- ବେତାର ବ୍ୟୁରୋ
ଏହି ସବୁ ଘଟଣା ଦେଇଥାଏ ବାସ୍ତୁଦୋଷର ସଂକେତ

(ବେତାର ବ୍ୟୁରୋ) ଆମ ଦୈନନ୍ଦିନ ଜୀବନରେ ବେଳେ ବେଳେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ କି ଆମେ ସଂଯୋଗ ବୋଲି କହି ଏଡାଇ ଦେଇଥାଉ। କିନ୍ତୁ ଜୀବନରେ ଘଟୁଥିବା ସମସ୍ତ ଘଟଣା ଆକସ୍ମିକ ସଂଯୋଗ ହୋଇନଥାଏ। ଏହି ସବୁ ଘଟଣା ମଧ୍ୟରୁ କିଛି କିଛି ଘଟଣା ଆମର ଭବିଷ୍ୟତ ବିଷୟରେ ମଧ୍ୟ ସଂକେତ ଦେଇଥାଏ। ଏହା ଆମ ମାନଙ୍କ ପାଇଁ ଭଲ ହୋଇପାରେ କିମ୍ବା ଖରାପ ମଧ୍ୟ ହୋଇପାରେ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହିସବୁ ଘଟଣା ଉପରେ ଆଲୋଚନା କରାଯାଇଛି।
ଏହିସବୁ ଘଟଣା ଆପଣଙ୍କ ଜୀବନରେ କେବେ ନ କେବେ ଘଟିଥିବା କିମ୍ବା ଆଗକୁ ଘଟିପାରେ। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଘଟଣା ଭବିଷ୍ୟତ ପାଇଁ କଣ ସଂକେତ ଦିଏ ଓ ଏଥିପାଇଁ କଣ ପ୍ରତିକାର କରିବେ ଜାଣନ୍ତୁ।
୧. ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ଆପଣଙ୍କ ପତି ଅଧିକ ରୋଜଗାର କରୁଥାନ୍ତି କିନ୍ତୁ ଆପଣଙ୍କୁ ଅର୍ଥ ଦେବାକୁ ପସନ୍ଦ କରିନଥାନ୍ତି। ଏପରି ସମୟରେ ଧୈର୍ଯ୍ୟ ଧରନ୍ତୁ ଓ ଘରେ କୁବେରଯନ୍ତ୍ରର ସ୍ଥାପନା କରନ୍ତୁ। ଏହାପରେ ଆପଣଙ୍କୁ ପତିଙ୍କ ଭଲପାଇବା ସହିତ ଅର୍ଥ ମଧ୍ୟ ମିଳିବ।
୨.ଯଦି ଆପଣଙ୍କ ଘର ମଧ୍ୟରେ ଥିବା କାଚ ବା ଝରକା ଅଚାନକ ଭାଙ୍ଗିଯାଇଥାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଉପରେ କିମ୍ବା ଆପଣଙ୍କ ପରିବାର ଉପରେ କୌଣସି ସଙ୍କଟ ଥିଲା ଯାହାକି ବର୍ତ୍ତମାନ ଟଳିଯାଇଛି। ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦେବା ସହିତ ପୂଜାଘରେ ଘିଅ ଦୀପ ଜାଳନ୍ତୁ ଓ କ୍ଷିରୀ ପ୍ରସ୍ତୁତ କରି ଭୋଗ ଦିଅନ୍ତୁ।

୩. ବେଳେ ବେଳେ ହଠାତ ଘରର ଭିତର ଭାଗରେ ଥିବା ଛାତର ପ୍ଲାଷ୍ଟର ଖସିଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏପରି ଘଟିବା ଦ୍ଵାରା ଏହା ସଂକେତ ମିଳିଥାଏ ଯେ, ଆଗକୁ ସେହି ଘର ଓ ପରିବାର ଉପରେ କୌଣସି ବିପତ୍ତି ଆସିବାକୁ ଯାଉଛି। ଏଥିପାଇଁ ବ୍ୟସ୍ତ ବିବ୍ରତ ନହୋଇ ପ୍ରତିଦିନ ଘରେ ସୁନ୍ଦରାକାଣ୍ଡ ପାଠ କରନ୍ତୁ। ପ୍ରତିଦିନ ନକଲେ ମଧ୍ୟ ପ୍ରତି ମଙ୍ଗଳବାର ଓ ଶନିବାରରେ ଅବଶ୍ୟ ପାଠ କରନ୍ତୁ। ଏହାସହିତ ସତ୍ୟନାରାୟଣ ପୂଜା ମଧ୍ୟ କରିପାରିବେ।
୪.ଘରେ କୌଣସି ଉତ୍ସବ ବା ସମାରୋହ ହେଉଥିବା ସମୟରେ ଯଦି ଅଚାନକ ନିଆଁ ଲାଗିଯାଏ ତେବେ ଏହା ଘରର ସଦସ୍ୟଙ୍କ ଉପରେ ଆଗକୁ ଥିବା ସଙ୍କଟର ସୂଚନା ଦେଇଥାଏ। ଏହାର ପ୍ରତିକାର ପାଇଁ ନିଜେ ଖାଉଥିବା ରୁଟିକୁ ଖଣ୍ଡକରି ପକ୍ଷୀ, ଗାଈ କିମ୍ବା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ।

୫.ଯଦି ଘରର ଅଗଣାରେ ଅଚାନକ କେଉଁଆଡୁ ହାଡ ଖଣ୍ଡ ଆସି ପଡିଥାଏ ତେବେ ଏହା ଅଶୁଭ ସଂକେତ ଦେଇଥାଏ। ଘରର ସଦସ୍ୟଙ୍କୁ କୌଣସି ଅଶୁଭ ଖବର ଶୁଣିବାକୁ ମିଳିପାରେ। ଏହାର ପ୍ରତିକାର ପାଇଁ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ଘିଅଦୀପ ଜାଳନ୍ତୁ।
୬.ଏହାସହିତ ପ୍ରତିଦିନ ସକାଳୁ ଗାଧୋଇବା ପରେ ଘରର ଚାରିପାଖରେ ତିନିରୁ ସାତଥର ପରିକ୍ରମା କରିବା ଦ୍ଵାରା ସମସ୍ତ ବାସ୍ତୁଦୋଷ ଖଣ୍ଡନ ହୋଇଥାଏ। ଘରେ ରହୁଥିବା ସମସ୍ତ ସଦସ୍ୟଙ୍କର ସ୍ୱାସ୍ଥ୍ୟ ମଧ୍ୟ ଆରୋଗ୍ୟ ରହିଥାଏ।
(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ)