• ବେତାର ବ୍ୟୁରୋ

ଧନୁ ରାଶିରେ ଶୁକ୍ର ଗ୍ରହ ପ୍ରବେଶ : ଜାଣନ୍ତୁ କଣ ରହିବ ପ୍ରଭାବ


(ବେତାର ବ୍ୟୁରୋ) ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଏକ ଆଧ୍ୟାତ୍ମିକ ଗୁରୁ ହିସାବରେ ବର୍ଣ୍ଣନା କରାଯାଇ ଦେଖାଯାଇଥାଏ। ଏବଂ ଧନ ସମ୍ପତ୍ତି, ବିଳାସବ୍ୟସନ (ନୂଆ ମୋବାଇଲ ବା ଗାଡି ଇତ୍ୟାଦି କିଣିବା) ସହିତ ଶୁକ୍ର

ଗ୍ରହକୁ ଯୋଡ଼ାଯାଇ ଦେଖାଯାଇଥାଏ । ଜାନୁୟାରୀ 29 (ମଙ୍ଗଳବାର) ରାତି 11ଟା17 ମିନିଟରେ ଶୁକ୍ର ଗ୍ରହ ଜଳ ସ୍ଥିର ରାଶି ବିଛା ପରିତ୍ୟାଗ କରି ଚର ତଥା ଅଗ୍ନି କାରକ ଓ ବୃହସ୍ପରି ଗ୍ରହର ରାଶି ଧନୁରେ ପ୍ରବେଶ କରିବ । ପୁନଶ୍ଚ ଏହି ରାଶିରେ କଠିନ ପରିଶ୍ରର ଗ୍ରହ ଶନି ପୂର୍ବରୁ ଅଛନ୍ତି । ଶୁକ୍ର ଓ ଶନି ଏକାଠି ରହିଲେ ବ୍ୟକ୍ତିଙ୍କର ଅନ୍ୟ ଲୋକକୁ ଦେଖିବାର ଦୃଷ୍ଟିକୋଣ ବଦଳିଯାଇଥାଏ । ଏହି ବ୍ୟବସ୍ଥା ସବୁଠାରୁ ବଡ ଗ୍ରହ ବୃହସ୍ପତିର

ରାଶିରେ ସଂଗଠିତ ହେଉଥିବାରୁ ଏହାର ପ୍ରଭାବ ସମସ୍ତ ରାଶିରେ ଊଣାଅଧିକ ପଡିବାର ସମ୍ଭାବନା ରହିଛି ।

ମେଷ: ବ୍ୟବସାୟରେ ଉନ୍ନତି ହେବ। ବୈବାହିକ ଜୀବନ ଆନନ୍ଦପୂର୍ଣ୍ଣ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ମନବଳାଇବେ। ସାମାଜିକ ପ୍ରତିଷ୍ଠା ବଢିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ବୃଷ: ସ୍ୱାସ୍ଥ୍ୟ ପ୍ରତି ବିଶେଷ ସଚେତନ ରହିବାକୁ ପଡିବ। ଭୌତିକ ବସ୍ତୁ ପାଇବାର ଲୋଭ ବଢିବ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଆଗରୁ ନେଇଥିବା କରଜ ସୁଜିବାରେ ସକ୍ଷମ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହା ଉପଯୁକ୍ତ ସମୟ ଅଟେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ।

ମିଥୁନ: ଏହି ଗୋଚରର ପ୍ରଭାବ ଆପଣଙ୍କ ବୈବାହିକ ଜୀବନ ଉପରେ ପଡିବ। ଜୀବନସାଥୀଙ୍କ ସହିତ କୌଣସି ଯୁକ୍ତିତର୍କ କରନ୍ତୁ ନାହିଁ। ବିଦେଶ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଓ ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଆନ୍ତୁ।

କର୍କଟ: ଏହି ସମୟ ଆପଣଙ୍କ ପାଇଁ ବହୁତ ସଂଘର୍ଷପୂର୍ଣ୍ଣ ରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ଅପେକ୍ଷା କରନ୍ତୁ, କାରଣ ସମୟ ଉପଯୁକ୍ତ ନୁହେଁ। ଧୈର୍ଯ୍ୟ ରଖନ୍ତୁ ଓ ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ। ଶତ୍ରୁ ଆପଣଙ୍କ ଉପରେ ଭାରି ପଡିବେ।

ସିଂହ: ଏହି ଗୋଚର ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ। ନୂତନ ସମ୍ପର୍କ ଗଢିବେ। ଜୀବନସାଥୀଙ୍କ ସହ ଅଧିକ ସମୟ ବିତାଇ ପାରିବେ। ଧନଲାଭର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ସାମାନ୍ୟ ଅବହେଳା ଆପଣଙ୍କୁ ଅସୁବିଧାରେ ପକାଇପାରେ।

କନ୍ୟା: ପରିବାର ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ନୂତନ ଜମି କିମ୍ବା ନୂତନ ଘର କିଣିପାରନ୍ତି। ଅନେକ ସମୟରୁ ଲାଗି ରହିଥିବା ମାନସିକ ଦୁଃଶ୍ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ।

ତୁଳା: ଏହା ଆପଣଙ୍କ ପାଇଁ ଶୁଭଦାୟକ ରହିବ। ଆପଣଙ୍କର ସମସ୍ତ ଧ୍ୟାନ ନିଜ ଲକ୍ଷ୍ୟହାସଲରେ ରହିବ। କଥା କହିବା ଶୈଳୀରେ ପରିବର୍ତ୍ତନ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଓ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି ଓ ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ।

ବିଛା: ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଉପଯୁକ୍ତ ଅଟେ। ପରିବାର ମଧ୍ୟରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଅନ୍ୟମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ।

ଧନୁ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ପାଇଁ ଲାଭଦାୟକ ରହିବ। ବନ୍ଧୁ ଓ ସମ୍ପର୍କୀୟଙ୍କ ସମୟ ବହୁତ ଭଲ ସମୟ ବିତାଇବେ। ବୈବାହିକ ଜୀବନରେ ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ।

ମକର: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ଅଫିସ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ବ୍ୟୟ ବୃଦ୍ଧି ପାଇବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଆର୍ଥିକ ସମସ୍ୟା ଦେଖାଦେବ। ଜୀବନସାଥୀଙ୍କ ସହ ଝଗଡା ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ନିଜ କାମ ପାଇଁ ସମାଜରେ ଆପଣଙ୍କ ମାନପ୍ରତିଷ୍ଠା ବଢିବ। ଅସୁବିଧା ସମୟରେ ପରିବାର ଓ ବନ୍ଧୁଙ୍କର ସହଯୋଗ ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ ଓ ପଦୋନ୍ନତି ମଧ୍ୟ ହୋଇପାରେ।

ମୀନ: ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର ରଖନ୍ତୁ। ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ। ନିଜ ଉପରେ ସଂଯମ ରଖନ୍ତୁ ଓ କାହାକୁ କିଛି ଆଗରୁ ଭଲ ଭାବରେ ଭାବନ୍ତୁ। ପରିବାର ମଧ୍ୟରେ ଜମିବାଡିକୁ ନେଇ ବିବାଦ ଦେଖାଦେବ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

#astrology #venusentersinsagitarius

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon