• ବେତାର ବ୍ୟୁରୋ

ଓଡିଶା ସରକାରଙ୍କ 67ଟି ଫରେଷ୍ଟ କନଜରଭେଟର ପଦବୀ ପାଇଁ ବିଜ୍ଞପ୍ତି


(ବେତାର ବ୍ୟୁରୋ) ଓଡିଶା ପବ୍ଲିକ ସର୍ଭିସ କମିଶନ (OPSC) ତରଫରୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗରେ ଆସିଷ୍ଟାଣ୍ଟ କନଜର୍ଭେଟର (ଜଙ୍ଗଲ ସଂରକ୍ଷକ) ଓ ଫରେଷ୍ଟ ରେଞ୍ଜର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତା ଫେବୃୟାରୀ 15ତାରିଖରୁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ 14 ତାରିଖ ପର୍ଯ୍ୟନ୍ତ ରହିଛି ଓ ଆବେଦନ ଫି’ ପଇଠ କରିବାର ଶେଷ ତାରିଖ ମାର୍ଚ୍ଚ 19 ତାରିଖ ପର୍ଯ୍ୟନ୍ତ ରହିଛି।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 67ଟି ପଦବୀ ପ୍ରକାଶ ପାଇଛି ସେଥିମଧ୍ୟରୁ ଆସିଷ୍ଟାଣ୍ଟ କନଜର୍ଭେଟର ପାଇଁ 25ଟି ଓ ରେଞ୍ଜର ପାଇଁ 42ଟି ପଦବୀ ରହିଛି। ମୋଟ ପଦବୀ ମଧ୍ୟରୁ 20ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ଦରମା

ଆସିଷ୍ଟାଣ୍ଟ କନଜର୍ଭେଟର ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.56,100 ଓ ରେଞ୍ଜର ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.44,900 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1, 2019 ସୁଦ୍ଧା ସର୍ବନିମ୍ନ 21 ବର୍ଷରୁ ସର୍ବାଧିକ 32 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ଏସ.ଇ.ବି.ସି, ମହିଳା ପ୍ରାର୍ଥୀ ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଗ୍ରାଜୁଏସନରେ ଉଦ୍ଭିଦବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ଭୂତତ୍ତ୍ଵ, ପରିସଂଖ୍ୟାନ, ପଶୁରୋଗ ସମ୍ବନ୍ଧୀୟ ବିଜ୍ଞାନ, ପଶୁପାଳନ ଇତ୍ୟାଦି ବିଷୟ ରଖିଥିବା ଜରୁରୀ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରଥମେ ଓଡିଶା ପବ୍ଲିକ ସର୍ଭିସ କମିଶନର ଅଫିସିଆଲ ୱେବସାଇଟ www.opsconline.gov.in ରେ ଲଗଇନ କରନ୍ତୁ। ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବା ସହିତ ନିଜ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ, ବାମହାତ ବୁଢା ଆଙ୍ଗୁଳି ଛାପକୁ ସ୍କାନ କରିଦେବାକୁ ପଡିବ। ଏହାପରେ ସବମିଟ  କରିପାରିବେ।

ଆବେଦନ ଫି’

ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.500ର ଚାଲାଣ କାଟିବାକୁ ପଡିବ। ଅନଲାଇନରେ ଆବେଦନ କରିବା ପରେ ଚାଲାଣ ଫର୍ମକୁ ମଧ୍ୟ ଡାଉନଲୋଡ କରିପାରିବେ। ଷ୍ଟେଟବ୍ୟାଙ୍କର ଯେକୌଣସି ବ୍ରାଞ୍ଚକୁ ଯାଇ ଏହାକୁ ପଇଠ କରିପାରିବେ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା, ଶାରୀରିକ ଦକ୍ଷତା ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନର ଅଫିସିଆଲ ୱେବସାଇଟ www.opsconline.gov.in ରେ ଲଗଇନ କରନ୍ତୁ।

#jobs #opscrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon