• ବେତାର ବ୍ୟୁରୋ

ବାସ୍ତୁ ଟିପ୍ସ : ଘର ସାମ୍ନାରେ ଏହି ସବୁ ଜିନିଷ ବଢ଼ାଇଥାଏ ଆର୍ଥିକ ସମସ୍ୟା


(ବେତାର ବ୍ୟୁରୋ) ବାସ୍ତୁ ବିଜ୍ଞାନ ଅନୁସାରେ ଘର ଭିତରରେ ଥିବା ଜିନିଷ ଯେତିକି ବାସ୍ତୁ ଦୋଷ ଉତ୍ପନ୍ନ କରିଥାଏ ଘରର ଆଖପାଖରେ ଥିବା ଜିନିଷ ମଧ୍ୟ ସେତିକି ବାସ୍ତୁ ଦୋଷ ଉତ୍ପନ୍ନ କରିଥାଏ। ଏହାଦ୍ଵାରା ଶାରୀରିକ ସମସ୍ୟା, ଆର୍ଥିକ ସମସ୍ୟା ଦେଖାଯିବା ସହିତ ପରିବାର ମଧ୍ୟରେ ମତଭେଦ ଓ ମାନସିକ ଦୁଃଶ୍ଚିନ୍ତା ବଢିଥାଏ। ତେଣୁ ଘର ଭିତରେ ଥିବା ଜିନିଷ ସମେତ ଘରର ଆଖପାଖରେ ଥିବା ଜିନିଷ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିବ।

ବାସ୍ତୁ ଶାସ୍ତ୍ରରେ ଏପରି ନଅଟି ଜିନିଷ ବିଷୟରେ ଆଲୋଚନା କରାଯାଇଛି ଯାହାକି ଆପଣଙ୍କ ପରିବାର ଉପରେ ପ୍ରଭାବ ପକାଇଥାଏ। ଜାଣିରଖନ୍ତୁ ସେଗୁଡିକ କଣ କଣ।

.କିଛି ଘର ଆଗରେ ଅପରିଷ୍କାର ପାଣି ଜମା ହୋଇ ରହିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏପରି ରହିବା ଦ୍ଵାରା ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ଯଦି ଏହା ପଶ୍ଚିମ ଦିଗରେ ଥାଏ ତେବେ ଆର୍ଥିକ କ୍ଷତି ହୋଇଥାଏ।

.ଯଦି ଆପଣଙ୍କ ଘର ଆଗରେ କଣ୍ଟାଜାତୀୟ ଗଛ ରହିଛି ତେବେ ଏହାକୁ ତୁରନ୍ତ ଦୂର କରନ୍ତୁ। କାରଣ ଘର ଆଗରେ କଣ୍ଟାଜାତୀୟ ଗଛ ରହିବାର ଅର୍ଥ ଆପଣଙ୍କ ବିରୋଧୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାସହିତ ପାରିବାରିକ ଜୀବନରେ ମତଭେଦ ମଧ୍ୟ ବଢିଥାଏ ଓ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥାଏ।

.ଘର ସାମ୍ନାରେ ପଥର ଜମା ହୋଇରହିବା ମଧ୍ୟ ବାସ୍ତୁ ଅନୁଯାୟୀ ଅଶୁଭ ହୋଇଥାଏ। ଏହାଦ୍ଵାରା ଆପଣଙ୍କର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ଓ ପ୍ରତି କ୍ଷେତ୍ରରେ ବାଧାବିଘ୍ନର ସାମ୍ନା କରିବାକୁ ପଡିଥାଏ।

.ଯଦି ଆପଣଙ୍କ ଘର ଆଗରେ ଅଳିଆ ଆବର୍ଜନା ଜମା ହୋଇ ରହିଥାଏ ତେବେ ଏହା ଅଶୁଭ ହୋଇଥାଏ। ଘର ଆଗରେ ଅଳିଆ ଆବର୍ଜନା ରହିଥିଲେ ପରିବାରର ସଦସ୍ୟଙ୍କୁ ଅନେକ କଷ୍ଟକର ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ।

.ଘର ଆଗରେ ବିଦ୍ୟୁତ ଖୁଣ୍ଟୀ ରହିଥିଲେ ଏହା ଆପଣଙ୍କର ଉନ୍ନତିରେ ବାଧା ସୃଷ୍ଟି କରିଥାଏ।

.ଅନେକ ଲୋକଙ୍କ ଘର ଆଗରେ ଝଙ୍କାଳିଆ ଗଛ ରହିଥାଏ। ଏହା ଆପଣଙ୍କ ଘରକୁ ଖରାରୁ ରକ୍ଷା କରିଥାଏ କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ହୋଇଥାଏ। ଘର ସାମ୍ନାରେ ଝଙ୍କାଳିଆ ଗଛ ରହିବା ଦ୍ଵାରା ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।

.ଘର ଆଗରେ କୌଣସି ଲତା ଉପରକୁ ବଢିବ ମଧ୍ୟ ଅଶୁଭ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହାଦ୍ଵାରା ଶତ୍ରୁଙ୍କର ସଂଖ୍ୟା ବଢିଥାଏ ଓ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

.ଘର ସାମ୍ନାରେ ଥିବା ରାସ୍ତା ଘରର ମୁଖ୍ୟ ଦ୍ଵାର ଠାରୁ ଅଧିକ ଉଚ୍ଚ ହେବା ଉଚିତ ନୁହେଁ। ଏହାଦ୍ଵାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଘରର ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

.ଏପରି କିଛି ଗଛ ରହିଛି ଯାହାର ଶାଖାକୁ ଭାଙ୍ଗିବା ଦ୍ଵାରା ଏଥିରୁ କ୍ଷୀର ବାହାରିଥାଏ। ଏହି ସବୁ ଗଛଗୁଡିକ ଘର ସାମ୍ନାରେ ରହିବା ଅଶୁଭ ହୋଇଥାଏ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ 

#astrology #vastutips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon