• padmabati kund

ଦଶ ବର୍ଷରେ ପରିବର୍ତ୍ତନ : ଆଉ କାମ ଦଉନି ଆଣ୍ଟି ବାୟୋଟିକ୍ସ ଔଷଧ


(ବେତାର ବ୍ୟୁରୋ) ସୋସିଆଲ ମିଡିଆରେ ବର୍ତ୍ତମାନ ‘10ଇୟର ଚ୍ୟାଲେଞ୍ଜ’ ଖୁବ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଚ୍ୟାଲେଞ୍ଜରେ ନିଜର ଦଶବର୍ଷର ପୁରୁଣା ଫଟୋ ସହିତ ବର୍ତ୍ତମାନର ଫଟୋକୁ ପୋଷ୍ଟ କରୁଛନ୍ତି। ତେବେ କିଛି ଲୋକ ଭିନ୍ନ ଓ ଆଶ୍ଚର୍ଯ୍ୟକର ଫଟୋ ମଧ୍ୟ ପୋଷ୍ଟ କରୁଛନ୍ତି। ସେହିପରି ଏକ ଫଟୋ ଏହି ଦଶବର୍ଷର ଚ୍ୟାଲେଞ୍ଜରେ ପୋଷ୍ଟ କରାଯାଇଛି, ଯାହାକି ଡାକ୍ତରଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଫଟୋକୁ ବ୍ରିଟେନର ଜଣେ ଡାକ୍ତର ଡ.କେଟ ଫ୍ଲୋବିନ ଗତ 21ଜାନୁୟାରୀରେ ଟ୍ଵିଟ କରିଥିଲେ। ଦିନକୁ ଦିନ ବ୍ୟାକ୍ଟେରିଆ ଉପରେ ଆଣ୍ଟି ବାୟୋଟିକ୍ସର ପ୍ରଭାବ କିପରି କମ ହୋଇଯାଇଛି ତାହା ଏହି ଫଟୋରେ ଦେଖିବାକୁ ମିଳିଛି। ଏହି ପୋଷ୍ଟରେ 2009ମସିହାର ଫଟୋରେ ଆଣ୍ଟିବାୟୋଟିକ୍ସ ଖୁବ ଶୀଘ୍ର ବ୍ୟାକ୍ଟେରିଆକୁ ଶେଷ କରୁଥିବାର ଦେଖିବାକୁ ମିଳିଛି ଓ ଅନ୍ୟପଟେ 2019ମସିହାର ଫଟୋରେ ବ୍ୟାକ୍ଟେରିଆ ଉପରେ ଆଣ୍ଟି ବାୟୋଟିକ୍ସର କୌଣସି ପ୍ରଭାବ ପଡୁନଥିବାର ଦେଖିବାକୁ ମିଳିଛି।

ଏହାକୁ ଅନେକ ଡାକ୍ତର ଚିନ୍ତାର ବିଷୟ ବୋଲି କହିଛନ୍ତି ଓ ଆବଶ୍ୟକ ଠାରୁ ଅଧିକ ମାତ୍ରାରେ ଆଣ୍ଟି ବାୟୋଟିକ୍ସ ଔଷଧର ବ୍ୟବହାର କମ କରାନଗଲେ ପରିସ୍ଥିତି ଆହୁରି ଅଧିକ ଖରାପ ହୋଇପାରେ ବୋଲି ମତ ଦେଇଛନ୍ତି।

