• padmabati kund

ଶ୍ଵଶୁରଘରୁ ବୋହୁ ଚୋରି କଲା 25ଭରି ସୁନା, ସିସିଟିଭିରେ ଧରା ପଡିଲା


(ବେତାର ବ୍ୟୁରୋ) ସମାଜରେ ଦିନକୁ ଦିନ ଅପରାଧିକ ମାମଲା ବଢିବାରେ ଲାଗିଛି। କେତେକେ ସ୍ଥାନରେ ଲୋକଙ୍କୁ ନିଜ ଘରୁ ମଧ୍ୟ ଚୋରୀ କରୁଥିବାର ଦେଖିବାକୁ ମିଳୁଛି। ଏହିପରି ଏକ ଘଟଣା ଘଟିଛି ପଞ୍ଜାବର ଫିଲଉର ଅଞ୍ଚଳରେ। ଏହି ଅଞ୍ଚଳରେ ଜଣେ ମହିଳା ନିଜ ଶ୍ଵଶୁର ଘରୁ 25ଭରି ସୁନା ଚୋରି କରିଛନ୍ତି। ଚୋରି ଘଟଣା ବିଷୟରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପଡିଶା ଘରେ ଲାଗିଥିବା ସିସିଟିଭି ଜରିଆରେ ଉକ୍ତ ମହିଳାଙ୍କୁ ଧରିଛନ୍ତି।

ଫିଲଉରର ହୋଲସେଲ ବ୍ୟବସାୟୀ ଇନ୍ଦ୍ରଜୀତ ଶର୍ମାଙ୍କ ଘରେ ଏହି ଘଟଣା ଘଟିଛି। ଇନ୍ଦ୍ରଜୀତ ଶର୍ମାଙ୍କ ବୋହୁ ରିମ୍ପଲ ନିଜ ପୁରୁଣା ପ୍ରେମିକ ସହିତ ବିବାହ କରିବା ପାଇଁ ଯୋଜନା କରି ଶ୍ଵଶୁର ଘରୁ ଚୋରି କରିଥିଲେ। ଚୋରି ହେବା ପରେ ଇନ୍ଦ୍ରଜୀତ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ତାଙ୍କ ଘରୁ 25ଭରି ସୁନା ଓ 15ଲକ୍ଷଟଙ୍କା ଚୋରି ହୋଇଛି, କିନ୍ତୁ ଘରେ କୌଣସି ଚୋର ପ୍ରବେଶ କରିନାହିଁ ଓ ଘରେ କିଛି ଭଙ୍ଗାରୁଜା ମଧ୍ୟ ହୋଇନାହିଁ।

ଥାନା ଇନ୍ସପେକ୍ଟର ଜତିନ୍ଦର, ଇନ୍ଦ୍ରଜୀତଙ୍କ ଘରେ ଯାଞ୍ଚ କରିଥିଲେ ଓ ସନ୍ଦେହ କରିଥିଲେ ଯେ ଏହି ଚୋରି ପଛରେ ଘରର କୌଣସି ସଦସ୍ୟଙ୍କର ହାତ ରହିଛି। ଏହାପରେ ପଡୋଶୀଘରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।   

ଇନ୍ଦ୍ରଜୀତ ଶର୍ମାଙ୍କ ବୋହୁ ରିମ୍ପଲ ହିଁ ନିଜ ଘରେ ଏହି ଚୋରି କରିଥିଲେ। ଘଟଣା ଦିନ ଅପରାହ୍ନରେ ରିମ୍ପଲଙ୍କୁ ଘରୁ ଦୁଇଟି ବ୍ୟାଗ ନେଇ ବାହାରକୁ ଯାଉଥିବାର ଦେଖିବାକୁ ମିଳିଥିଲା। ଘରୁ ବ୍ୟାଗ ନେଇଯିବାପରେ ବାହାରେ ଜଣେ ଯୁବକ ସେହି ବ୍ୟାଗକୁ ନେଇ ଯାଉଥିଲେ। ଘରେ ଯେପରି କେହି ସନ୍ଦେହ ନକରିବେ ସେଥିଲାଗି ବ୍ୟାଗ ଦେବା ପରେ ରିମ୍ପଲ ଘରକୁ ଆସି ନିଜର କାମ କରିଥିଲେ।

ଫେସବୁକ ପ୍ରେମ

ପୋଲିସ ପଚରାଉଚୁରା କରିବା ପରେ ସେ ସମସ୍ତ କଥା କହିଥିଲେ। ରିମ୍ପଲ କହିଥିଲେ ଯେ, ଇନ୍ଦ୍ରଜୀତ ଶର୍ମାଙ୍କ ପୁଅ ରାକେଶଙ୍କ ସହିତ ବିବାହ କରିବା ଆଗରୁ ଫରୀଦକୋଟର ଲଖବୀର ସିଂ ଙ୍କୁ ସିଏ ଭଲ ପାଉଥିଲେ। ଫେସବୁକ ଜରିଆରେ ଉଭୟଙ୍କର ପରିଚୟ ହୋଇଥିଲା। ଲଖବୀର ଲୁଧୀୟାନାରେ ଏକ ଫଟୋ ଷ୍ଟୂଡିଓରେ କାମ କରନ୍ତି।

ବିବାହ କରିବା ପରେ ମଧ୍ୟ ରିମ୍ପଲ ଲଖବୀରଙ୍କ ସହ ସମ୍ପର୍କ ରଖିଥିଲେ ଓ ଦୁହେଁ ମିଶି ଇନ୍ଦ୍ରଜୀତଙ୍କ ଘରୁ ଚୋରି କରିବାର ଯୋଜନା କରିଥିଲେ। ଏହି ଚୋରିପରେ ରିମ୍ପଲ ଓ ଲଖବୀର ଏକାଠି କୌଣସି ଦୂରସ୍ଥାନକୁ ଯାଇ ବିବାହକରି ରହିବାକୁ ଯୋଜନା କରିଥିଲେ।

ଇନ୍ଦ୍ରଜୀତ ଶର୍ମାଙ୍କ ପୁଅ ରାକେଶ ଶର୍ମା ସହିତ ରିମ୍ପଲଙ୍କ ବିବାହ ଚାରିମାସ ଆଗରୁ ହୋଇଥିଲା। ବୋହୁର ଏପରି କାମ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସତ ଜଣାପଡିବା ପରେ ପୋଲିସ ରିମ୍ପଲ ଓ ଲଖବୀରକୁ ଗିରଫ କରିଛି।

#crime #stolen #Facebook

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon