- ବେତାର ବ୍ୟୁରୋ
ଡିପ୍ଲୋମା, ଆଇଟିଆଇ ପାସଙ୍କ ପାଇଁ ବୋକାରୋ ଷ୍ଟିଲ ପ୍ଳାଣ୍ଟରେ 275ଟି ନିଯୁକ୍ତି ସୁଯୋଗ

(ବେତାର ବ୍ୟୁରୋ) ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ (SAIL), ବକାରୋ ଷ୍ଟିଲ ପ୍ଳାଣ୍ଟ, ଝାଡ଼ଖଣ୍ଡ ତରଫରୁ 275ଟି ଅପରେଟର-କମ-ଟେକ୍ନିସିଆନ ଟ୍ରେନି ଓ ଆଟେଣ୍ଡାଣ୍ଟ-କମ-ଟେକ୍ନିସିଆନ ଟ୍ରେନି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।
ଆବେଦନ ତାରିଖ
ଏହି ପଦରେ ଆବେଦନ କରିବା ପାଇଁ ଶେଷ ତାରିଖ ଫେବୃୟାରୀ 18 ପର୍ଯ୍ୟନ୍ତ ରହିଛି।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ମୋଟ 275ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଅପରେଟର-କମ-ଟେକ୍ନିସିଆନ ଟ୍ରେନି ପାଇଁ 95ଟି, ଅପରେଟର-କମ-ଟେକ୍ନିସିଆନ ବଏଲର ପାଇଁ 10ଟି, ଆଟେଣ୍ଡାଣ୍ଟ-କମ-ଟେକ୍ନିସିଆନ ଟ୍ରେନି ପାଇଁ 121ଟି ଓ ଆଟେଣ୍ଡାଣ୍ଟ-କମ-ଟେକ୍ନିସିଆନ (ITIs) ପାଇଁ 49ଟି ପଦବୀ ରହିଛି।
ଦରମା
ଯୋଗ୍ୟ ପ୍ରାର୍ଥୀଙ୍କୁ ଦୁଇବର୍ଷ ପାଇଁ ଟ୍ରେନିଙ୍ଗ ଦିଆଯିବ। ଏହି ଟ୍ରେନିଂ ସମୟରେ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଏହାପରେ ଅପରେଟର-କମ-ଟେକ୍ନିସିଆନ ପ୍ରାର୍ଥୀଙ୍କୁ ଟ.16,800 ରୁ ଟ.24,110 ଓ ଆଟେଣ୍ଡାଣ୍ଟ-କମ-ଟେକ୍ନିସିଆନ ପ୍ରାର୍ଥୀଙ୍କୁ ଟ.15,830 ରୁ ଟ.22,150 ମଧ୍ୟରେ ଦରମା ପ୍ରଦାନ କରାଯିବ।
ବୟସସୀମା
ଅପରେଟର-କମ-ଟେକ୍ନିସିଆନ ଟ୍ରେନି ଓ ଆଟେଣ୍ଡାଣ୍ଟ-କମ-ଟେକ୍ନିସିଆନ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଫେବୃୟାରୀ 18, 2019 ସୁଦ୍ଧା 28ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିପରି ଅପରେଟର-କମ-ଟେକ୍ନିସିଆନ ବଏଲର ପଦ ପାଇଁ ପ୍ରାର୍ଥୀଙ୍କ ବୟସ 30ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ 5ବର୍ଷ, ଓ.ବି.ସି ଙ୍କ ପାଇଁ 3ବର୍ଷ ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।
ଶିକ୍ଷାଗତ ଯୋଗ୍ୟତା
ଅପରେଟର-କମ-ଟେକ୍ନିସିଆନ ପଦ ପାଇଁ ପ୍ରାର୍ଥୀ ସ୍ଵୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିଥିବା ସହିତ ଆବଶ୍ୟକ ବିଭାଗରେ ତିନିବର୍ଷର ଡିପ୍ଲୋମା ପାସ କରିଥିବା ଆବଶ୍ୟକ। ସେହିପରି ଆଟେଣ୍ଡାଣ୍ଟ-କମ-ଟେକ୍ନିସିଆନ ପଦ ପାଇଁ ପ୍ରାର୍ଥୀ ମାଟ୍ରିକ ପାସ କରିବା ସହିତ ଆବଶ୍ୟକ ଟ୍ରେଡରେ ଆଇଟିଆଇ ପାସ କରିଥିବା ଆବଶ୍ୟକ।
ଆବେଦନ ଫି
ଅପରେଟର ପଦରେ ଆବେଦନ କରିବା ପାଇଁ ଟ.250 ଓ ଆଟେଣ୍ଡାଣ୍ଟ ପଦ ପାଇଁ ଟ.150 ଫି’ ଦେବାକୁ ପଡିବ। ଏହି ଫି’ କୁ ଅନଲାଇନରେ ପଇଠ କରିପାରିବେ। ଅନୁସୂଚିତ ଜାତି, ଜନଜାତି, ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ।
କିପରି ଆବେଦନ କରିବେ
ଆବେଦନ କରିବା ପାଇଁ ପ୍ରଥମେ ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ (SAIL)ର ଅଫିସିଆଲ ୱେବସାଇଟ www.sail.co.in ରେ ଲଗଇନ କରିବାକୁ ପଡିବ। ଏହାପରେ ହୋମ ପେଜରେ ଥିବା careers ଅପ୍ସନ ଉପରେ କ୍ଲିକ କରି Bokaro steel ପ୍ଳାଣ୍ଟ ଉପରେ କ୍ଲିକ କରିବେ। ଏହାପରେ apply ଅପ୍ସନ ଉପରେ କ୍ଲିକ କରି ଆବେଦନ କରିପାରିବେ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ (SAIL)ର ଅଫିସିଆଲ ୱେବସାଇଟ www.sail.co.in ରେ ଲଗଇନ କରନ୍ତୁ।