• padmabati kund

‘ଉରି’ ସଫଳତା ପରେ ଭିକିଙ୍କୁ ଅଫର ବର୍ଷା ; ହରର-କମେଡିରେ ଆସିବେ ନଜର


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ଭିକି କୌଶଳଙ୍କ ଅଭିନୀତ ‘ଉରି – ଦ ସର୍ଜିକାଲ ଷ୍ଟ୍ରାଇକ’ ବକ୍ସ ଅଫିସରେ ଖୁବ ଭଲ ରୋଜଗାର କରିବା ସହିତ ଦର୍ଶକମାନେ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି। ତେବେ ‘ଉରି’ର ଏହି ସଫଳତା ପରେ ଭିକି କୌଶଳଙ୍କ ପାଖକୁ ଫିଲ୍ମର ସୁଅ ଛୁଟିବାରେ ଲାଗିଛି। କିନ୍ତୁ ସେ ବହୁତ ଭାବିଛିନ୍ତି ଫିଲ୍ମ ଚୟନ କରୁଛନ୍ତି । ତେବେ ଭିକିଙ୍କୁ ଆଗକୁ କରଣ ଜୋହରଙ୍କ ହରର କମେଡି ଫିଲ୍ମରେ ଦେଖିବାକୁ ମିଳିବ।

କରନ ଜୋହରଙ୍କ ଏହି ଫିଲ୍ମର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଭିକିଙ୍କୁ ଏଭଳି ଚରିତ୍ରରେ ଆଗରୁ ଦେଖିବାକୁ ମିଳିନାହିଁ ତେଣୁ ଏହି ଫିଲ୍ମରେ ଅଭିନୟ କରିବା ତାଙ୍କ ପାଇଁ କଷ୍ଟକର ହୋଇପାରେ। ମୁମ୍ବାଇ ମିରରରେ ପ୍ରକାଶିତ ଖବର ଅନୁଯାୟୀ, ‘ଏହି ହରର କମେଡି ଫିଲ୍ମର କାହାଣୀକୁ ଏକ ଭୁତ ଥିବା ଜାହାଜ ଉପରେ ଚିତ୍ରିତ କରାଯିବ। ଫିଲ୍ମର ନିର୍ଦ୍ଦେଶନା ଦେବେ ଭାନୁ ପ୍ରତାପ ସିଂ।“

ଏହି ଫିଲ୍ମରେ ଭିକିଙ୍କ ସହିତ ଭୂମି ପେଡ଼ନେକରଙ୍କୁ ଦେଖିବାକୁ ମିଳିବ। ଭୂମିଙ୍କୁ ଏଥିରେ ଅତିଥି କଳାକାର ଭୂମିକାରେ ଦେଖିବାକୁ ମିଳିବ କିନ୍ତୁ ତାଙ୍କ ଚରିତ୍ର ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଗୋଟିଏ ପଟେ ଭିକି ‘ଉରି-ଦ ସର୍ଜିକାଲ ଷ୍ଟ୍ରାଇକ’ର ପ୍ରମୋଶନ କରୁଥିବା ବେଳେ ଅନ୍ୟପଟେ ଏହି ଫିଲ୍ମ ପାଇଁ ସୁଟିଙ୍ଗ ମଧ୍ୟ ଆରମ୍ଭ କରିସାରିଲେଣି। ତେବେ ଫିଲ୍ମଟି ବହୁତ କମ ବଜେଟରେ ପ୍ରସ୍ତୁତ ହେଉଛି ଏବଂ ଏହାର ପୋଷ୍ଟ ପ୍ରଡକ୍ସନ କାମ ମଧ୍ୟ ସେତେ ଅଧିକ ସମୟ ଲାଗିବ ନାହିଁ। ତେଣୁ ଫିଲ୍ମଟି କରନ ଜୋହରଙ୍କ ଅନ୍ୟ ଏକ ଫିଲ୍ମ ‘ତଖ୍ତ’ ଆଗରୁ ରିଲିଜ ହୋଇପାରେ ବୋଲି ସୂଚନା ମିଳିଛି।

କରନ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ତଖ୍ତ’ରେ ଭିକିଙ୍କ ବ୍ୟତୀତ ରଣବୀର ସିଂ, ଆଲିୟା ଭଟ୍ଟ, କାରୀଣ କପୁର ଖାନ, ଜାହ୍ନବୀ କପୁର, ଅନିଲ କପୁର ଓ ଭୂମି ପେଡ଼ନେକରଙ୍କୁ ଦେଖିବାକୁ ମିଳିବ।

‘ଉରି’ : ଦଶ ଦିନରେ 100 କୋଟି

ନିକଟରେ ରିଲିଜ ହୋଇଥିବା ଭିକି କୌଶଳଙ୍କ ଅଭିନୀତ ଫିଲ୍ମ ‘ଉରି-ଦ ସର୍ଜିକାଳ ଷ୍ଟ୍ରାଇକ’ ବକ୍ସଅଫିସରେ ଖୁବ ଭଲ ରୋଜଗାର କରିଛି। ଫିଲ୍ମ ରିଲିଜ ହେବାର ଦଶଦିନ ମଧ୍ୟରେ 100କୋଟିରୁ ଅଧିକ ରୋଜଗାର କରି ନୂଆ ରେକର୍ଡ ସୃଷ୍ଟି କରିଛି। କମ ବଜେଟରେ ତିଆରି ହେଉଥିବା ଫିଲ୍ମ ମଧ୍ୟରେ ଏହି ଫିଲ୍ମଟି ସବୁଠାରୁ କମଦିନରେ 100କୋଟି କ୍ଲବରେ ସାମିଲ ହୋଇପାରିଛି।

2016 ମସିହାରେ ଦେଶରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ଏହି ଫିଲ୍ମଟି ପ୍ରଥମ ଦିନରେ 8କୋଟି 20ଲକ୍ଷ ଟଙ୍କାର ରୋଜଗାର କରିଥିଲା। ଫିଲ୍ମଟି ରିଲିଜ ହେବାର ପାଞ୍ଚ ଦିନରେ 50କୋଟିରୁ ଅଧିକ ରୋଜଗାର କରିପାରିଥିଲା ଓ ଦଶଦିନରେ ଫିଲ୍ମଟି 108କୋଟିରୁ ଅଧିକ ରୋଜଗାର କରିପାରିଛି। ଏହା 2019 ମସିହାର ପ୍ରଥମ ଫିଲ୍ମ ଯିଏକି 100କୋଟିରୁ ଅଧିକ ରୋଜଗାର କରିପାରିଛି। ଫିଲ୍ମଟି ମୋଟ 40କୋଟି ବଜେଟରେ ନିର୍ମିତ ହୋଇଥିଲା।

ଏହାପୂର୍ବରୁ କମ ବଜେଟରେ ନିର୍ମିତ ହୋଇଥିବା ଫିଲ୍ମ ମଧ୍ୟରେ ‘ତନୁ ୱେଡ୍ସ ମନୁ’ 11ଦିନରେ, ‘ସ୍ତ୍ରୀ’ 16ଦିନରେ, ‘ରାଜି’ ଓ ‘ବଧାଇ ହୋ’ 17ଦିନରେ ଏବଂ ‘ସୋନୁ କେ ଟିଟୁ କି ସ୍ଵିଟି’ 25ଦିନରେ ବକ୍ସଅଫିସରେ 100କୋଟି ଟଙ୍କା ରୋଜଗାର କରିଥିଲା।

#entertainment #bollywoodsuperhit #vickykoushal

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon