• padmabati kund

ବଢିପାରେ ସର୍ବନିମ୍ନ ମୋବାଇଲ ରିଚାର୍ଜ ପ୍ଳାନର ମୂଲ୍ୟ :ଟ.35 ରୁ ଟ.75


(ବେତାର ବ୍ୟୁରୋ) ଟେଲିକମ ମାର୍କେଟକୁ ରିଲାଏନ୍ସ ଜିଓ ଆସିବା ପରେ ଅନ୍ୟ କମ୍ପାନୀ ଗୁଡିକର ବ୍ୟବସାୟରେ ବହୁତ କ୍ଷତି ହେବାରେ ଲାଗିଛି। ଏଥିପାଇଁ ଗତବର୍ଷ ନଭେମ୍ବର ମାସରୁ ଯେଉଁ ମୋବାଇଲ ନମ୍ବରରେ କେବଳ ଇନକମିଙ୍ଗ କଲ ଆସିବା ପାଇଁ ବ୍ୟବହାର ହେଉଥିବ ସେହି ସବୁ ନମ୍ବରକୁ ଜାରି ରଖିବା ପାଇଁ ଗ୍ରାହକଙ୍କୁ ସର୍ବନିମ୍ନ ରିଚାର୍ଜ ପ୍ଳାନ ରିଚାର୍ଜ କରିବାକୁ କୁହାଯାଇଥିଲା। 

କିଛି କମ୍ପାନୀ ମନେ ଏଥିପାଇଁ ମାସିକ ଟ.35 ଧାର୍ଯ୍ୟ କରିଥିବା ବେଳର  ଆଗକୁ ଏହି ରିଚାର୍ଜର ମୂଲ୍ୟ ଦୁଇଗୁଣ ବଢିପାରେ ବୋଲି ସୂଚନା ମିଳିଛି।

ବର୍ତ୍ତମାନ ଗ୍ରାହକଙ୍କୁ ନିଜ ସିମରେ ଇନକମିଙ୍ଗ କଲର ସୁବିଧା 28ଦିନ ପର୍ଯ୍ୟନ୍ତ ରଖିବା ପାଇଁ 35ଟଙ୍କା ରିଚାର୍ଜ କରିବାକୁ ପଡୁଛି। ଆଗକୁ ଏହି ଖର୍ଚ୍ଚ ଆପଣଙ୍କର ଦୁଇଗୁଣା ହେବାକୁ ଯାଉଛି। ଜି ନ୍ୟୁଜରେ ପ୍ରକାଶିତ ଏକ ଖବର ଅନୁଯାୟୀ, ସର୍ବନିମ୍ନ ରିଚାର୍ଜ ପ୍ଳାନକୁ ଟ.75କୁ ବୃଦ୍ଧି କରାଯାଇପାରେ। ଅର୍ଥାତ ଆପଣଙ୍କ ସିମରେ 28ଦିନ ପାଇଁ ଇନକମିଙ୍ଗ କଲର ସୁବିଧା ପାଇଁ ଆପଣଙ୍କୁ ଟ.75 ରିଚାର୍ଜ କରିବାକୁ ପଡିବ।

ଅଧିକାଂଶ ଲୋକ ଜିଓ କମ୍ପାନୀର ସିମକୁ କଲ ଓ ଇଣ୍ଟରନେଟ ପାଇଁ ବ୍ୟବହାର କରୁଥିବା ବେଳେ ଅନ୍ୟ କମ୍ପାନୀର ସିମକୁ କେବଳ ଇନକମିଙ୍ଗ କଲ ପାଇଁ ବ୍ୟବହାର କରୁଛନ୍ତି। ଏପରିସ୍ଥଳେ ଟେଲିକମ କମ୍ପାନୀମାନେ ନିଜ ବ୍ୟବସାୟିକ କ୍ଷତି ଭରଣା କରିବା ପାଇଁ ନଭେମ୍ବର ମାସରେ ଏହି ନିୟମ ଲାଗୁକରିଥିଲେ।

ସେହି ସମୟରେ ଗ୍ରାହକଙ୍କୁ ଏ ବିଷୟରେ ସୂଚନା ଦେବା ପାଇଁ ଟେଲିକମ ରେଗୁଲୋଟାରୀ ଅଥରୀଟି ଅଫ ଇଣ୍ଡିଆ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା। ସର୍ବନିମ୍ନ ରିଚାର୍ଜ ପ୍ଳାନକୁ ନେଇ ଟ୍ରାଇ କୌଣସି ପ୍ରଶ୍ନ ଉଠାଇନଥିଲା। କାରଣ ସବୁ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ଏଥିପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି।

ଏୟାରଟେଲ ପ୍ରଥମ ବଢାଇପାରେ

ସର୍ବନିମ୍ନ ରିଚାର୍ଜ ପ୍ଳାନର ମୂଲ୍ୟ ବୃଦ୍ଧି ପାଇବାର ସଂକେତ ପ୍ରଥମେ ଏୟାରଟେଲ ତରଫରୁ ଦିଆଯାଇଛି। କମ୍ପାନୀର ଚେୟାରମ୍ୟାନ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି ଯେ, ଅଧିକ ବୈଧତା ଥିବା ପ୍ୟାକର ଦିନ ଆଉନାହିଁ। ଗୋଟିଏ ସମୟ ଥିଲା ଯେତେବେଳେ ଗ୍ରାହକମାନଙ୍କୁ କମ୍ପାନୀ ସହିତ ଯୋଡି ରଖିବା ପାଇଁ ଲାଇଫ ଟାଇମ ରିଚାର୍ଜର ଅଫର ଦିଆଯାଉଥିଲା। 

ଟେଲିକମ କମ୍ପାନୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ମାର୍କେଟରେ ପ୍ରତିଯୋଗୀତା ବହୁତ ଅଧିକ ହୋଇଯାଇଛି। ସମସ୍ତ କମ୍ପାନୀ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏପରି ସମୟରେ ଏମିତି ବହୁତ ଗ୍ରାହକ ଅଛନ୍ତି ଯେଉଁମାନେ କି ସିମର ସୁବିଧା ନେଉଛନ୍ତି କିନ୍ତୁ ଏଥିରେ ରିଚାର୍ଜ କରୁନାହାନ୍ତି। ଏପରି ଗ୍ରାହକଙ୍କ ସଂଖ୍ୟା ପ୍ରାୟ 1କୋଟି ଅଧିକ ଅଟେ।  

ବର୍ତ୍ତମାନର ନିୟମ

ବର୍ତ୍ତମାନ ଥିବା ନିୟମ ଅନୁଯାୟୀ ପ୍ରତିମାସରେ ଗ୍ରାହକଙ୍କୁ ଟ.୩୫ର ରିଚାର୍ଜ କରିବାକୁ ପଡିବ। ଏହି ରିଚାର୍ଜରେ ଗ୍ରାହକଙ୍କୁ ଟ.୨୬ ଟକଟାଇମ ମିଳିବ ଓ ୨୮ଦିନର ବୈଧତା ମିଳିବ। ୨୮ଦିନ ପୂରଣ ହେବା ପରେ ଯଦି ଗ୍ରାହକ କୌଣସି ନୂଆ ରିଚାର୍ଜ ନକରନ୍ତି ତେବେ ତାଙ୍କ ନମ୍ବରରେ ବାଲାନ୍ସ ଥିଲେ ମଧ୍ୟ ଗ୍ରାହକ କୌଣସି ନମ୍ବରକୁ ଆଉଟଗୋଇଙ୍ଗ କଲ କରିପାରିବେ ନାହିଁ। କମ୍ପାନୀ  ତରଫରୁ ଗ୍ରାହକଙ୍କ ନମ୍ବରରୁ ଆଉଟଗୋଇଙ୍ଗ କଲ୍ ସୁବିଧାକୁ ବନ୍ଦ କରିଦିଆଯିବ।

ଏହାପରେ ଯଦି ମଧ୍ୟ ଗ୍ରାହକ କିଛି ରିଚାର୍ଜ ନକରେ ତେବେ ସେହି ଗ୍ରାହକଙ୍କ ନମ୍ବରରୁ ଫ୍ରୀ ଇନକମିଙ୍ଗ କଲ ସୁବିଧା ମଧ୍ୟ ବନ୍ଦ କରିଦିଆଯିବ। ଗ୍ରାହକଙ୍କୁ ମିଳୁଥିବା ସେବା ବଦଳରେ ଏହି ଶୁଳ୍କ ଆଦାୟ କରାଯାଉଛି ବୋଲି କମ୍ପାନୀ ତରଫରୁ କୁହାଯାଇଥିଲା।

#mobile #recharge #minimmumrechargeplan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon