• padmabati kund

ସାଧାରଣତନ୍ତ୍ର ଦିବସରେ ଘରେ କରନ୍ତୁ ତ୍ରିରଙ୍ଗା ଖେଚୁଡ଼ି ଓ ବ୍ରେଡ ପକୋଡା


(ବେତାର ବ୍ୟୁରୋ) ନିଜ ହାତରେ ରୋଷେଇ କରି ଖାଇବା ସହିତ ଅନ୍ୟକୁ ଖୁଆଇବାକୁ ବହୁତ ଲୋକ ପସନ୍ଦ କରିଥାନ୍ତି। ଭିନ୍ନ ଭିନ୍ନ ପ୍ରକାର ସୁସ୍ଵାଦୁ ଭୋଜନ ପ୍ରସ୍ତୁତ କରିବା ପାଇଁ ମଧ୍ୟ ସମସ୍ତେ ପସନ୍ଦ କରିଥାନ୍ତି। ଏହି ସାଧାରଣତନ୍ତ୍ର ଦିବସରେ ଦୁଇଟି ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣନ୍ତୁ। ଏହାକୁ ବହୁତ କମ ସମୟ ମଧ୍ୟରେ ପ୍ରସ୍ତୁତ କରିପାରିବେ।

ତ୍ରିରଙ୍ଗା ଖେଚୁଡି

ସାଧାରଣତନ୍ତ୍ର ଦିବସରେ ଏହି ତ୍ରିରଙ୍ଗା ଖେଚୁଡି ନିଜେ ପ୍ରସ୍ତୁତ କରି ଖାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଖୁଆଇ ପାରିବେ। ଏହା ବହୁତ ସ୍ଵାଦିଷ୍ଟ ହୋଇଥାଏ ଓ ଏହାକୁ ପ୍ରସ୍ତୁତ କରିବା ପାଇଁ ମୋଟ ୨୦ମିନିଟ ସମୟ ଲାଗିଥାଏ। ସମୁଦାୟ ଆପଣଙ୍କୁ ୫୦ମିନିଟ ସମୟ ଲାଗିବ।

ଆବଶ୍ୟକ ସାମଗ୍ରୀ:

ଦେଢ କପ ଚାଉଳ, ଚାରିଚାମଚ ଘିଅ, ଏକ କପ ଗ୍ରୀନ ମଟର, ଗୋଟିଏ ପିଆଜ, ଅଧ ଚାମଚ କରି ପାଉଡ଼ର, ଗୋଟିଏ ଚାମଚ ଜୀରା, ତିନିକପ ପାଳଙ୍ଗ, ତିନୋଟି କଞ୍ଚାଲଙ୍କା, ଲୁଣ ସ୍ଵାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଦେଢକପ ଚାଉଳକୁ ତିନି ଭାଗରେ ବିଭକ୍ତ କରିନିଅନ୍ତୁ। କାରଣ ଖେଚୁଡିକୁ ତିନୋଟି ରଙ୍ଗ ଦେବାର ଅଛି। ପ୍ରଥମେ ଗୋଟିଏ ପ୍ରେସର କୁକରରେ ଚାଉଳ ଓ ପାଣି ମିଶାଇ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ। ଏହାପରେ ଗୋଟିଏ ପ୍ୟାନରେ ଦୁଇ ଚାମଚ ଘିଅ ପକାନ୍ତୁ, ଘିଅ ଗରମ ହୋଇଯିବା ପରେ ଜୀରା ପକାନ୍ତୁ। ଏହାପରେ ରାନ୍ଧିଥିବା ଚାଉଳ ପକାଇ ଓ ଲୁଣ ପକାଇ ଭଲ ଭାବରେ ମିଶାନ୍ତୁ।

ସବୁଜ ରଙ୍ଗର ଖେଚୁଡି କରିବା ପାଇଁ ଗୋଟିଏ ପ୍ୟାନରେ ପାଳଙ୍ଗ ଶାଗ ନେଇ ଆବଶ୍ୟକ ପରିମାଣର ପାଣି ଦେଇ ସିଝାନ୍ତୁ। ଏହାପରେ ଏଥିରେ ରାନ୍ଧିଥିବା ଚାଉଳର ତିନିଭାଗରୁ ଗୋଟିଏ ଭାଗ ମିଶାନ୍ତୁ। କିଛି ସମୟ ଫୁଟିବାକୁ ଦିଅନ୍ତୁ। ଏହାପରେ ଘିଅ ଗରମ କରି ସେଥିରେ ପିଆଜ ପକାଇ ଭାଜନ୍ତୁ। ଏହାପରେ ଏଥିରେ ପାଳଙ୍ଗ ଭାତ, ଗ୍ରୀନ ମଟର, କଞ୍ଚାଲଙ୍କା ଓ ଆବଶ୍ୟକ ପରିମାଣର ଲୁଣ ପକାନ୍ତୁ।

କମଳା ରଙ୍ଗର ଖେଚୁଡି ପାଇଁ ଏକ ପ୍ୟାନରେ ବଳିଥିବା ଘିଅ ଗରମ କରନ୍ତୁ। ଏଥିରେ ଜୀରା ପକାଇ ଭାଜନ୍ତୁ। ଏହାପରେ କେଶର ସହିତ ଆବଶ୍ୟକ ପରିମାଣର ପାଣି ମିଶାଇ ଫୁଟାନ୍ତୁ। ପାଣି ଉପରେ ହଳଦିଆ ରଙ୍ଗର ଏକ ଆସ୍ତରଣ ପଡିବା  ପରେ ତିନିଭାଗରୁ ଗୋଟିଏ ଭାଗ ରାନ୍ଧିବା ଚାଉଳ ମିଶାନ୍ତୁ।ଏହାପରେ କରି ପାଉଡ଼ର ଓ ଲୁଣ ମିଶାଇ ଭଲ ଭାବରେ ଗୋଳାନ୍ତୁ। କିଛି ସମୟ ପାଇଁ ଫୁଟିବାକୁ ଦିଅନ୍ତୁ। 

ଏହାପରେ ଏକ ବେକିଙ୍ଗ ପାତ୍ରରେ ପ୍ରଥମେ କମଳାରଙ୍ଗର ଖେଚୁଡି ରଖନ୍ତୁ। ଏହା ଉପରେ ଧଳାଖେଚୁଡିଓ ପାଳଙ୍ଗ ଖେଚିଡୁକୁ ରଖନ୍ତୁ। ଗରମ ଗରମ ଖାଆନ୍ତୁ।    

ତ୍ରିରଙ୍ଗା ବ୍ରେଡ ପକୋଡା

ସକାଳ ଭୋଜନ କରିବା ସମୟରେ ଅଧିକାଂଶ ଲୋକ ବ୍ରେଡ ଖାଇଥାନ୍ତି। ଆପଣଙ୍କର ସ୍ନାକ୍ସକୁ ଆହୁରି ମଜାଦାର  କରିବା ପାଇଁ ଆପଣ ଏହି ତ୍ରିରଙ୍ଗା ବ୍ରେଡ ପକୋଡାକୁ ପ୍ରସ୍ତୁତ କରିପାରିବେ। ଏହାକୁ ପ୍ରସ୍ତୁତ କରିବା ପାଇଁ ମୋଟ ୨୦ମିନିଟ ସମୟ ଲାଗିବ।

ଆବଶ୍ୟକ ସାମଗ୍ରୀ:

ବ୍ରେଡ ତିନିଖଣ୍ଡ, ତିନି ଚାମଚ ମେୟୋନିଜ, ତିନି ଚାମଚ ବେସନ, ଅଧାଚମଚ ହଳଦୀଗୁଣ୍ଡ, ଦୁଇ ଚାମଚ ଗ୍ରୀନମିଣ୍ଟ ମେୟୋନିଜ, ଅଧାଚାମଚ ପାନମଧୁରୀ,ଏକଚାମଚ ଲଙ୍କାଗୁଣ୍ଡ, ସ୍ଵାଦଅନୁସାରେ ଲୁଣ ଓ ୧୦୦ଗ୍ରାମ ଖାଇବା ତେଲ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟିଏ ବ୍ରେଡ ନେଇ ଏଥିରେ ମେୟୋନିଜ ଲଗାନ୍ତୁ ଓ ଏହାଉପରେ ଅନ୍ୟଏକ ବ୍ରେଡ ଲଗାନ୍ତୁ। ଦ୍ଵିତୀୟ ବ୍ରେଡ ଉପରେ ଗ୍ରୀନ ମିଣ୍ଟ ମେୟୋନିଜ ଲଗାନ୍ତୁ ଓ ଏହାଉପରେ ତୃତୀୟ ବ୍ରେଡକୁ ରଖନ୍ତୁ। ପକୋଡାର ବ୍ୟାଟର ପ୍ରସ୍ତୁତ କରିବା ପାଇଁ ଗୋଟିଏ ପାତ୍ରରେ ମେୟୋନିଜ, ପାନମଧୁରୀ, ବେସନ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଲୁଣ ଓ ପଣି ମିଶାନ୍ତୁ। ଏହାକୁ ମିଶାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରନ୍ତୁ।

ଗୋଟିଏ କରେଇରେ ତେଲ ନେଇ ଭଲ ଭାବରେ ଗରମ କରନ୍ତୁ। ପ୍ରସ୍ତୁତ କରିବା ପେଷ୍ଟରେ ବ୍ରେଡକୁ ଭଲ ଭାବରେ ବୁଡାନ୍ତୁ ଓ ତେଲରେ ପକାଇ ଛାଣନ୍ତୁ। ଭଲଭାବରେ ଛାଣିବା ପରେ ବ୍ରେଡକୁ ତ୍ରିଭୁଜାକୃତି ଆକାରରେ ଦୁଇ ଭାଗରେ କାଟିଦିଅନ୍ତୁ। ଏହାପରେ ଚିଜ ବା ପନିର ଦେଇ ଖାଆନ୍ତୁ।

#food #trirangabreadpakoda #trirangarice

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon