• padmabati kund

ନେଟ୍ ରିପୋର୍ଟ: ଭାରତରେ ଭୋର 4ଟାରେ ଇଣ୍ଟରନେଟ ସ୍ପିଡ ସବୁଠୁ ଅଧିକ


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଇଣ୍ଟରନେଟ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟି ଯାଇଛି। ଇଣ୍ଟରନେଟ ଜରିଆରେ ଲୋକମାନେ ସବୁ କାମ କରିଥାନ୍ତି । ଅଫିସ କାମ ଠାରୁ ଆରମ୍ଭ କରି ମନୋରଞ୍ଜନ ପାଇଁ ଇଣ୍ଟରନେଟର ବ୍ୟବହାର କରାଯାଉଛି। କେତେବେଳେ ଏହି ଇଣ୍ଟରନେଟର ସ୍ପିଡ ଅଧିକ ରହିଥାଏ ଓ ଆଉ କେତେବେଳେ କମ ରହିଥାଏ। ହେଲେ କେଉଁ ସମୟରେ ଏହାର ସ୍ପିଡ ଅଧିକ ରୁହେ ଜାଣିଛନ୍ତି କି ?ସକାଳ 4ଟାରୁ 5ଟା ମଧ୍ୟରେ ଇଣ୍ଟରନେଟର ସ୍ପିଡ ବହୁତ ଅଧିକ ରହିଥାଏ ବୋଲି ଏକ ସର୍ଭେରୁ ଜଣାପଡିଛି।   

ଲଣ୍ଡନର ୱେୟାରଲେସ ମ୍ୟାପିଙ୍ଗ କମ୍ପାନୀ ଓପନ ସିଗ୍ନାଲ ତରଫରୁ ଭାରତର ଭିନ୍ନ ଭିନ୍ନ ସହରରେ ଏହି ସର୍ଭେ କରାଯାଇଥିଲା। ଇଣ୍ଟରନେଟ ସ୍ପିଡ ଟେଷ୍ଟର କମ୍ପାନୀ ଓପନ ସିଗ୍ନାଲ ମୁତାବକ, ଭାରତରେ ରାତି 10ଟା ସମୟରେ ଇଣ୍ଟରନେଟ ସ୍ପିଡ ସବୁଠାରୁ କମ 3.7Mbps ରହିଥାଏ ଓ ସକାଳ 4ଟା ସମୟରେ ଇଣ୍ଟରନେଟ ସ୍ପିଡ ଚାରିଗୁଣା ଅଧିକ ଅର୍ଥାତ 16.8Mbps ରହିଥାଏ।

ଦେଶରେ ରାତି ସମୟରେ ଇଣ୍ଟରନେଟ ସ୍ପିଡ ଦିନ ଅପେକ୍ଷା 4.5 ଗୁଣା ଅଧିକ ମିଳିଥାଏ। ସକାଳ 10ଟାରୁ ରାତି 10ଟା ପର୍ଯ୍ୟନ୍ତ 4G ଡାଉନଲୋଡ ସ୍ପିଡ ହାରାହାରି 6.5Mbps ପର୍ଯ୍ୟନ୍ତ କମ ହୋଇଯାଇଥାଏ। ରାତି 12ଟା ପରେ ଏହି ସ୍ପିଡ ବଢିବାକୁ ଆରମ୍ଭ କରିଥାଏ।

ନେଟୱାର୍କ ଯେତେ ବ୍ୟସ୍ତ, ସ୍ପିଡ ସେତେ କମ

ମୋବାଇଲ ଇଣ୍ଟରନେଟର ଡାଉନଲୋଡ ସ୍ପିଡ ଏହାର ବ୍ୟବହାର ଉପରେ ନିର୍ଭର କରିଥାଏ। ନେଟୱାର୍କ ଯେତେ ବ୍ୟସ୍ତ ରହିବ ବ୍ୟବହାରକାରୀଙ୍କୁ ସେତେ କମ ସ୍ପିଡ ମିଳିବ। ଓପନ ସିଗ୍ନାଲର ସୂଚନା ମୁତାବକ, ରାତି ସମୟରେ ଅଧିକାଂଶ ଲୋକ ମୋବାଇଲରେ ଭିଡିଓ ଦେଖିଥାନ୍ତି। ଏଥିପାଇଁ ନେଟୱର୍କ ଉପରେ ଅଧିକ ପ୍ରଭାବ ପଡିଥାଏ ଓ ଡାଉନଲୋଡ ସ୍ପିଡ ଉପରେ ପ୍ରଭାବ ପଡିଥାଏ। ସକାଳ 4ଟା ସମୟରେ ପ୍ରାୟ ଲୋକ ଶୋଇଥାନ୍ତି। ସେହି ସମୟରେ ନେଟୱାର୍କର ଅଧିକ ବ୍ୟବହାର ହୋଇନଥାଏ ତେଣୁ ଇଣ୍ଟରନେଟ ସ୍ପିଡ ଅଧିକ ରହିଥାଏ।

ରିପୋର୍ଟ ମୁତାବକ ଦେଶରେ ନେଟୱାର୍କ ଯେତେବେଳେ ବ୍ୟସ୍ତ ରହିଥାଏ ସେହି ସମୟରେ ଡାଉନଲୋଡ ସ୍ପିଡ 2.5Mbps ରୁ 5.6Mbps ମଧ୍ୟରେ ରହିଥାଏ। ଯେତେବେଳେ ନେଟୱାର୍କର ବ୍ୟବହାର ଅଧିକ ହୋଇନଥାଏ ସେହି ସମୟରେ 4G ର ହାରାହାରି ଡାଉନଲୋଡ ସ୍ପିଡ 9.9Mbps ରୁ 19.7Mbps ମଧ୍ୟରେ ରହିଥାଏ।  

ଇଣ୍ଟରନେଟର ସ୍ପିଡ କ୍ଷେତ୍ର ହିସାବରେ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ନ୍ୟୁ ମୁମ୍ବାଇରେ ସ୍ପିଡ ସବୁଠାରୁ ଅଧିକ (8.1Mbps) ରହିଥିବା ବେଳେ ଆଲ୍ଲାହାବାଦରେ ସର୍ବନିମ୍ନ (4Mbps) ରହିଥାଏ। ହାଇଦ୍ରାବାଦ ,ଚେନ୍ନାଇ ମୁମ୍ବାଇ,କୋଲକତା, ଦିଲ୍ଲୀ ଓ ବାଡୋଦରାରେ ଇଣ୍ଟରନେଟର ବେଗ ଭଲ ରହିଥାଏ କିନ୍ତୁ କାନପୁର, ପାଟନା ଲକ୍ଷ୍ନୌ ଓ ଜୟପୁର ଭଳି ସହରରେ ଏହାର ହାରାହାରି ବେଗ କମ ରହିଥାଏ ।

#internetspeed

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon