- padmabati kund
ଜିଓ ଫୋନରେ ଲଞ୍ଚ ହେଲା ରେଲ ଆପ୍, ଫିଚର ଫୋନରେ କରିପାରିବେ ଟିକେଟ ବୁକିଙ୍ଗ

(ବେତାର ବ୍ୟୁରୋ) ରିଲାଏନ୍ସ ଜିଓ ତରଫରୁ ଏହାର ଗ୍ରାହକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଲଗାତର ଭାବରେ ନୂଆ ନୂଆ ଅଫର ଅଣାଯାଉଛି। ଏହାକୁ ଆହୁରି ଅଧିକ ଲୋକପ୍ରିୟ କରିବା ପାଇଁ ଜିଓ ତରଫରୁ ଜିଓ ରେଲ (jiorail) ଆପ ଲଞ୍ଚ କରାଯାଇଛି।
ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ ରହିଛି ସେମାନେ ଫୋନ ମାଧ୍ୟମରେ ରେଲୱେ ଟିକେଟ ବୁକ କରିଥାନ୍ତି। କିନ୍ତୁ ଜିଓର ଏହି ନୂଆ ଆପ ଲଞ୍ଚ କରାଯିବା ପରେ ଗ୍ରାହକମାନେ ଫିଚର ଫୋନରେ ମଧ୍ୟ ଟିକେଟ ବୁକ କରିପାରିବେ। ଏହି jiorail ଆପ ଜରିଆରେ ବ୍ୟବହାରକାରୀ ମାନେ ଜିଓ ଫୋନ ଜରିଆରେ IRCTCର ରେଳ ଟିକେଟ ବୁକିଙ୍ଗ ସେବା ବ୍ୟବହାର କରିପାରିବେ। କମ୍ପାନୀ ତରଫରୁ ଏହି ଆପ ଉଭୟ ଜିଓଫୋନ ଓ ଜିଓଫୋନ2 ରେ ଲଞ୍ଚ କରାଯାଇଛି।

ଏହି ଆପ ଜରିଆରେ ବ୍ୟବହାରକାରୀ ରେଲୱେ ଟିକେଟ ବୁକିଙ୍ଗ ଠାରୁ ଆରମ୍ଭ କରି ଟିକେଟ କ୍ୟାନସଲ ମଧ୍ୟ କରିପାରିବେ। ଏହାସହିତ ତତ୍କାଳ ଓ PNR ଷ୍ଟାଟସ ପରି ସୁବିଧା ମାତ୍ର ଗୋଟିଏ କ୍ଲିକରେ ପାଇପାରିବେ। ରିଲାଇନ୍ସ ଜିଓ ରେଲୱେର ଅଫିସିଆଲ ସର୍ଭିସ ପ୍ରୋଭାଇଡ଼ର ଅଟେ। ରେଲୱେ ସହିତ ଭାଗୀଦାରୀକୁ ଆଗକୁ ବଢାଇ କମ୍ପାନୀ ଏହି ନୂଆ ଆପ ଲଞ୍ଚ କରିଛି।
ଟିକେଟର ମୂଲ୍ୟ ପଇଠ କରିବା ପାଇଁ ଗ୍ରାହକମାନେ ଡେବିଟ କାର୍ଡ, କ୍ରେଡିଟ କାର୍ଡ କିମ୍ବା ଇ-ୱାଲେଟର ମଧ୍ୟ ବ୍ୟବହାର କରିପାରିବେ। ଏହାସହିତ PNR ଷ୍ଟାଟସ ଚେକିଙ୍ଗ କରିପାରିବେ। ଟ୍ରେନ କେଉଁ ସମୟରେ ଆସିବ, କେଉଁ ରୁଟ ଦେଇ ଆସିବ ଓ ଉପବଲ୍ଧ ଥିବା ସିଟ ବିଷୟରେ ଜାଣିପାରିବେ।
ସ୍ମାର୍ଟଫୋନ ପାଇଁ ଥିବା IRCTC ଆପ ପରି ଏହି jiorail ଆପରେ ମଧ୍ୟ ଗ୍ରାହକମାନେ ତତ୍କାଳ ବୁକିଙ୍ଗ କରିପାରିବେ। ଜିଓଫୋନର ଯେଉଁ ଗ୍ରାହକଙ୍କ ପାଖରେ IRCTCର ଆକାଉଣ୍ଟ ନଥିବ ସେ jiorail ଆପର ବ୍ୟବହାର କରି ନୂଆ ଆକାଉଣ୍ଟ କରିପାରିବେ।
ଏହାସହିତ ଏହି ଆପରେ PNR status change alert, train locater ଓ food order ପରି ସେବା ଗୁଡିକ ମଧ୍ୟ ଆସିପାରେ। କମ୍ପାନୀର କହିବା ଅନୁଯାୟୀ ଏହି ଆପ ଦ୍ଵାରା ଟିକେଟ ବୁକିଙ୍ଗ କରିବା ଅଧିକ ସହଜ ହୋଇଯିବ। ଏବେଠାରୁ ଜିଓଫୋନର ଗ୍ରାହକଙ୍କୁ ଟିକେଟ ବୁକିଙ୍ଗ କରିବା ପାଇଁ ଆଉ ଲମ୍ବା ଲାଇନରେ ଠିଆ ହେବାକୁ ପଡିବ ନାହିଁ। ଏହାସହିତ ଏଜେଣ୍ଟଙ୍କ ଠାରୁ ମୁକ୍ତି ମଧ୍ୟ ମିଳିବ।