ବୈଜ୍ଞାନିକଙ୍କ ମତରେ ବ୍ୟାକ୍ଟେରିଆ ଉପରେ ଆଣ୍ଟି ବାୟୋଟିକ୍ସର କୌଣସି ପ୍ରଭାବ ନପଡିବାର ମୁଖ୍ୟ କାରଣ ଆମେ ନିଜେ। ବାରମ୍ବାର ଆଣ୍ଟି ବାୟୋଟିକ୍ସ ନେବା ଫଳରେ ଶରୀରର ଦୁର୍ବଳ ବ୍ୟାକ୍ଟେରିଆ ଶେଷ ହୋଇଯାଇଥାଏ କିନ୍ତୁ କିଛିଲୋକଙ୍କର ଜିନରେ ପରିବର୍ତ୍ତନ ହୋଇଥାଏ ଓ ତାଙ୍କ ଉପରେ ଔଷଧର କିଛି ପ୍ରଭାବ ପଡିନଥାଏ। ଏପରି ସମୟରେ ବ୍ୟାକ୍ଟେରିଆ ବହୁତ ଅଧିକ ମାତ୍ରାରେ ବଢିଥାଏ।

ବିଶେଷଜ୍ଞ ଦେଲେ ସମାଧାନ

ଡ.କେଟ ଫ୍ଲୋବିନଙ୍କ ଦ୍ଵାରା ସୋସିଆଲ ମିଡିଆରେ ଏହି ପୋଷ୍ଟ କରାଯିବା ପରେ ବିଶ୍ଵର ଅନେକ ଡାକ୍ତରମାନେ ନିଜର ମତ ରଖିଛନ୍ତି ଓ ଏହାର ସମାଧାନ ମଧ୍ୟ କହିଛନ୍ତି। ୱାସିଙ୍ଗଟନ ୟୁନିଭର୍ସିଟିର ଡ.ଜୈସନ ନ୍ୟୁଲାଣ୍ଡ କହିଛନ୍ତି ଯେ, ମଣିଷ ହୁଅନ୍ତୁ ବା ପଶୁ, ଦୁହିଁଙ୍କ ଉପରେ ଅଧିକମାତ୍ରାରେ ଔଷଧ ବ୍ୟବହାର କରିବା ଆଗରୁ ଏହାର ପରିଣାମ ବିଷୟରେ ଜାଣିରଖନ୍ତୁ। ଯେତେବେଳେ ଅଧିକ ଆବଶ୍ୟକ ହେବ, ସେହି ସମୟରେ ଆଣ୍ଟି ବାୟୋଟିକ୍ସର ବ୍ୟବହାର କରନ୍ତୁ।

ଆଣ୍ଟି ବାୟୋଟିକ୍ସ ଅଧିକ ମାତ୍ରାରେ ନେବା ଫଳରେ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ। ରୋଗୀମାନଙ୍କୁ ଆଣ୍ଟି ବାୟୋଟିକ୍ସ ଦେବା ପାଇଁ ଡାକ୍ତରଙ୍କୁ ଡ୍ରଗ କମ୍ପାନୀ ଗୁଡିକ ବାଧ୍ୟ କରୁଛନ୍ତି। ଯାହାଫଳରେ ପରିସ୍ଥିତି ଏପରି ହେଲାଣି ଯେ, ଲୋକମାନେ ଡାକ୍ତରଙ୍କ ବିନା ପରାମର୍ଶରେ ମଧ୍ୟ ଆଣ୍ଟି ବାୟୋଟିକ୍ସର ସେବନ କରୁଛନ୍ତି। ସେଣ୍ଟର ଫର ଡିଜିଜ ଡାୟନାମିକ ଇକୋନୋମିକ୍ସ ଆଣ୍ଡ ପଲିସି ମୁତାବକ ଭାରତରେ ପ୍ରତିବର୍ଷ 58ହଜାର ପିଲାଙ୍କ ମୃତ୍ୟୁ ଏହି ଆଣ୍ଟି ବାୟୋଟିକ୍ସ କାରଣରୁ ହୋଇଥାଏ। ନିମୋନିଆ ରୋଗର ପ୍ରତିକାର ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ସର ପ୍ରଭାବ କମ ହେଉଥିବାରୁ ଏପରି ଘଟୁଛି।

#viralnews #health #10yearchallange #antibiotics

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon