• ବେତାର ବ୍ୟୁରୋ

ଓଡିଶା ମାଇନିଙ୍ଗରେ ଡିପ୍ଲୋମା, ମାଟ୍ରିକ ପାସଙ୍କ ପାଇଁ 61 ନିଯୁକ୍ତି ସୁଯୋଗ


(ବେତାର ବ୍ୟୁରୋ) ଓଡିଶା ମାଇନିଙ୍ଗ କର୍ପୋରେସନ ଲିମିଟେଡ ତରଫରୁ ମାଇନିଙ୍ଗ ମେଟ ସାର୍ଟିଫିକେଟ ଓ ମାଇନିଙ୍ଗରେ ଡିପ୍ଲୋମା ପାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଫୋରମ୍ୟାନ ଓ ମାଇନିଙ୍ଗ ମେଟ-III ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆବେଦନ ତାରିଖ

ଏହି ପଦରେ ନିଯୁକ୍ତି ପାଇଁ ଆସନ୍ତା ଫେବୃୟାରୀ 6 ତାରିଖ, 7  ତାରିଖ ଓ 8 ତାରିଖ ସକାଳ 8ଟାରୁ ସାକ୍ଷାତକାର ଅନୁଷ୍ଠିତ ହେବ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 61ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଫୋରମ୍ୟାନ ପାଇଁ 21ଟି ଓ ମାଇନିଙ୍ଗ ମେଟ-III ପାଇଁ 40ଟି ପଦବୀ ରହିଛି।

ଦରମା

ଫୋରମ୍ୟାନ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.35,400ରୁ ଟ.1,12,400 ଦରମା ପ୍ରଦାନ କରାଯିବ। ମାଇନିଙ୍ଗ ମେଟ-III ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.21,700 ରୁ ଟ.69,100 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି  ପଦ ପାଇଁ ଆବେଦନ କରୁବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଫେବୃୟାରୀ 1 ତାରିଖ 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ଏସ.ଇ.ବି.ସି, ମହିଳା, ଶାରୀରିକ ଅକ୍ଷମ ପ୍ରାର୍ଥୀ ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା କୋହଳ କରାଯିବ। ଏହାସହିତ ଆବଶ୍ୟକୀୟ ଯୋଗ୍ୟତା ପୂରଣ କରୁଥିବା ବିଭାଗୀୟ ପ୍ରାର୍ଥୀମାନଙ୍କ  ପାଇଁ ସର୍ବାଧିକ ବୟସ ସୀମା 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଫୋରମ୍ୟାନ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ମାଇନିଙ୍ଗରେ ଡିପ୍ଲୋମା  ପାସ କରିଥିବା ସହିତ ଡିଜିଏମସି ଦ୍ଵାରା ସ୍ଵୀକୃତିପ୍ରାପ୍ତ ଫୋରମ୍ୟାନ ଦକ୍ଷତା ସାର୍ଟିଫିକେଟ ଥିବା ଆବଶ୍ୟକ। ସେହିପରି ମାଇନିଙ୍ଗ ମେଟ-III ପଦ ପାଇଁ ପ୍ରାର୍ଥୀ ମାଟ୍ରିକ ପାସ କରିଥିବା ସହିତ ଡିଜିଏମସି ଦ୍ଵାରା ସ୍ଵୀକୃତିପ୍ରାପ୍ତ ଫୋରମ୍ୟାନ ଦକ୍ଷତା ସାର୍ଟିଫିକେଟ ଥିବା ଆବଶ୍ୟକ।

ଆବଶ୍ୟକୀୟ ପ୍ରମାଣପତ୍ର

ସାକ୍ଷାତକାର ପାଇଁ ପ୍ରାର୍ଥୀଙ୍କୁ ନିଜ ସହିତ ବାୟୋଡାଟା, ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ଜେରକ୍ସ ନେବାକୁ ପଡିବ। ଓଡିଶା ମାଇନିଙ୍ଗ କର୍ପୋରେସନର ୱେବସାଇଟରେ ଥିବା ଫର୍ମାଟ ଅନୁଯାୟୀ ବାୟୋଡାଟା ନେବାକୁ  ପଡିବ। ଭେରିଫିକେସନ ପାଇଁ ଶିକ୍ଷାଗତ ପ୍ରମାଣପତ୍ରର ଓର୍ଜିନାଲ କପି ଦେବାକୁ ପଡିବ।

ସାକ୍ଷାତକାର ସ୍ଥାନ

ଏହି ସାକ୍ଷାତକାର OMC colony of regional Office, OMC limited, AT/po-Barbil, Dist-Keonjhar ଠାରେ ଅନୁଷ୍ଠିତ ହେବ। ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କ ପାଇଁ ସାକ୍ଷାତକାର ସ୍ଥାନକୁ ଆସିବା ପାଇଁ ବସ ବା ଟ୍ରେନରେ ଯାହା ଖର୍ଚ୍ଚ ହେବ ତାହା ଭରଣା କରାଯିବ। ଏଥିପାଇଁ ଟିକେଟ ଦେଖେଇବାକୁ ପଡିବ ଏବଂ ପ୍ରାର୍ଥୀ ଆଗରୁ କୌଣସି ସରକାରୀ ଚାକିରିଆ ହୋଇନଥିବା ଆବଶ୍ୟକ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଓଡିଶା ମାଇନିଙ୍ଗ କର୍ପୋରେସନର ଅଫିସିଆଲ ୱେବସାଇଟ www.omcltd.in ରେ ଲଗଇନ କରନ୍ତୁ।

#jobs #OMC

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon