଆପଣ ସେଥିରେ କିଛି ବ୍ୟାଙ୍କିଙ୍ଗ ଆପ ଯଥା ପେଟିଏମ, ଗୁଗୁଲ ପେ, ଫୋନ ପେ ଇତ୍ୟାଦି ଡାଉନଲୋଡ କରି ବ୍ୟବହାର କରୁଛନ୍ତି ତେବେ ଏଥିରେ ପାସୱାର୍ଡ ଦେବା ମାତ୍ରେ ହିଁ ସମସ୍ତ ତଥ୍ୟ ହ୍ୟାକରଙ୍କ ପାଖକୁ ଚାଲିଯାଇଥାଏ। ଏହାପରେ ହ୍ୟାକରମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ଭୁଲ ବ୍ୟବହାର ମଧ୍ୟ କରିଥାନ୍ତି।

ଏହା ବ୍ୟତୀତ ଏହି ଭାଇରସ ମୋବାଇଲ ବ୍ୟବହାରକାରୀଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ସମସ୍ତ ନମ୍ବର, ମୋବାଇଲ ବର୍ତ୍ତମାନ କେଉଁ ସ୍ଥାନରେ ଅଛି ତାହା ହ୍ୟାକ କରିବା ସହିତ ଅଡିଓ ସବୁ ମଧ୍ୟ ରେକର୍ଡ କରିପାରେ। ଆପଣଙ୍କ ଅଜାଣତରେ ହ୍ୟାକରମାନେ ଆପଣଙ୍କ ମୋବାଇଲରୁ ଅନ୍ୟ ଏକ ନମ୍ବରକୁ କଲ ମଧ୍ୟ କରିପାରିବେ। ତେଣୁ ମୋବାଇଲ ବ୍ୟବହାରକାରୀମାନେ ନିଜ ଫୋନରେ ଏହି ଆପକୁ ଡାଉନଲୋଡ କରନ୍ତୁ ନାହିଁ। ଯଦି ଆପଣ ଏହି ଆପକୁ ଡାଉନଲୋଡ କରିଛନ୍ତି ତେବେ ଏହାକୁ ତୁରନ୍ତ ଅନ-ଇନଷ୍ଟଲ କରନ୍ତୁ।

#mobile #smartphonemalware #technews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon