• ବେତାର ବ୍ୟୁରୋ

ବାସ୍ତୁ ଟିପ୍ସ : ଅନ୍ୟମାନଙ୍କର ଏହି 6ଟି ଜିନିଷ ବ୍ୟବହାର କଲେ ହୋଇଥାଏ ଅର୍ଥହାନୀ


(ବେତାର ବ୍ୟୁରୋ) ବେଳେବେଳେ ଆବଶ୍ୟକ ପଡ଼ିଲେ ଆମେମାନେ ଅନ୍ୟମାନଙ୍କର ଜିନିଷ ମଧ୍ୟ ବ୍ୟବହାର କରିଥାଉ। ଯେଉଁ ସମୟରେ ଅନ୍ୟମାନଙ୍କର ଜିନିଷ ବ୍ୟବହାର କରିଥାଉ ସେହି ସମୟରେ ଆମକୁ ଲାଭ ମିଳିଥାଏ କିନ୍ତୁ ପରବର୍ତ୍ତୀ ସମୟରେ ଏହା ଆମ ପାଇଁ କ୍ଷତିକାରକ ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ଏ ବିଷୟରେ ଉଲ୍ଲେଖ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନ୍ୟମାନଙ୍କର ଜିନିଷ ବ୍ୟବହାର କରିବା ଅଶୁଭ ହୋଇଥାଏ। ତେବେ ଜାଣି ରଖନ୍ତୁ ଅନ୍ୟମାନଙ୍କର ଛଅଟି ଜିନିଷ ବିଷୟରେ ଯାହାକୁ ବ୍ୟବହାର କରିବା ପାଇଁ ବାସ୍ତୁଶାସ୍ତ୍ର ରେ ମନା କରାଯାଇଛି। . ବାସ୍ତୁଶାସ୍ତ୍ର ଅନୁଯାୟୀ କେବେବି ଅନ୍ୟମାନଙ୍କର ରୁମାଲ ବ୍ୟବହାର କରନ୍ତୁ ନାହିଁ। ଅନ୍ୟମାନଙ୍କର ରୁମାଲ ବ୍ୟବହାର କରିବା ଦ୍ୱାରା ଆର୍ଥିକ କ୍ଷତି ସହିବାକୁ ପଡିଥାଏ। .ଅନ୍ୟମାନଙ୍କର ବିଛଣାରେ ଶୋଇବାର ଅଭ୍ୟାସ ବହୁତ ଲୋକଙ୍କର ଥାଏ। କିନ୍ତୁ ବାସ୍ତୁଶାସ୍ତ୍ରରେ ଏପରି କରିବାକୁ ମନା କରାଯାଇଛି। ଅନ୍ୟ ବ୍ୟକ୍ତିଙ୍କର ବିଛଣାରେ ଶୋଇବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ବଢିବା ସହିତ ଆର୍ଥିକ ହାନୀ ମଧ୍ୟ ହୋଇଥାଏ।

.ବାସ୍ତୁଶାସ୍ତ୍ର ଅନୁସାରେ ଅନ୍ୟ ବ୍ୟକ୍ତିଙ୍କର ଜୋତା ଓ ପୋଷାକ ବ୍ୟବହାର କରିବା ଅନୁଚିତ। ଅନ୍ୟ ବ୍ୟକ୍ତିଙ୍କର ବ୍ୟବହୃତ ପୋଷାକ ଓ ଜୋତା ବ୍ୟବହାର କରିବା ଦ୍ୱାରା ଆର୍ଥିକ ସମସ୍ୟା ଭୋଗ କରିବାକୁ ପଡିଥାଏ। . ଯଦି ଆବଶ୍ୟକ ସମୟରେ ଅନ୍ୟମାନଙ୍କ ଠାରୁ କରଜ ନେଉଛନ୍ତି ତେବେ ସେହି କରଜକୁ ଠିକ ସମୟରେ ପରିଶୋଧ କରନ୍ତୁ। କରଜ ସୁଝିବାରେ ବିଳମ୍ବ କରନ୍ତୁ ନାହିଁ। .ବାସ୍ତୁଶାସ୍ତ୍ର ଅନୁଯାୟୀ ଅନ୍ୟ ବ୍ୟକ୍ତିଙ୍କର ବ୍ୟବହୃତ କଲମ ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ବଢିଥାଏ।

. କେବେବି ଅନ୍ୟ ବ୍ୟକ୍ତିଙ୍କର ବ୍ୟବହୃତ ହାତ ଘଣ୍ଟା ପିନ୍ଧନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ। ଯେଉଁ ବ୍ୟକ୍ତିଙ୍କ ଘଣ୍ଟା ଆପଣ ପିନ୍ଧୁଛନ୍ତି ଯଦି ସେହି ବ୍ୟକ୍ତିଙ୍କର ଖରାପ ସମୟ ଚାଲୁଥାଏ ତେବେ ସେହି ଖରାପ ସମୟ ଆପଣଙ୍କ ଉପରେ ଆସିପାରେ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ) 

#astrology #vastutips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon