• padmabati kund

ଅଫିସରେ ଦିନସାରା ଫ୍ରେସ ଲୁକ ପାଇବା ପାଇଁ 5 ଟିପ୍ସ


(ବେତାର ବ୍ୟୁରୋ) ଅଫିସରେ କାମ କରୁଥିବା ମହିଳାମାନଙ୍କର ପ୍ରାୟତଃ ଦିନସାର ସମୟ ଅଫିସରେ ହିଁ କଟିଥାଏ। ଅଫିସରେ ମିଟିଙ୍ଗ, ପ୍ରେଜେଣ୍ଟେସନ ଓ ଅଫିସ କାମ କରିବାରେ ଏମାନେ ବ୍ୟସ୍ତ ରହିଥାନ୍ତି। ଏଥିପାଇଁ ଅଫିସରେ ପହଞ୍ଚିବା ଠାରୁ ଆରମ୍ଭ କରି ଅଫିସରୁ ଫେରିବା ପର୍ଯ୍ୟନ୍ତ ପ୍ରଫେସନାଲ ଦେଖାଯିବା ବହୁତ ଜରୁରୀ ହୋଇଥାଏ। ତେଣୁ ଆପଣ ଅଫିସ ଯିବା ଆଗରୁ ଯେଉଁ ମେକଅପ ନେଉଛନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।

ଅଫିସ ଯିବା ଆଗରୁ କିପରି ମେକଅପ ନେବା ଦ୍ଵାରା ଓ କେଉଁ କେଉଁ ପ୍ରଡକ୍ଟ ବ୍ୟବହାର କରିବା ଦ୍ଵାରା ଅଫିସ ସମୟ ମଧ୍ୟରେ ଦିନଯାକ ଫ୍ରେସ ଲୁକ ପାଇପାରିବେ, ସେଥିପାଇଁ ଜାଣିରଖନ୍ତୁ ପାଞ୍ଚଟି ଜରୁରୀ ଟିପ୍ସ।

୧.ପ୍ରାଇମର୍ : ପ୍ରାଇମର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚେହେରାରେ ଫାଉଣ୍ଡେଶନ ସଠିକଭାବରେ ଲାଗି ରହିଥାଏ ଓ ଏହା ଆପଣଙ୍କୁ ଏକ ସୁନ୍ଦର ଲୁକ ଦେଇଥାଏ। ଅଫିସରେ ଗୋଟିଏ ମିଟିଙ୍ଗରୁ ଅନ୍ୟ ଏକ ମିଟିଙ୍ଗକୁ ଯିବା ପଡିଥାଏ ଓ ମିଟିଙ୍ଗ ମଧ୍ୟରେ ଟଚ-ଅପ କରିବାକୁ ସମୟ ନଥାଏ। ଯାହାଦ୍ୱାରା ଆପଣଙ୍କ ଚେହେରା ସେତେ ଫ୍ରେସ ଲାଗିନଥାଏ। ଯଦି ଆପଣ ମେକଅପ ନେବା ଆଗରୁ ପ୍ରାଇମର ବ୍ୟବହାର କରିଛନ୍ତି ତେବେ ଏହା ଆପଣଙ୍କ ଲୁକକୁ ଫ୍ରେସ ରଖିଥାଏ।

୨.ହାଇଡ୍ରେଟିଙ୍ଗ ଫାଉଣ୍ଡେଶନ : ଅଫିସରେ ଦିନଯାକ ଏସି ଚାଲିବା ଦ୍ଵାରା ଆପଣଙ୍କ ତ୍ଵଚାରୁ ଆର୍ଦ୍ରତା ବା ଓଦାପଣ କମ ହୋଇ ଯାଇଥାଏ। ଏଥିପାଇଁ ଫାଉଣ୍ଡେଶନ ଲଗାଇବା ଆଗରୁ ଚେହେରାରେ ଶିରମ କିମ୍ବା ମଶ୍ଚୁରାଇଜର ଲଗାଇବାକୁ ଭୁଲାନ୍ତୁ ନାହିଁ। ଏହାବ୍ୟତୀତ ହାଇଡ୍ରେଟିଙ୍ଗ ଫାଉଣ୍ଡେଶନ ମଧ୍ୟ ବ୍ୟବହାର କରିପାରିବେ। ଏହାଦ୍ଵାରା ଆପଣଙ୍କ ତ୍ଵଚାରେ ଦିନଯାକ ଆର୍ଦ୍ରତା ରହିବ।

୩.କେଶ ପାଇଁ ସେରମ: ଅଫିସରେ ଦିନଯାକ ଏସି ଚାଲିବା ଦ୍ଵାରା ଆପଣଙ୍କ ତ୍ଵଚା ଶୁଷ୍କ ହେବା ସହିତ ଆପଣଙ୍କ କେଶ ମଧ୍ୟ ଶୁଷ୍କ ହୋଇଯାଇଥାଏ। ଆପଣଙ୍କ କେଶ ବହୁତ ଅଡୁଆ ଦେଖାଯାଇଥାଏ। ତେଣୁ କେଶକୁ ଶୁଷ୍କ ହେବାରୁ ରକ୍ଷା କରିବା ପାଇଁ କେଶରେ ସେରମ ଲଗାନ୍ତୁ। ଏହାଦ୍ଵାରା ଆପଣଙ୍କ କେଶର ଚମକ ମଧ୍ୟ ବଜାୟ ରହିବ।

୪.ୱାଟରପ୍ରୁଫ ଲିପଷ୍ଟିକ : ବେଳେବେଳେ ଆପଣ ଲଗାଇଥିବା ଲିପଷ୍ଟିକ ଆପଣଙ୍କ ଓଠରେ ଲାଗିଯାଇଥାଏ ଓ ଏଥିପାଇଁ ଆପଣଙ୍କୁ ଅନ୍ୟମାନଙ୍କ ଆଗରେ ଲଜ୍ଜିତ ହେବାକୁ ପଡିଥାଏ। ଏଥିପାଇଁ ସବୁବେଳେ ଅଧିକ ସମୟ ପର୍ଯ୍ୟନ୍ତ ରହୁଥିବା ଲିପଷ୍ଟିକ, ୱାଟରପ୍ରୁଫ ଲିପଷ୍ଟିକ ଓ ଟ୍ରାନ୍ସଫର ପ୍ରୁଫ ଲିପଷ୍ଟିକର ବ୍ୟବହାର କରନ୍ତୁ। ବଜାରରେ କିମ୍ବା ଅନଲାଇନରେ ଏହି ଲିପଷ୍ଟିକ ପାଇପାରିବେ।

୫.ୱାଟରପ୍ରୁଫ ମସ୍କାରା : ଆଖିକୁ ଏକ ପ୍ରାକୃତିକ ଲୁକ ଦେବା ପାଇଁ ୱାଟରପ୍ରୁଫ ମସ୍କାରାର ବ୍ୟବହାର କରନ୍ତୁ। କାରଣ ସାଧାରଣ ମସ୍କାରା ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ ଓ ଆଖିର ଆଖପାଖରେ ଲାଗିଯାଇ ଆପଣଙ୍କ ଲୁକକୁ ବିଗାଡି ଦେଇଥାଏ। ଏଥିପାଇଁ ୱାଟରପ୍ରୁଫ ମସ୍କାରାର ​ବ୍ୟବହାର କରନ୍ତୁ ଓ ଏହା ଦିନଯାକ ଆପଣଙ୍କ ଆଖିପତାରେ ରହିଥାଏ।

#fashion #makeuptips #beauty #beautytips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon