• padmabati kund

ବିନା ମୂଲ୍ୟରେ ୱାଇ-ଫାଇ ବ୍ୟବହାର କରୁଥିଲେ ଜାଣି ରଖନ୍ତୁ ଏହି ୬ଟି ଜରୁରୀ କଥା


(ବେତାର ବ୍ୟୁରୋ) ସ୍ମାର୍ଟଫୋନ, ଟାବଲେଟ ଓ ଲାପଟପର ବ୍ୟବହାର କରିବା ସମୟରେ ଇଣ୍ଟରନେଟ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିପାଇଁ ଲୋକମାନେ ଡାଟା ପ୍ୟାକ ପକାଇ ଏହାର ବ୍ୟବହାର କରିଥାନ୍ତି। ଏହାବ୍ୟତୀତ ୱାଇ-ଫାଇର ମଧ୍ୟ ବ୍ୟବହାର କରିଥାନ୍ତି। ଏଥିପାଇଁ ବର୍ତ୍ତମାନ ବଡ ବଡ ସପିଙ୍ଗ ମଲ, ହୋଟେଲ, ରେଳ ଷ୍ଟେସନ, ଟୁରିଷ୍ଟ ସ୍ଥାନ ମାନଙ୍କରେ ୱାଇ-ଫାଇର ସୁବିଧା ଯୋଗାଇ ଦିଆଯାଉଛି। କିନ୍ତୁ ମାଗଣା ୱାଇ-ଫାଇର ଲାଭ ଉଠାଇବା ଚକ୍କରରେ ବ୍ୟବହାରକାରୀମାନେ ହ୍ୟାକିଙ୍ଗର ମଧ୍ୟ ଶିକାର ହୋଇଥାନ୍ତି।

ଯଦି ଆପଣ ମଧ୍ୟ ମାଗଣା ୱାଇ-ଫାଇର ବ୍ୟବହାର କରୁଛନ୍ତି ତେବେ ହ୍ୟାକିଙ୍ଗରୁ ବଞ୍ଚିବା ପାଇଁ ୱାଇ-ଫାଇ ବ୍ୟବହାର କରିବାକୁ ଆଗରୁ କେଉଁ କେଉଁ କଥା ଉପରେ ଧ୍ୟାନ ଦେବେ ଜାଣନ୍ତୁ।

୧.କେଉଁ ନେଟୱାର୍କ ସଠିକ ଜାଣନ୍ତୁ: ପବ୍ଲିକ ସ୍ଥାନ ମାନଙ୍କରେ ଅନେକ ଫ୍ରୀ ୱାଇ-ଫାଇ ଉପଲବ୍ଧ ରହିଥାଏ। କିନ୍ତୁ ଯେକୌଣସି ନେଟୱାର୍କ ସହିତ ଯୋଡି ହୋଇଯିବା ହାନିକାରକ ହୋଇଥାଏ। ତେଣୁ ଆପଣ ଯେଉଁ ସ୍ଥାନରେ ଅଛନ୍ତି ସେହିଠାରେ କୌଣସି ଅଧିକାରିକ ବା ଅଫିସିଆଲ ନେଟୱାର୍କର ନାମ ପଚାରି ବୁଝିନିଅନ୍ତୁ। ଏହାପରେ ସେହି ନେଟୱାର୍କରେ ହିଁ ଯୋଡି ହୁଅନ୍ତୁ।

୨.ଶେୟାରିଙ୍ଗ ଅପ୍ସନକୁ ବନ୍ଦ କରନ୍ତୁ: ପବ୍ଲିକ ୱାଇ-ଫାଇ ବ୍ୟବହାର କରିବା ସମୟରେ ମୋବାଇଲରେ ଥିବା ୱାଇ-ଫାଇ ଶେୟାରିଙ୍ଗ ଅପ୍ସନକୁ ଅଫ କରିଦିଅନ୍ତୁ। ଏହି ଅପ୍ସନ ୱାଇ-ଫାଇ କନେକ୍ସନ ସେଟିଙ୍ଗରେ ପାଇଯିବେ। ଯଦି ଆପଣ ୱିଣ୍ଡୋଜ ଫୋନ ବ୍ୟବହାର କରୁଛନ୍ତି ତେବେ ଏହାର କଣ୍ଟ୍ରୋଲ ପ୍ୟାନେଲରେ ନେଟୱାର୍କ ଆଣ୍ଡ ଶେୟାରିଙ୍ଗ ସେଣ୍ଟର ଅପ୍ସନକୁ ଯାଇ ଶେୟାରିଙ୍ଗ ଅପ୍ସନକୁ ବନ୍ଦ କରିଦିଅନ୍ତୁ ।

୩.VPN ବ୍ୟବହାର କରନ୍ତୁ: VPN ଅର୍ଥାତ ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ ଆପଣଙ୍କ ୱାଇ-ଫାଇ କନେକ୍ସନକୁ ଅଧିକ ସୁରକ୍ଷିତ କରିଥାଏ। ପ୍ରକୃତରେ ଏହି ଟୁଲ୍ ସର୍ଭର ଓ ଆପଣଙ୍କ ଡିଭାଇସ ମଧ୍ୟରେ ଟ୍ରାଫିକକୁ କୋଡରେ ପରିବର୍ତ୍ତନ କରିଦେଇଥାନ୍ତି। ଯାହାଫଳରେ ହ୍ୟାକରମାନେ ସହଜରେ ଆପଣଙ୍କ ଡିଭାଇସ ଉପରେ କାବୁ ପାଇ ପାରିନଥାନ୍ତି।

୪.ଧ୍ୟାନର ସହିତ ଅପଡେଟ କରନ୍ତୁ: ସୁରକ୍ଷିତ ୱାଇ-ଫାଇ କନେକ୍ସନ ପାଇଁ ଆପଣଙ୍କ ଅପରେଟିଙ୍ଗ ସିଷ୍ଟମ ଓ ଆପ ଅପଡେଟ ରହିବା ଜରୁରୀ। ତେଣୁ ଯେଉଁ ନେଟୱାର୍କ ବିଷୟରେ ଆପଣ ଜାଣିଛନ୍ତି ସେହି ନେଟୱାର୍କରେ କନେକ୍ଟ କରି ଅପଡେଟ କରନ୍ତୁ। ବେଳେବେଳେ ପବ୍ଲିକ ୱାଇ-ଫାଇ ବ୍ୟବହାର କରିବା ସମୟରେ ଆପେ ଆପେ ମୋବାଇଲ ଆପଡେଟ କରିବା ପାଇଁ ଅପ୍ସନ ଆସିଥାଏ। ଏପରି ସମୟରେ କନେକ୍ସନ ସୁରକ୍ଷିତ ଅଛିକି ନାହିଁ ଯାଞ୍ଚ କରିବା ପରେ ହିଁ ଅପଡେଟ କରନ୍ତୁ।

୫.ଏକାପରି ପାସୱାର୍ଡ ରଖନ୍ତୁ ନାହିଁ: ପ୍ରାୟ ଲୋକ ନିଜ ଇ-ମେଲ ଆଇଡି ଓ ଅନ୍ୟାନ୍ୟ ଆକାଉଣ୍ଟର ପାସୱାର୍ଡ ଗୋଟିଏ ପରି ରଖିଥାନ୍ତି। ମାଗଣା ୱାଇ-ଫାଇରେ କନେକ୍ଟ ଥିବା ସମୟରେ ଅନେକ ଲୋକ କୌଣସି ଆକାଉଣ୍ଟ କରିବା ପାଇଁ ସେହି ପାସୱାର୍ଡର ବ୍ୟବହାର କରିଥାନ୍ତି। ଏହାଦ୍ୱାରା ହ୍ୟାକରମାନେ ସହଜରେ ଆପଣଙ୍କୁ ଆକାଉଣ୍ଟକୁ ହ୍ୟାକ କରିଦେଇଥାନ୍ତି।

୬.ନେଟୱାର୍କ ଛାଡିବା ଆଗରୁ ଯାଞ୍ଚ କରନ୍ତୁ: ୱାଇ-ଫାଇରେ କନେକ୍ଟ ହେବା ପରେ ଆପଣ ଯେଉଁ ଯେଉଁ ଆକାଉଣ୍ଟର ବ୍ୟବହାର କରିଥିଲେ ତାହାକୁ ଲଗଅଫ କରନ୍ତୁ। ଏହାସହିତ କନେକ୍ସନ ସେଟିଙ୍ଗକୁ ଯାଇ connect automatically when available ଅପ୍ସନକୁ ମଧ୍ୟ ବନ୍ଦ କରନ୍ତୁ। ଯଦି ଆପଣ ଆଣ୍ଡ୍ରଏଡ ମୋବାଇରେ ୱାଇ-ଫାଇ ବ୍ୟବହାର କରିଥିଲେ ତେବେ ୱାଇ-ଫାଇ ନେଟୱାର୍କ ତାଲିକାକୁ ଯାଇ ଉକ୍ତ ୱାଇ-ଫାଇ କନେକ୍ସନ ନାମ ଉପରେ କିଛି ସମୟ ପାଇଁ କ୍ଲିକ କରି ରଖନ୍ତୁ ଓ forget network ଉପରେ କ୍ଲିକ କରନ୍ତୁ।

#mobile #tipsandtricks #usingwifi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon