• ବେତାର ବ୍ୟୁରୋ

ଗ୍ରାଜୁଏଟଙ୍କ ପାଇଁ OUATରେ 31ଟି ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ସୁଯୋଗ


(ବେତାର ବ୍ୟୁରୋ) ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (OUAT) ତରଫରୁ ଆସିଷ୍ଟାଣ୍ଟ  ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ରରେ ଏହି ନିଯୁକ୍ତି  କରାଯିବ ଓ ଏହା ଚୁକ୍ତିଭିତ୍ତିକ ଅଟେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତା ଫେବୃୟାରୀ 22 ତାରିଖ ମଧ୍ୟରେ ରେଜିଷ୍ଟ୍ରର ପୋଷ୍ଟ ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 31ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ସାଧାରଣବର୍ଗର ପ୍ରାର୍ଥୀଙ୍କ ପାଇଁ 16ଟି, ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ 5ଟି, ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ 7ଟି, ଏସ.ଇ.ବି.ସି ର ପ୍ରାର୍ଥୀଙ୍କ ପାଇଁ 3ଟି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 1ଟି ପଦବୀ ରହିଛି।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.9,300-ଟ.34,800 ସ୍କେଲ ହାରରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ 27ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ଏସବିସି, ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯିବ। ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଆସିଷ୍ଟାଣ୍ଟ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ଓ ଏହାସହିତ କମ୍ପ୍ୟୁଟର ଶିଖିଥିବା ଆବଶ୍ୟକ।

ଆବେଦନ ଫି’

ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.500 ଦେବାକୁ ପଡିବ। ଏହି ଫି’ ପରବର୍ତ୍ତୀ ସମୟରେ ଫେରସ୍ତ କରାଯିବ ନାହିଁ। ଏହି ଆବେଦନ ଫି’ କୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ଗ୍ରୀନ ଚାଲାଣ କାଉଣ୍ଟର(GCC) କିମ୍ବା Real Time Gross settlement (RTGS) ମାଧ୍ୟମରେ ବ୍ରାଞ୍ଚ କ୍ରମ୍ପ୍ଟୋଲରଙ୍କ ଆକାଉଣ୍ଟ (A.C no-10173711536, state  bank of india, OUAT campus branch, branch code-03341, IFSC code- NO.SBIN0003341)ରେ ପଠାଇ ପାରିବେ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଓ କମ୍ପ୍ୟୁଟର ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

କିପରି ଆବେଦନ କରିବେ

ପ୍ରଥମେ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (OUAT)ର ୱେବସାଇଟ www.ouat.nic.in ରେ ଲଗଇନ କରନ୍ତୁ। ଆବେଦନ ଫର୍ମକୁ ଡାଉନଲୋଡ କରି ସମସ୍ତ ତଥ୍ୟ ପୂରଣ କରନ୍ତୁ। ଏହି ଆବେଦନ ଫର୍ମରେ ମୋବାଇଲ ନମ୍ବର ଓ ଇମେଲ ଆଇଡି ମଧ୍ୟ ଦିଅନ୍ତୁ। ଏହାପରେ ଏହି ଆବେଦନ ଫର୍ମକୁ Registrar, OUAT, Bhubaneswar-751003ରେ ପଠାଇ ଦିଅନ୍ତୁ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (OUAT)ର ୱେବସାଇଟ www.ouat.nic.in ରେ ଲଗଇନ କରନ୍ତୁ।

#jobs #OUAT #assistant

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon