• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ଜାନୁଆରୀ ଶେଷ ସପ୍ତାହର ଗଣନା


(ବେତାର ବ୍ୟୁରୋ) ଚଳିତ ସପ୍ତାହ ସ୍ୱାତି (ରାହୁ) ନକ୍ଷତ୍ରରୁ ଆରମ୍ଭ ହେଇ ଉତ୍ତରଷାଢା (ସୂର୍ଯ୍ୟ) ନକ୍ଷତ୍ରରେ ଶେଷ ହେବ। ଏହି ସମୟ ମଧ୍ୟରେ ଚନ୍ଦ୍ର, ତୁଳା ରାଶିରୁ ମକର ରାଶି ମଧ୍ୟରେ ଗତି କରିବ। ତେଣୁ ଏହି ସବୁ ରାଶି ସହିତ ମେଷ, ବୃଷ, ମିଥୁନ ଓ କର୍କଟ ରାଶି ଉପରେ ପ୍ରଭାବ ସହିତ କନ୍ୟା ରାଶିର ମଧ୍ୟ ପ୍ରଭାବ ପଡିବାର ସମ୍ଭାବନା ରହିଛି। ପୁନଶ୍ଚ ଚଳିତ ସପ୍ତାହରେ (ଜାନୁଆରୀ 29) ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରି ଧନୁ ରାଶିରେ ସ୍ଥିତ ଶନି ଗ୍ରହ ସହିତ ଅବସ୍ଥାନ କରିବେ। ଏଣୁ ଏ ସମସ୍ତ ପ୍ରଭାବ ରାଶି ଚକ୍ରର ସମସ୍ତ 12 ରାଶି ଉପରେ ଊଣା ଅଧିକେ ପଡିବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ସେଗୁଡିକ କଣ।

ମେଷ: ସପ୍ତାହଟି ଆପଣଙ୍କ ପାଇଁ ଭଲରେ କଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ପାରିବାରିକ ଜୀବନରେ ସୁଖଦୁଃଖ ଲାଗିରହିବ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରିବେ। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ସନ୍ତାନଙ୍କ ସଫଳତାକୁ ନେଇ ଗର୍ବ ଅନୁଭବ କରିବେ।

ବୃଷ: ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦେବାକୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଚିନ୍ତିତ ରହିବେ। ସପ୍ତାହର ଆରମ୍ଭରୁ ଅଧିକ ବ୍ୟୟ ହେବ। ଭାଗୀଦାରୀ ବ୍ୟବସାୟରେ ସଫଳତା ପାଇବେ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

ମିଥୁନ: ସପ୍ତାହରେ ଆପଣଙ୍କ ଆୟ ବଢିବ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ସନ୍ତାନଙ୍କ ଶିକ୍ଷାକୁ ନେଇ ଚିନ୍ତିତ ରହିବେ। ଶତ୍ରୁଙ୍କୁ ଜୟ କରିବେ। ଛାତ୍ରଛାତ୍ରୀମାନେ ସମୟ ନଷ୍ଟ ନକରି କଠିନ ପରିଶ୍ରମ କରନ୍ତୁ। ନୂତନ ଚାକିରୀ ମିଳିପାରେ।

କର୍କଟ: ସପ୍ତାହଟି ଆପଣଙ୍କର ବହୁତ ହସଖୁସିରେ କଟିବ। ନୂତନ ଯାନବାହାନ କିଣିପାରନ୍ତି। କୌଣସି ସୁଯୋଗକୁ ହାତଛଡା କରନ୍ତୁ ନାହିଁ। ପରିବାରରେ ଚାଲୁଥିବା କଳହକୁ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ।

ସିଂହ: ଏହି ସପ୍ତାହରେ ଆପଣ ବହୁତ ସାହସୀ ଓ ଆଗ୍ରହୀ ରହିବେ। ଅନ୍ୟମାନଙ୍କ ଆଗରେ ନିଜର ମତକୁ ରଖିବେ। ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବ। ଛାତ୍ରଛାତ୍ରୀମାନେ ନୂତନ ଜିନିଷ ବିଷୟରେ ଶିଖିବା ପାଇଁ ଆଗ୍ରହ ଦେଖାଇବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଅର୍ଥ ଉପାର୍ଜନ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ନୂତନ ଯାନବାହାନ କିଣିବେ। ଚାକିରୀରେ ପରିବର୍ତ୍ତନ କରିପାରନ୍ତି। ବ୍ୟବସାୟ ପାଇଁ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା: ଆପଣ ବହୁତ ଖୁସି ରହିବେ, କାରଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟରେ ଉନ୍ନତି ଘଟିବ ଓ ଆୟ ବୃଦ୍ଧି ପାଇବ। ଘର ନିର୍ମାଣ କରିପାରନ୍ତି। ଶତ୍ରୁ ଆପଣଙ୍କୁ ପରାଜୟ କରିପାରିବେ ନାହିଁ।ପରିବାର ସଦସ୍ୟଙ୍କ ସହିତ କୌଣସି ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

ବିଛା: ଏହି ସପ୍ତାହରେ ଆପଣଙ୍କୁ ମିଶ୍ରିତ ସଫଳତା ମିଳିବ। ବ୍ୟୟ ବୃଦ୍ଧି ପାଇପାରେ। ସପ୍ତାହର ମଧ୍ୟ ଭାଗରେ ଆପଣଙ୍କ ମନ ଶାନ୍ତ ରହିବ। ସପ୍ତାହର ଶେଷ ଭାଗରେ ଆୟ ବୃଦ୍ଧି ପାଇବ। ପରିବାର ପାଇଁ କିଛି ଜିନିଷ କ୍ରୟ କରିବେ। ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରନ୍ତୁ।

ଧନୁ: ସ୍ୱାସ୍ଥ୍ୟ ଉତ୍ତମ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଯେକୌଣସି କାମ କଲେ ସେଥିରେ ସଫଳତା ପାଇବେ। ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ। ନିଜ କଥାରେ ଅନ୍ୟମାନଙ୍କୁ ଆକର୍ଷିତ କରିପାରିବେ। ଛାତ୍ରଛାତ୍ରୀମାନେ ସଫଳତା ପାଇଁ କଠିନ ପରିଶ୍ରମ କରନ୍ତୁ।

ମକର: ଆୟସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ସପ୍ତାହର ଶେଷ ଭାଗକୁ ଦୁଃଶ୍ଚିନ୍ତା ବଢିବ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କର୍ମକ୍ଷେତ୍ରରେ କୌଣସି ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ନିଜ କଠିନ ପରିଶ୍ରମର ସୁଫଳ ପାଇବେ।

କୁମ୍ଭ: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ। ସନ୍ତାନଙ୍କ କାର୍ଯ୍ୟକୁ ନେଇ ଖୁସି ରହିବେ। ଆର୍ଥିକ ସମସ୍ୟା ଦେଖାଦେଇପାରେ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।

ମୀନ: ସପ୍ତାହରେ ଅନେକ ସମସ୍ୟାର ସମାଧାନ ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ବହୁଦିନରୁ ଆଶା କରିଥିବା ଦିଗରୁ ଅର୍ଥ ମିଳିବ। ସାମାଜିକ ପ୍ରତିଷ୍ଠା ବଢିବ। ଭାଇଭଉଣୀ ଆପଣଙ୍କ ପରିସ୍ଥିତି ବୁଝି ସହଯୋଗ କରିବେ। ସମସ୍ତ ସମସ୍ୟାର ସମାଧାନ ହେବ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon