• padmabati kund

ନୂଆ ନିୟମ : ଟିଭିରେ ଏମିତି ଚୟନ କରନ୍ତୁ ନିଜ ପସନ୍ଦର ଚ୍ୟାନେଲ


(ବେତାର ବ୍ୟୁରୋ) ଟେଲିକମ ରେଗୁଲୋଟାରୀ ଅଥରୀଟି ଅଫ ଇଣ୍ଡିଆ (TRAI) ତରଫରୁ ବଦଳା ଯାଇଥିବା କେବୁଲର ନିୟମ ଆସନ୍ତା ଫେବୃୟାରୀ 1 ତାରିଖ 2019ରୁ ଲାଗୁ ହେବ। ଏହା ପୂର୍ବରୁ ବ୍ୟବହାରକାରୀଙ୍କୁ ନିଜ ମନପସନ୍ଦ ଚ୍ୟାନେଲର ଚୟନ କରିବାକୁ ପଡିବ। ବର୍ତ୍ତମାନ ସମୟରେ ସବୁ ଚ୍ୟାନେଲ ସହିତ ଏହାର ମୂଲ୍ୟ ମଧ୍ୟ ଲେଖା ହୋଇ ଆସୁଛି ଓ ଏହାସହିତ ସବୁ ଅଲଗା ଅଲଗା ପ୍ୟାକର ବିଜ୍ଞାପନ ମଧ୍ୟ କରାଯାଉଛି। କିନ୍ତୁ କିଛି ଲୋକଙ୍କୁ  ଚ୍ୟାନେଲ ବାଛିବାରେ ଅସୁବିଧାର ସାମ୍ନା କରୁଛନ୍ତି। ଏଥିପାଇଁ TRAI ତରଫରୁ ସହଜରେ ଚ୍ୟାନେଲକୁ ଚୟନ କରିବା ପାଇଁ ଏକ ନୂଆ ୱେବ ଆପ୍ଲିକେଶନ ଲଞ୍ଚ କରାଯାଇଛି।

ଏହି ଚ୍ୟାନେଲ ସିଲେକ୍ଟର ଆପ୍ଲିକେଶନରେ ବ୍ୟବହାରକାରୀଙ୍କ ପସନ୍ଦ ଅନୁସାରେ ଚ୍ୟାନେଲ ଦେଖାଇବ। ଏହସହିତ ଆପଣ ଯେଉଁ ଚ୍ୟାନେଲ ବାଛିବାକୁ ଚାହୁଁଛନ୍ତି ତାହାର ମୂଲ୍ୟ ମଧ୍ୟ ଦେଖାଇବ। ପ୍ରଥମେ ଏହି ଆପଣ ବ୍ୟବହାରକାରୀଙ୍କୁ କିଛି ପ୍ରଶ୍ନ ପଚାରିବ ଓ ଏହାର ଉତ୍ତରର ଆଧାରରେ ପସନ୍ଦର ଚ୍ୟାନେଲ ଦେଖାଇବ। ଏହାସହିତ ମାସିକ ଦର ମଧ୍ୟ ଜାଣିପାରିବେ।

କିପରି ବ୍ୟବହାର କରିବେ

.ଏହି ଆପ୍ଲିକେଶନକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ https://channel.trai.gov.in/ ରେ କ୍ଲିକ କରିବାକୁ ପଡିବ। ଏହାପରେ ତଳ ଆଡକୁ ଲେଖା ହୋଇଥିବା Get started ଉପରେ କ୍ଲିକ କରବେ। ଏହାକୁ କ୍ଲିକ କରିବା ପରେ ଆପଣଙ୍କୁ କିଛି ପ୍ରଶ୍ନ ପଚରାଯିବ।

.ସର୍ବପ୍ରଥମେ ବ୍ୟବହାରକାରୀଙ୍କ ନାମ, ରାଜ୍ୟ ଇତ୍ୟାଦି ବିଷୟରେ ସୂଚନା ଦେବାକୁ ପଡିବ। ସମସ୍ତ ପ୍ରଶ୍ନର ଉତ୍ତର ଦେବା ପରେ ଏଥିରେ ଆପଣଙ୍କୁ ନିଜ ପସନ୍ଦର ଚ୍ୟାନେଲର ତାଲିକା ଦେଖିବାକୁ ମିଳିବ। ବ୍ୟବହାରକାରୀ ନିଜ ପସନ୍ଦର ଚ୍ୟାନେଲ ବାଛିବା ସହିତ ମାସିକ ଦର ବିଷୟରେ ସୂଚନା ପାଇପାରିବେ।

.ଏହାପରେ ଉପରକୁ ଡାହାଣ ପାଖରେ ଥିବା View selection ଅପ୍ସନ ଉପରେ କ୍ଲିକ କରିବେ। କ୍ଲିକ କରିବା ପରେ ଏଥିରେ ଦେୟମୁକ୍ତ ଚ୍ୟାନେଲ, ଦେୟଯୁକ୍ତ ଚ୍ୟାନେଲ, ଜିଏସଟି ଟାକ୍ସ ଓ ନେଟୱାର୍କ କାପାସିଟି ଫି’ (NCF) ଆଦିର ସୂଚନା ପାଇପାରିବେ।

. ଏହାବ୍ୟତୀତ ମାସିକ ଦର ସହିତ ଦେୟମୁକ୍ତ ଚ୍ୟାନେଲର ତାଲିକା ମଧ୍ୟ ଦେଖିବାକୁ ପାଇବେ। ଚ୍ୟାନେଲ ସିଲେକ୍ଟର ଆପ୍ଲିକେଶନର ବାମ ପଟେ ମୂଲ୍ୟ, ଏଚଡି/ଏସଡି,ବ୍ରୋଡକାଷ୍ଟର ଓ ଭାଷା ପରି ଅନେକ ବିକଳ୍ପ ରହିଛି। ବ୍ୟବହାରକାରୀମାନେ ନିଜର ଆବଶ୍ୟକତା ଅନୁସାରେ ଫିଲ୍ଟର ସେଟ କରିପାରିବେ।

. ଏହାସହିତ ଆପଣ ଶସ୍ତା ପ୍ୟାକେଜ ମଧ୍ୟ ଦେଖିପାରିବେ।

ଲୋକଙ୍କର ହିତ ପାଇଁ ଟ୍ରାଇ ପକ୍ଷରୁ ଏଭଳି ନିୟମ ଜାରି କରାଯାଇଛି ଓ ଏହାଦ୍ଵାରା ସାଧାରଣ ଲୋକଙ୍କର ମାସିକ କେବୁଲ ଖର୍ଚ୍ଚ ମଧ୍ୟ କମ ହୋଇଯିବ। ଏହି ନିୟମକୁ ଆସନ୍ତା ୧ ଫେବୃଆରୀରୁ କଡାକଡି ଭାବରେ ଲାଗୁ କରି ଦିଆଯିବ ।

#TRAI #cableconnection #channelselectoraap

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon