• padmabati kund

ଖାଇସାରିବା ପରେ ଏହି କାମ କରୁଥିଲେ ହଜମ ପ୍ରକ୍ରିୟା ହୁଏ ବାଧାପ୍ରାପ୍ତ


(ବେତାର ବ୍ୟୁରୋ) ସବୁ ଲୋକଙ୍କର ଖାଇବା ଅଭ୍ୟାସ ଭିନ୍ନ ଭିନ୍ନ ହୋଇଥାଏ। ସଠିକ ଓ ଭଲ ଖାଇବା ଅଭ୍ୟାସ ଅନୁସରଣ କରିବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ। ଯଦି ଆପଣ ଭୁଲ ଖାଇବା ଅଭ୍ୟାସ ଆପଣେଇଥାନ୍ତି ତେବେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଲୋକଙ୍କର ଏପରି କିଛି ଭୁଲ ଅଭ୍ୟାସ ରହିଥାଏ ଯାହାକି ସବୁଦିନ ଖାଇବା ପରେ କରିଥାନ୍ତି କିନ୍ତୁ ଏହା ଆପଣଙ୍କ ଉପରେ କିପରି ପ୍ରଭାବ ପକାଇଥାଏ ତାହା ଜାଣିନଥାନ୍ତି। ସୁସ୍ଥ ରହିବା ପାଇଁ ଖାଇବା ପରେ ଏହିସବୁ ଅଭ୍ୟାସକୁ ଦୂର କରିବା ଉଚିତ। ଜାଣନ୍ତୁ ଏହି ଅଭ୍ୟାସ ଗୁଡିକ କଣ କଣ।

୧. ଥଣ୍ଡା ପାଣି ପିଅନ୍ତୁ ନାହିଁ: ଖାଦ୍ୟ ହଜମ ହେବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଜରୁରୀ ହୋଇଥାଏ କିନ୍ତୁ ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇବା ଦ୍ଵାରା ଏହା ଆପଣଙ୍କ ହଜମ କ୍ରିୟା ଧୀର କରିଦେଇଥାଏ। ଏଥିପାଇଁ ଖାଦ୍ୟ ଖାଇସାରିବାର ୪୫ମିନିଟ ପରେ ଅଳ୍ପ ଉଷୁମ ପାଣି ବା ସାଧାରଣ ତାପମାତ୍ରାର ପାଣି ପିଇବା ଉଚିତ।

୨.ୱାର୍କଆଉଟ କରନ୍ତୁ ନାହିଁ: ଖାଦ୍ୟ ଖାଇସାରିବା ପରେ ୱାର୍କଆଉଟ କରିବା ଦ୍ଵାରା ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ହଜମପ୍ରକ୍ରିୟା ଉପରେ ପଡିଥାଏ ଓ ହଜମପ୍ରକ୍ରିୟା ଧୀର ହୋଇଯାଇଥାଏ। ଏହାବ୍ୟତୀତ ରକ୍ତସଂଚାଳନର ବେଗ ଅଧିକ ହେବା ଦ୍ଵାରା ବାନ୍ତି ମଧ୍ୟ ହୋଇଥାଏ।

୩.ଚା’ ପିଅନ୍ତୁ ନାହିଁ: ଲୋକମାନଙ୍କ ମନରେ ସବୁବେଳେ ଦ୍ଵନ୍ଦ ରହିଥାଏ ଯେ, ଖାଦ୍ୟ ଖାଇସାରିବା ପରେ ଚା’ ପିଇବା ଉଚିତ ନା ଖାଇବା ପୂର୍ବରୁ ଚା’ ପିଇବା ଉଚିତ। ଖାଇସାରିବା ପରେ କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ଦ୍ଵାରା ଶରୀରରେ ଆଇରନର ଅବଶୋଷଣରେ ବାଧା ସୃଷ୍ଟି ହୋଇଥାଏ ଓ ଗ୍ରୀନ ଟି’ ପିଇବା ଦ୍ଵାରା ପେଟରେ ଗ୍ୟାସ ହୋଇନଥାଏ।

୪.ପେଟକୁ ଆରାମ ଦିଅନ୍ତୁ ନାହିଁ: ପ୍ରାୟ ଲୋକ ଅଧିକ ଖାଇବା ପରେ ଅଣ୍ଟାରେ ବାନ୍ଧିଥିବା ବେଲ୍ଟ ଓ ଶାର୍ଟର ବଟମକୁ ଖୋଲିଦେଇଥାନ୍ତି। କିନ୍ତୁ ଏପରି କରିବା ଅନୁଚିତ। ଏହାଦ୍ଵାରା ଆପଣଙ୍କ ଅଗ୍ନାଶୟରେ ଚାଲୁଥିବା ପ୍ରକ୍ରିୟାରେ ବାଧାସୃଷ୍ଟି ହୋଇଥାଏ ଓ ତଳିପେଟରେ କଷ୍ଟ ଅନୁଭବ ହୋଇଥାଏ।

୫.ଧୂମ୍ରପାନ କରନ୍ତୁ ନାହିଁ: ଖାଇସାରିବା ପରେ ଧୂମ୍ରପାନ କରିବାର ଅଭ୍ୟାସ ଅନେକ ଲୋକଙ୍କର ଥାଏ। କିନ୍ତୁ ଖାଇସାରିବା ପରେ ଧୂମ୍ରପାନ କରିବା ଆପଣଙ୍କ ଶରୀର ପାଇଁ ଅଧିକ କ୍ଷତିକାରକ ହୋଇଥାଏ।

୬. ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ: ଖାଇସାରିବା ପରେ ତୁରନ୍ତ ଶୋଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଏପରି କରିବା ଦ୍ଵାରା ଛାତିରେ ଜଳାପୋଡା ହେବା ସହିତ ଏସିଡିଟିର ସମସ୍ୟା ମଧ୍ୟ ଦେଖାଦେଇଥାଏ।

୭.ଦୌଡିବା କ୍ଷତିକାରକ: ଖାଇସାରିବା ପରେ ତୁରନ୍ତ ଦୌଡିଲେ ଆପଣଙ୍କ ହଜମ କ୍ରିୟାରେ ଗମ୍ଭୀର ସମସ୍ୟା ଦେଖାଦେଇଥାଏ। ଆପଣଙ୍କ କିଡନୀ ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ।

୮.ପଢିବାକୁ ବସନ୍ତୁ ନାହିଁ : ପଢିବାକୁ ବସିବା ସମୟରେ ବା ଚିତ୍ର ଆଙ୍କିବା ସମୟରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ ଯାହାକି ଖାଇବା ପରେ କରିବା ଉଚିତ ନୁହେଁ। କାରଣ ଏହି ସମୟରେ ଆପଣଙ୍କ ସମସ୍ତ ଶକ୍ତି ପାଚନ କ୍ରିୟାରେ ବ୍ୟସ୍ତ ରହିଥାନ୍ତି ଓ ପାଠ ପଢାରେ ମନ ଲାଗିନଥାଏ।

୯.ଫଳ ଖାଆନ୍ତୁ ନାହିଁ: ଫଳରେ ଥିବା ଶର୍କରା ଆପଣଙ୍କ ପାଚନ ପ୍ରକ୍ରିୟାକୁ ଧୀର କରିଦେଇଥାଏ। ତେଣୁ ଖାଇବା ପରେ ତୁରାନ୍ତ ଫଳ ଖାଇବା ଦ୍ଵାରା ଆପଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି।

୧୦.ଗାଧାନ୍ତୁ ନାହିଁ: ଖାଇବା ପରେ ତୁରନ୍ତ ଗାଧୋଇବା ଦ୍ଵାରା ଶରୀର ତାପମାତ୍ରା କମ ହୋଇଯାଇଥାଏ ଓ ରକ୍ତ ସଂଚାଳନର ଦିଗ ପରିବର୍ତ୍ତନ ହୋଇଯାଇଥାଏ। ଏହାଦ୍ଵାରା ହଜମପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ।

#health #lifestyle #foodhabits

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon