• padmabati kund

ଏହି 5 ଟିପ୍ସ ସାହାଯ୍ୟରେ ସାଧାରଣ ଶାଢ଼ୀକୁ ବନାନ୍ତୁ ଡିଜାଇନର ଶାଢ଼ୀ


(ବେତାର ବ୍ୟୁରୋ) ଶାଢୀ ପିନ୍ଧିବା ପରେ ମହିଳାଙ୍କ ସୁନ୍ଦରତା ଦୁଇଗୁଣ ହୋଇଯାଇଥାଏ। ଆଗକାଳରେ ମହିଳାମାନେ ଏଥିପାଇଁ ଶାଢୀ ପିନ୍ଧୁଥିଲେ ଯେ ଏହା ଆମ ସଂସ୍କୃତିରେ ଅଛି। କିନ୍ତୁ ବର୍ତ୍ତମାନ ସମୟରେ ଲୋକଙ୍କ ଚିନ୍ତାଧାରା ଓ ପୋଷାକରେ ବହୁତ ପରିବର୍ତ୍ତନ ଘଟିଛି। କେବଳ ସଂସ୍କୃତିରେ ଅଛି ବୋଲି ମହିଳାମାନେ ଶାଢୀ ପିନ୍ଧୁନାହାନ୍ତି, ଏହାସହିତ ଏକ ସୁନ୍ଦର ଓ ଷ୍ଟାଇଲିସ ଲୁକ ପାଇବା ପାଇଁ ମଧ୍ୟ ଶାଢୀ ପିନ୍ଧୁଛନ୍ତି।

ବେଳେବେଳେ ଏକ ସୁନ୍ଦର ଓ ଅଧିକ ମୂଲ୍ୟର ଶାଢୀକୁ ଠିକ ଭାବରେ ନପିନ୍ଧିବା ଦ୍ଵାରା ଏହା ଆପଣଙ୍କୁ ସଠିକ ଲୁକ ଦେଇନଥାଏ। କିନ୍ତୁ ଏକ ଶସ୍ତା ଶାଢୀକୁ ମଧ୍ୟ ସଠିକ ଭାବରେ ପିନ୍ଧିବା ଦ୍ଵାରା ଆପଣଙ୍କୁ ଏକ ସୁନ୍ଦର ଲୁକ ମିଳିଥାଏ। ତେଣୁ ଶାଢୀ ପିନ୍ଧିବା ସମୟରେ କିଛି ଜରୁରୀ କଥା ଉପରେ ଧ୍ୟାନ ଦେବା ଉଚିତ।

୧.ସଠିକ ଶାଢୀର ଚୟନ କରନ୍ତୁ: ଶାଢୀ ପିନ୍ଧିବା ସମୟରେ ଏକ ଜରୁରୀ କଥା ଉପରେ ଧ୍ୟାନ ଦେବା ଉଚିତ ଯେ, ଆପଣ ଶାଢୀକୁ କେଉଁ ସ୍ଥାନକୁ ଓ କେଉଁ ଅବସରରେ ପିନ୍ଧିକରି ଯାଉଛନ୍ତି। ଯଦି ଆପଣ କୌଣସି ବିବାହ ବା ପାର୍ଟିକୁ ଶାଢୀ ପିନ୍ଧିକରି ଯିବେ ତେବେ ଅଧିକ କାମ ହୋଇଥିବା ଶାଢୀ ପିନ୍ଧିକରି ଯାଆନ୍ତୁ। ସେହିପରି ଅଫିସକୁ ଯିବାକୁ ଥିଲେ ହାଲକା କାମ ହୋଇଥିବା ସିଫନ ଶାଢୀର ଚୟନ କରନ୍ତୁ।

୨.ଷ୍ଟାଇଲିସ ବ୍ଳାଉଜ: ବ୍ଳାଉଜ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଶାଢୀ ସହିତ ମ୍ୟାଚିଙ୍ଗ କରି ବ୍ଳାଉଜ ପିନ୍ଧନ୍ତୁ ଓ ଏହାର ଫିଟିଙ୍ଗ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ। ବର୍ତ୍ତମାନ ବଜାରରେ ଭିନ୍ନ ଭିନ୍ନ ପ୍ରକାରର ଷ୍ଟାଇଲିସ ବ୍ଳାଉଜ ମଧ୍ୟ ଉପଲବ୍ଧ ହେଉଛି। ଆପଣଙ୍କ ଶାଢୀକୁ ମ୍ୟାଚ କରୁଥିବା ବ୍ଳାଉଜ ବାଛିପାରିବେ।

୩.ଶାଢୀ ଅନୁଯାୟୀ ଗହଣା ବାଛନ୍ତୁ: ଶାଢୀ ସହିତ ସଠିକ ଗହଣା ପିନ୍ଧିଲେ ଆପଣଙ୍କ ଲୁକ ଅଧିକ ସୁନ୍ଦର ହୋଇଥାଏ। ଯଦି ଆପଣ ବହୁତ ଭାରି ଶାଢୀ ପିନ୍ଧିଛନ୍ତି ତେବେ ଠିକ ସେହିପରି ଭାରି କାମ ହୋଇଥିବା ଗହଣା ପିନ୍ଧନ୍ତୁ। ହାଲକା ଶାଢୀ ପିନ୍ଧିଥିଲେ ହାଲକା ଗହଣାର ଚୟନ କରନ୍ତୁ।

୪.ନିଜ ଶରୀର ଅନୁଯାୟୀ ବାଛନ୍ତୁ: ଶାଢୀ ବାଛିବା ସମୟରେ ସବୁବେଳେ ନିଜ ଶରୀର ଉପରେ ଧ୍ୟାନ ଦେବେ। ଯଦି ଆପଣଙ୍କର ରଙ୍ଗ ଅଧିକ ଶ୍ୟାମଳ ହୋଇଥାଏ ତେବେ ଗାଢ ରଙ୍ଗର ଶାଢୀ ବାଛନ୍ତୁ। ଠିକ ସେହିପରି ଆପଣଙ୍କ ଶରୀର ଅଧିକ ମୋଟା ହୋଇଥିଲେ ଶିଫନ ଶାଢୀ, ପତଳା ହୋଇଥିଲେ ନରମ କପଡା ଯଥା କଟନ ଶାଢୀ କିଣିପାରିବେ। ଯଦି ଆପଣଙ୍କ ଉଚ୍ଚତା କମ ହୋଇଥାଏ ତେବେ ଅଧିକ ମୋଟା ବର୍ଡର ଥିବା ଶାଢୀ କିଣନ୍ତୁ ନାହିଁ।

୫.ସଠିକ ଭାବରେ ପିନ ଲଗାନ୍ତୁ: ଅଧିକାଂଶ ମହିଳା ଶାଢୀ ପିନ୍ଧିବା ପରେ ଏହାକୁ ସମ୍ଭାଳି ପାରିନଥାନ୍ତି। ଶାଢୀ ପିନ୍ଧି ଠିକ ଭାବରେ ଚାଲି ପାରିନଥାନ୍ତି। ତେଣୁ ଶାଢୀ ପିନ୍ଧିବା ପରେ ଏହାକୁ ଭଲ ଭାବରେ ପିନ ଲଗାନ୍ତୁ। ଏହାପରେ ଆପଣଙ୍କର ଆତ୍ମବିଶ୍ଵାସ ବଢିବ ଓ ଶାଢୀ ପିନ୍ଧି ନିଜକୁ ଅସହଜ ଅନୁଭବ କରିବେ ନାହିଁ।

#fashion #saree #sareewearingtips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon