• padmabati kund

ଶୀତଦିନେ ମୁହଁ ଘୋଡାଇ ଶୋଉଛନ୍ତି କି? ଦେଖାଦେଇପାରେ ଏହି ସମସ୍ୟା


(ବେତାର ବ୍ୟୁରୋ) ସମସ୍ତଙ୍କର ଶୋଇବାର ଅଭ୍ୟାସ ଅଲଗା ଅଲଗା ହୋଇଥାଏ। ନିଜ ନିଜର ଆରାମ ଅନୁସାରେ ଲୋକମାନେ ଶୋଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣଙ୍କର ଏହି ଶୋଇବାର ଶୈଳୀ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଅଧିକାଂଶ ଲୋକଙ୍କର ଶୀତଦିନେ କମ୍ବଳରେ ମୁହଁ ଘୋଡେଇ ଶୋଇବାର ଅଭ୍ୟାସ ରହିଥାଏ। କିଛି ଲୋକ ଶବ୍ଦ ଓ ଆଲୋକରୁ ବଞ୍ଚିବା ପାଇଁ ଏପରି ଶୋଇଥାନ୍ତି ଓ କିଛି ଲୋକଙ୍କର ଏପରି ଶୋଇବା ଅଭ୍ୟାସ ହୋଇଥାଏ।

କମ୍ବଳ ଭିତରେ ମୁହଁକୁ ଘୋଡାଇ ଶୋଇବା ଦ୍ଵାରା ଆପଣଙ୍କର ମୁଣ୍ଡ ବିନ୍ଧା ହେବା ସହିତ ବାନ୍ତି ହେବା ସମସ୍ୟା ମଧ୍ୟ ଦେଖାଦେଇଥାଏ। ଯଦି ସକାଳୁ ଉଠିଲା ପରେ ଆପଣଙ୍କର ମଧ୍ୟ ଏପରି କିଛି ସମସ୍ୟା ଦେଖାଦିଏ ତେବେ ତୁରନ୍ତ ନିଜର ଏହି ଶୋଇବା ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ। ତେବେ ମୁହଁକୁ ଘୋଡାଇ ଶୋଇବା ଦ୍ଵାରା କଣ କଣ ଅସୁବିଧା ହୋଇଥାଏ ଜାଣିରଖନ୍ତୁ।

.ଶୋଇବା ବେଳେ କମ୍ବଳରେ ମୁହଁକୁ ଘୋଡାଇ ଶୋଇବା ଦ୍ଵାରା ସ୍ଲିପ ଏପନିୟା ହେବାର ଆଶଙ୍କା ରହିଥାଏ। ସ୍ଲିପ ଏପନିୟା ହେଲେ ଶୋଇବା ସମୟରେ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ ଓ ଶରୀର ମୋଟା ହେବାକୁ  ଲାଗିଥାଏ। ତେଣୁ ମୁହଁକୁ ଘୋଡାଇ ଶୁଅନ୍ତୁ ନାହିଁ, କାରଣ ଏହାଦ୍ଵାରା ଆପଣଙ୍କ ମୁହଁ ଓ ନାକ ମାଧ୍ୟମରେ ବାୟୁ ପ୍ରବାହିତରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ।

.ଶୋଇବା ସମୟରେ ଶରୀରରୁ ଅଧିକ ଉଷ୍ମତା ଉତ୍ପନ୍ନ ହୋଇଥାଏ। ଯଦି ଆପଣ ଥଣ୍ଡା ଜଳବାୟୁରେ ରହୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ କିଛି ପରିସ୍ଥିତିରେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ। ଅଧିକ ଉଷ୍ମତା ଉତ୍ପନ୍ନ ହେବା ଦ୍ଵାରା ଆପଣଙ୍କୁ ଗରମ ଅନୁଭୂତ ହୋଇଥାଏ ଓ ଏହା ଆପଣଙ୍କ ନିଦ ପାଇଁ କ୍ଷତିକାରକ ଅଟେ।

. ମୁହଁ ଘୋଡାଇ ଶୋଇବା ଦ୍ଵାରା ଅଧିକ ଉଷ୍ମତା ଉତ୍ପନ୍ନ ହେବା ଯୋଗୁଁ ଅନିଦ୍ରା ସମସ୍ୟା ମଧ୍ୟ ଦେଖିବାକୁ ମିଳିପାରେ। ଏହା ସହିତ ଆପଣଙ୍କ ମୁଣ୍ଡ ବୁଲାଇଥାଏ ଓ ଆପଣ ଅଧିକ କ୍ଳାନ୍ତ ମଧ୍ୟ ଅନୁଭବ କରିଥାନ୍ତି।

. ଗବେଷଣାରୁ ଜଣାପଡିଛି ଯେ ପ୍ରାୟ ୨୩%ଲୋକ ମୁହଁ ଘୋଡାଇ ଶୋଇବାକୁ  ପସନ୍ଦ କରିଥାନ୍ତି। ମୁହଁ ଘୋଡାଇ ଶୋଇବା ଦ୍ଵାରା ବ୍ରେନ ଡ୍ୟାମେଜର ଆଶଙ୍କା ବଢିଯାଇଥାଏ। ଶୋଇବା ସମୟରେ ନାକ ମାଧ୍ୟମରେ ଅମ୍ଳଜାନର ଗତିରେ ବାଧା ସୃଷ୍ଟି ହେଲେ ଅଲଜାଇମର ଓ ଡିମେଂସିଆ ପରି ସମସ୍ୟା ଦେଖାଦେଇଥାଏ। ଏହି ଦୁଇଟି ସମସ୍ୟା ଅମ୍ଳଜାନ ଅଭାବରୁ ହୋଇଥାଏ। ଏଥିପାଇଁ ଶୋଇବା ସମୟରେ ମୁହଁକୁ ସଂପୂର୍ଣ୍ଣ ଭାବରେ ଘୋଡାଇ ଶୁଅନ୍ତୁ ନାହିଁ।

.ଡାକ୍ତରମାନେ ମୁହଁ ଘୋଡାଇ ନଶୋଇବାକୁ ପରାମର୍ଶ ଦେଇଥାନ୍ତି, କାରଣ ଏହାଦ୍ଵାରା ମୁଣ୍ଡବିନ୍ଧା ଓ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ। ଏହା ଦୁଇ ତିନି ଦିନରେ ଠିକ ହୋଇଗଲେ ମଧ୍ୟ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

#health #wintercare

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon