• ବେତାର ବ୍ୟୁରୋ

ବର୍ଡର ସିକ୍ୟୁରୀଟି ଫୋର୍ସରେ ମାଟ୍ରିକ ପାସଙ୍କ ପାଇଁ 1,763ଟି କନଷ୍ଟେବଳ ନିଯୁକ୍ତି ସୁଯୋଗ


(ବେତାର ବ୍ୟୁରୋ) ବର୍ଡର ସିକ୍ୟୁରୀଟି ଫୋର୍ସ (BSF) ତରଫରୁ କନେଷ୍ଟବଳ (ଟ୍ରେଡ୍ସମ୍ୟାନ) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଆବେଦନ କରିବା ପାଇଁ ଚାହୁଁଥିବା ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଏହି ଚାକିରୀ ଅସ୍ଥାୟୀ ଅଟେ କିନ୍ତୁ ପରବର୍ତ୍ତୀ ସମୟରେ ଏହା ସ୍ଥାୟୀ ହୋଇପାରେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତା ଫେବୃୟାରୀ 24 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 1763ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ କନେଷ୍ଟବଳ (ମୋଚି) ପାଇଁ 32ଟି, କନଷ୍ଟେବଳ (ଦରଜୀ) ପାଇଁ 38ଟି, କନଷ୍ଟେବଳ (ବଢେଇ) ପାଇଁ 13ଟି, କନଷ୍ଟେବଳ (ରୋଷେଇଆ)561ଟି, କନଷ୍ଟେବଳ(W/C) ପାଇଁ 320ଟି, କନଷ୍ଟେବଳ(W/M) ପାଇଁ 253ଟି, କନଷ୍ଟେବଳ (ବାରିକ) ପାଇଁ 146ଟି, କନଷ୍ଟେବଳ (ଝାଡୁଦାର)ପାଇଁ 389ଟି , କନଷ୍ଟେବଳ(ୱେଟର) ପାଇଁ 9ଟି, କନଷ୍ଟେବଳ(ପେଣ୍ଟର) ପାଇଁ 1ଟି ଓ କନଷ୍ଟେବଳ(ଡ୍ରାଫ୍ଟସମ୍ୟାନ) ପାଇଁ 1ଟି ପଦବୀ ରହିଛି।  ଦରଜୀ ପଦ ମଧ୍ୟରୁ 2ଟି ପଦ ମହିଳା ପ୍ରାର୍ଥୀଙ୍କ ପାଇଁ ରହିଛି।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.21,700 ରୁ ଟ.69,100 ଦରମା ପ୍ରଦାନ କରାଯିବ।

ବୟସ ସୀମା

ଏହି ପଦରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ଅଗଷ୍ଟ 1 ତାରିଖ 2019 ସୁଦ୍ଧା ସର୍ବନିମ୍ନ 18ବର୍ଷରୁ ସର୍ବାଧିକ 23 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ଓବିସି ଓ ଅନ୍ୟ ସ୍ଵତନ୍ତ୍ର ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସସୀମା କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ମାଟ୍ରିକ ପାସ କରିଥିବା ସହିତ ଉକ୍ତ ବିଭାଗରେ  ଦୁଇବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ କିମ୍ବା ଉକ୍ତ ବିଭାଗରେ ଦୁଇବର୍ଷର ଆଇଟିଆଇ ପାସ କରିଥିବା ଆବଶ୍ୟକ।

ଆବେଦନ ଫି’

ଏହି ପଦରେ ଆବେଦନ କରିବା ପାଇଁ କୌଣସି ଫି’ ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରଥମେ ବର୍ଡର ସିକ୍ୟୁରୀଟି ଫୋର୍ସର ଅଫିସିଆଲ ୱେବସାଇଟ www.bsf.nic.in ରେ ଲଗଇନ କରି ଆପ୍ଲିକେଶନ ଫର୍ମ ଡାଉନଲୋଡ କରିବାକୁ ପଡିବ। ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବା ସହିତ ବର୍ଡର ସିକ୍ୟୁରୀଟି ଫୋର୍ସର ମୁଖ୍ୟ କାର୍ଯ୍ୟାଳୟରେ ପଠାଇ ପାରିବେ। ଆବେଦନ ଫର୍ମ ସହିତ ପାସପୋର୍ଟ ସାଇଜ ଫଟୋ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରମାଣପତ୍ର ଦେବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ବର୍ଡର ସିକ୍ୟୁରୀଟି ଫୋର୍ସର ଅଫିସିଆଲ ୱେବସାଇଟ www.bsf.nic.in ରେ ଲଗଇନ କରନ୍ତୁ। ଏହାସହିତ ନିୟମିତ ଭାବରେ ଏହି ୱେବସାଇଟ ଯାଞ୍ଚ କରନ୍ତୁ।

#jobs #BSF

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon