• padmabati kund

ଫ୍ରାଇଡେ ରିଲିଜ : 'ମଣିକାର୍ଣ୍ଣିକା', 'ଠାକରେ' ଫିଲ୍ମରେ କଙ୍ଗନା , ନୱାଜୁଦ୍ଦିନଙ୍କ ଅଭିନୟ ପ୍ରଭାବ


ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚଳିତ ଶୁକ୍ରବାରରେ ବଲିଉଡରେ ଦୁଇଟି ଫିଲ୍ମ ରିଲିଜ ହୋଇଯାଇଛି। ଏହି ଦୁଇଟି ଫିଲ୍ମ ମଧ୍ୟରେ ରହିଛି କଙ୍ଗନା ରାଣାୱତଙ୍କ ନିର୍ଦ୍ଦେଶିତ ଓ ଅଭିନୀତ ଫିଲ୍ମ ‘ମଣିକର୍ଣ୍ଣିକା’ ଏବଂ ନବାଜୁଦ୍ଦିନ ସିଦ୍ଦିକିଙ୍କ ଅଭିନୀତ ବାୟୋପିକ ଫିଲ୍ମ ‘ଠାକରେ’।

ମଣିକର୍ଣ୍ଣିକା : ଦ କ୍ଵିନ ଅଫ ଝାନ୍ସି

ରାଣୀ ଲକ୍ଷ୍ମୀବାଇଙ୍କ ସାହସ ଓ ବଳିଦାନର କାହାଣୀ ଉପରେ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଛି। ଅନେକ ବିବାଦ ପରେ ମଧ୍ୟ କଙ୍ଗନା ରାଣାୱତ ଠିକ ସେହିପରି ଭାବରେ ଫିଲ୍ମକୁ ପ୍ରସ୍ତୁତ କରିଛନ୍ତି ଯେପରି ଝାନ୍ସିର ରାଣୀ ଲକ୍ଷ୍ମୀବାଇ ସ୍ଵତନ୍ତ୍ରତା ପାଇବା ପାଇଁ ଲଢେଇ କରିଥିଲେ।

ଫିଲ୍ମର କାହାଣୀ ଅମିତାଭ ବଚ୍ଚନଙ୍କ ସ୍ଵର ସହିତ ଆରମ୍ଭ ହୋଇଛି। 1828ଦଶକର ମନୁ ଅର୍ଥାତ ମଣିକର୍ଣ୍ଣିକା (କଙ୍ଗନା ରାଣାୱତ)ଙ୍କ ଏଣ୍ଟ୍ରୀ ହୋଇଛି ଓ ସେ ନିଜର ଧନୁର୍ବିଦ୍ୟା ସାହାଯ୍ୟରେ ଏକ ଭୟଙ୍କର ସିଂହକୁ ବେହୋସ କରିଦେଇଛନ୍ତି।  ବିଠୁରରେ ଜନ୍ମ ହୋଇଥିବା ପେଶବା(ସୁରେଶ ଓବରୟ)ଙ୍କ କନ୍ୟା ମଣିକର୍ଣ୍ଣିକାଙ୍କ ସାହସ ଓ ସୁନ୍ଦରତା ଜନ୍ମରୁ ଭଗବାନଙ୍କ ଆଶୀର୍ବାଦ ପରିମିଳିଥିଲା। ରାଜଗୁରୁ (କୁଳଭୂଷଣ ଖରବନ୍ଦା)ଙ୍କ ନଜର ତାଙ୍କ ଉପରେ ପଡିଥିଲା ଓ ଏହି ଗୁଣ ପାଇଁ ସେ ଝାନ୍ସିର ରାଜା ଗଙ୍ଗାଧର ରାଓ ନାବଲକରଙ୍କ ରାଣୀ ହୋଇପାରିଥିଲେ। ଏହାପରେ ଇଂରେଜଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମକୁ ଚିତ୍ରିତ କରାଯାଇଛି।

ଫିଲ୍ମର କାହାଣୀ ସଂପୂର୍ଣ୍ଣ ଭାବରେ ଲକ୍ଷ୍ମୀବାଇଙ୍କ ଉପରେ କେନ୍ଦ୍ରିତ କରାଯାଇଛି କିନ୍ତୁ ଏହାସହିତ ଗୌସ ବାବାଙ୍କ ସ୍ଵାମୀଭକ୍ତି, ଝଲକରିବାଇଙ୍କ ସାହସିକତା ଓ ସ୍ଵାମୀ ଭକ୍ତି, ତାନ୍ତ୍ୟା ଟୋପେଙ୍କ ଅଦମ୍ୟ ସାହସକୁ ଖୁବ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଧାକୃଷ୍ଣ, ଜଗରଲାମୁରଦି ଓ କଙ୍ଗନା ରାନାୱତ।

ଅଭିନୟ କଥା କହିଲେ କଙ୍ଗନା ରାଣାୱତଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କଙ୍ଗନାଙ୍କର ଏହା ସର୍ବୋତ୍କୃଷ୍ଟ ଅଭିନୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାସହିତ ଅନ୍ୟ ସମସ୍ତ କଳାକାରଙ୍କ ଅଭିନୟକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି।

ଠାକରେ

ବିଶିଷ୍ଟ ରାଜନେତା ବାଲା ସାହେବ ଠାକରେଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ ଫିଲ୍ମ ‘ଠାକରେ’ରେ ନବାଜୁଦ୍ଦିନ ସିଦ୍ଦିକ ବାଲା ସାହେବ ଠାକରେଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର କାହାଣୀ ବହୁତ ଦମଦାର ରହିଛି, ଯେତେବେଳେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ଏହାକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ। ମହାରାଷ୍ଟ୍ରରେ ବାଲ ଠାକରେ ବହୁତ ପ୍ରଭାବଶାଳୀ ଥିଲେ। ଶିବସେନା ଦଳର ଗଠନ ମଧ୍ୟ ବାଲ ଠାକରେ କରିଥିଲେ। ବାଲ ଠାକରେଙ୍କ ଜୀବନର କାହାଣୀକୁ ଏଥିରେ ଖୁବ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି ଓ ଦର୍ଶକମାନେ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି।ଏହି ଫିଲ୍ମଟି ଉଭୟ ହିନ୍ଦୀ ଓ ମରାଠୀ ଭାଷାରେ ରିଲିଜ ହେଇଛି।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ପାନସେ। ଏହାର କାହାଣୀ ଶିବସେନାର ସାଂସଦ ସଞ୍ଜୟ ରାଉତ ଲେଖିଛନ୍ତି। ଫିଲ୍ମରେ ନବାଜୁଦ୍ଦିନଙ୍କ ସହିତ ଅମୃତା ରାଓଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଅମୃତା ଏଥିରେ ବାଲ ଠାକରେଙ୍କ ପତ୍ନୀ ମୀନାତାଇ ଠାକରେଙ୍କ ଭୂମିକାରେ ଅଭିନୟ କରିଛନ୍ତି। ନବାଜୁଦ୍ଦିନଙ୍କ ଅଭିନୟ ସହିତ ତାଙ୍କ ଲୁକକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।

#entertainmetnt #fridayrelease #manikarnnika #thackeray

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon