• padmabati kund

ନେଟ୍ ରିପୋର୍ଟ : ଡିସେମ୍ବରରେ ଜିଓ ଡାଉନଲୋଡିଙ୍ଗ ସ୍ପିଡ ସବୁଠାରୁ ଅଧିକ, ଅପଲୋଡିଙ୍ଗରେ ଆଇଡିଆ


(ବେତାର ବ୍ୟୁରୋ) ଟେଲିକମ ରେଗୁଲୋଟାରୀ ଅଥରୀଟି ଅଫ ଇଣ୍ଡିଆ (TRAI) ତରଫରୁ ଟେଲିକମ କମ୍ପାନୀ ଗୁଡିକ ମଧ୍ୟରୁ କେଉଁ କମ୍ପାନୀର ଡାଟା ସ୍ପିଡ ଅଧିକ ରହିଛି ସେ ବିଷୟରେ ତାଲିକା ପ୍ରକାଶ ପାଇଛି। ଡିସେମ୍ବର 2018 ପାଇଁ ପ୍ରକାଶ ପାଇଥିବା ଏହି ତାଲିକାରେ ଡାଉନଲୋଡିଙ୍ଗ ସ୍ପିଡ ମାମଲାରେ ରିଲାଏନ୍ସ ଜିଓର ପରିମାଣ କମିଥିଲେ ମଧ୍ୟ ଅନ୍ୟାନ୍ୟ କମ୍ପାନୀଙ୍କ ତୁଳନାରେ ପୁଣିଥରେ ଏହା ଆଗରେ ରହିଛି।

ଅନ୍ୟପଟେ ଅପଲୋଡିଙ୍ଗ ସ୍ପିଡ ମାମଲାରେ ଆଇଡିଆ ଶୀର୍ଷରେ ରହିଛି। 2018 ଡିସେମ୍ବର ମାସରେ ରିଲାଏନ୍ସ ଜିଓର ଡାଉନଲୋଡିଙ୍ଗ ସ୍ପିଡ 18.7Mbps ରହିଥିଲା ଓ ଆଇଡିଆର ଅପଲୋଡିଙ୍ଗ ସ୍ପିଡ 5.3Mbps ରହିଥିଲା।

ଇଣ୍ଟରନେଟ ଡାଟାକୁ ବ୍ୟବହାର କରି ଭିଡିଓ ଦେଖିବା, ଇଣ୍ଟରନେଟରେ ବ୍ରାଉଜିଙ୍ଗ କରିବା, ଇମେଲ ବ୍ୟବହାର କରିବା ପାଇଁ ଡାଉନଲୋଡିଙ୍ଗ ସ୍ପିଡର ଆବଶ୍ୟକ ହୋଇଥାଏ। ଅନ୍ୟପଟେ ଫଟୋ, ଭିଡିଓ, କିମ୍ବା କୌଣସି ଦସ୍ତାବିଜକୁ ଶେୟାର କରିବା ପାଇଁ ଅପଲୋଡିଙ୍ଗ ସ୍ପିଡର ଆବଶ୍ୟକ ହୋଇଥାଏ।

ଟ୍ରାଇ ତରଫରୁ ପ୍ରକାଶ କରାଯାଇଥିବା ଏହି ତାଲିକା ଅନୁସାରେ ଡିସେମ୍ବର 2018ରେ 18.7Mbps ଡାଉନଲୋଡିଙ୍ଗ ସ୍ପିଡ ସହିତ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଥିଲା। ଦ୍ଵିତୀୟ ସ୍ଥାନରେ ଭାରତୀ ଏୟାରଟେଲ (9.8Mbps), ତୃତୀୟ ସ୍ଥାନରେ ଭୋଡଫୋନ (6.3Mbps) ଓ ଚତୁର୍ଥ ସ୍ଥାନରେ ଆଇଡିଆ (6Mbps) ରହିଛି।

ସେହିପରି ଅପଲୋଡିଙ୍ଗ ସ୍ପିଡ ମାମଲାରେ ଆଇଡିଆ 5.3Mbps ସହିତ ଶୀର୍ଷରେ ରହିଛି। ଦ୍ଵିତୀୟ ସ୍ଥାନରେ ଭୋଡାଫୋନ (5.1Mbps), ତୃତୀୟ ସ୍ଥାନରେ ରିଲାଏନ୍ସ ଜିଓ (4.3Mbps) ଓ ଚତୁର୍ଥ ସ୍ଥାନରେ ଭାରତୀ ଏୟାରଟେଲ (3.9Mbps) ରହିଛି।

ଏତିକି ବଢିଲା ଏୟାରଟେଲ ସ୍ପିଡ

ଟ୍ରାଇର ସୂଚନା ମୁତାବକ ଡିସେମ୍ବର ମାସରେ ଭାରତୀ ଏୟାରଟେଲ ବ୍ୟତୀତ ଅନ୍ୟ କୌଣସି ଟେଲିକମ କମ୍ପାନୀର ଡାଉନଲୋଡିଙ୍ଗ ସ୍ପିଡ ବଢିନାହିଁ । 2018 ନଭେମ୍ବର ମାସରେ ଏୟାରଟେଲର ଡାଉନଲୋଡ ସ୍ପିଡ 9.7Mbps ରହିଥିଲା ଯାହାକି ଡିସେମ୍ବର ମାସରେ ବଢି 9.8Mbps ହୋଇଥିଲା। କିନ୍ତୁ ଅନ୍ୟ ସମସ୍ତ ଟେଲିକମ କମ୍ପାନୀର ଡାଉନଲୋଡିଙ୍ଗ ସ୍ପିଡ କମ ହୋଇଛି।

ରିଲାଏନ୍ସ ଜିଓର ଡାଉନଲୋଡିଙ୍ଗ ସ୍ପିଡ ସର୍ବାଧିକ ଥିଲେ ମଧ୍ୟ ନଭେମ୍ବର ମାସରେ 20.3Mbps ରହିଥିବା ବେଳେ ଏହା କମିଯାଇ 18.7Mbpsରେ ପହଞ୍ଚିଛି। ବର୍ତ୍ତମାନ ଭୋଡଫୋନ ଓ ଆଇଡିଆ ଗୋଟିଏ କମ୍ପାନୀ ହୋଇଯାଇଛି କିନ୍ତୁ ଟ୍ରାଇ ତରଫରୁ ଉଭୟ କମ୍ପାନୀର ତଥ୍ୟ ଭିନ୍ନ ଭିନ୍ନ ଭାବରେ ପ୍ରକାଶ ପାଇଛି। ନଭେମ୍ବରରେ ଭୋଡଫୋନର ଡାଉନଲୋଡିଙ୍ଗ ସ୍ପିଡ 6.8Mbps ରହିଥିବା ବେଳେ ଡିସେମ୍ବରରେ ଏହା 6.3Mbpsକୁ କମିଯାଇଛି। ସେହିପରି ଆଇଡିଆର ଡାଉନଲୋଡିଙ୍ଗ ସ୍ପିଡ ନଭେମ୍ବର ମାସରେ 6.2Mbps ରହିଥିଲା ଯାହାକି 6Mbpsକୁ ଖସି ଆସିଛି।

ଭୋଡଫୋନର ବଢିଲା ଅପଲୋଡିଙ୍ଗ ସ୍ପିଡ

ଅପଲୋଡିଙ୍ଗ ସ୍ପିଡରେ କେବଳ ଭୋଡଫୋନର ସ୍ପିଡ ବଢିଛି। ନଭେମ୍ବର ମାସରେ ଏହାର ଅପଲୋଡିଙ୍ଗ ସ୍ପିଡ 4.9Mbps ରହିଥିଲା ଯାହାକି ଡିସେମ୍ବରରେ 5.1Mbpsକୁ ବୃଦ୍ଧି ପାଇଛି। କିନ୍ତୁ ରିଲାଏନ୍ସ ଜିଓର ଅପଲୋଡିଙ୍ଗ ସ୍ପିଡ 4.5Mbpsରୁ 4.3Mbpsକୁ, ଭାରତୀ ଏୟାରଟେଲର 4Mbpsରୁ 3.9Mbpsକୁ ଓ ଆଇଡିଆର 5.6Mbpsରୁ 5.3Mbpsକୁ ହ୍ରାସ ପାଇଛି।

#mobile #TRAI #downloadingspeed

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon