• ବେତାର ବ୍ୟୁରୋ

ପରିବାରରେ ଶାନ୍ତି ଓ ଉନ୍ନତି ପାଇଁ ଅତି ପ୍ରଭାବଶାଳୀ ଏହି ୬ଟି ଫେଙ୍ଗଶୁଇ ସାମଗ୍ରୀ


(ବେତାର ବ୍ୟୁରୋ) ଚୀନ ବାସ୍ତୁଶାସ୍ତ୍ର ଫେଙ୍ଗଶୁଇର ଲୋକପ୍ରିୟତା ବହୁତ ରହିଛି ଓ ଏହାର ଚଳନ ବହୁମାତ୍ରାରେ ରହିଛି। ଅଫିସ ହେଉ ବା ଘର ସବୁଆଡେ ଏହି ଫେଙ୍ଗଶୁଇ ବସ୍ତୁକୁ ଦେଖିବାକୁ ମିଳିଥାଏ। ଏହରା ଏକ ମୁଖ୍ୟ କାରଣ ହେଉଛି ଏହି ଫେଙ୍ଗଶୁଇ ବସ୍ତୁରେ ଥିବା ସକାରାତ୍ମକ ଶକ୍ତି। ହିନ୍ଦୁ  ଧର୍ମ ଗ୍ରନ୍ଥ ଅନୁଯାୟୀ ବାସ୍ତୁଶାସ୍ତ୍ରର ଉପଯୋଗ ବହୁତ ପୁରାତନ କାଳରୁ ରହିଛି। ଫେଙ୍ଗଶୁଇର ଏପରି କିଛି ବସ୍ତୁ ରହିଛି ଯାହାଦ୍ଵାରା ଘରର ବାସ୍ତୁଦୋଷ ମଧ୍ୟ ସହଜରେ ଦୂର କରାଯାଇପାରିବ। ଏହିବସ୍ତୁକୁ ଘରେ ରଖିବା ଦ୍ଵାରା ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଓ ସ୍ୱାସ୍ଥ୍ୟଅବସ୍ଥା ମଧ୍ୟ ବହୁତ ଭଲ ରହିଥାଏ।

ସେହି ଫେଙ୍ଗଶୁଇ ବସ୍ତୁ ଗୁଡିକ କଣ ଜାଣନ୍ତୁ।

୧.ତିନିଗୋଡ ଥିବା ବେଙ୍ଗର ମୂର୍ତ୍ତି: ଫେଙ୍ଗଶୁଇରେ ତିନି ଗୋଡ ଥିବା ବେଙ୍ଗର ମୂର୍ତ୍ତିକୁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ। ଏହାକୁ ନିଜ ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ  ରଖିବା ଉଚିତ। ଏହାକୁ ରୋଷେଇ ଘରେ କିମ୍ବା ଶୌଚଳୟରେ ରଖନ୍ତୁ ନାହିଁ। ଏହାଦ୍ଵାରା ଘରର ସଦସ୍ୟଙ୍କ ଉପରକୁ ବିପତ୍ତି ଆସିଥାଏ। ଏହାକୁ କେବେବି ତଳେ ରଖନ୍ତୁ ନାହିଁ, କାଗଜ କିମ୍ବା ଲାଲ ରିବନ ଉପରେ ରଖନ୍ତୁ।

୨.ଲାଫିଙ୍ଗ ବୁଦ୍ଧ: ଯଦି ଆପଣ ଆର୍ଥିକ ରୂପରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଫେଙ୍ଗଶୁଇର ଲାଫିଙ୍ଗ ବୁଦ୍ଧଙ୍କର ମୂର୍ତ୍ତି ଲାଭଦାୟକ ରହିବ। ଏହାକୁ ଘରର ଲିଭିଙ୍ଗ ରୁମରେ ମୁଖ୍ୟ ଦ୍ଵାର ଆଡକୁ ମୁହଁ  କରି ଲାଫିଙ୍ଗ ବୁଦ୍ଧ ରଖନ୍ତୁ। ଏହାଦ୍ଵାରା ଘରେ ସମୃଦ୍ଧି ମିଳିବ। କାରଣ ବୁଦ୍ଧ ସମୃଦ୍ଧିର ଦେବତା ଅଟନ୍ତି ଓ ତାଙ୍କ ହସରେ ହିଁ ସମୃଦ୍ଧି ରହିଛି।

୩.ଗୋଲ୍ଡେନ ମାଛ: ଫେଙ୍ଗଶୁଇ ଅନୁସାରେ ଘରେ ମାଛ ରଖିବା ଦ୍ଵାରା ସୌଭାଗ୍ୟ ବଢିଥାଏ। ଆପଣଙ୍କ ଧନ, ମାନ-ସମ୍ମାନରେ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଉପାୟ ଅଟେ। କିନ୍ତୁ ଏହି ଗୋଲ୍ଡେନ ଫିସକୁ କେବେବି ଶୋଇବା ଘରେ କିମ୍ବା ଶୌଚଘରେ ରଖନ୍ତୁ ନାହିଁ। ଏହାକୁ ଘରର ଡ୍ରଇଙ୍ଗ ରୁମରେ ହିଁ ରଖନ୍ତୁ।

୪.ଯୋଡା ଡ୍ରାଗନ ମୂର୍ତ୍ତି: ଫେଙ୍ଗଶୁଇ ଅନୁସାରେ ଯୋଡା ଡ୍ରାଗନର ମୂର୍ତ୍ତି ସମୃଦ୍ଧିର ପ୍ରତୀକ ଅଟେ। ଏଥିରେ ବହୁତ ଶକ୍ତି ରହିଥାଏ। ଏହାକୁ ଆପଣ ଯେକୌଣସି ଦିଗରେ ରଖିପାରିବେ କିନ୍ତୁ ପୂର୍ବ ଦିଗରେ ରଖିବା ଦ୍ଵାରା ଅଧିକ ଲାଭଦାୟକ ହୋଇଥାଏ। ଚୀନ ସଂସ୍କୃତି ଓ ଫେଙ୍ଗଶୁଇରେ ଏହାକୁ ବହୁତ ସମ୍ମାନ ଦିଆଯାଏ ଓ ଏହାକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ।

୫.କଇଁଚ ମୂର୍ତ୍ତି: ଫେଙ୍ଗଶୁଇରେ ଏହାର ବହୁତ ଗୁରୁତ୍ଵ ରହିଛି। ଘରେ କଇଁଛର ମୂର୍ତ୍ତି ରଖିବା ଦ୍ଵାରା ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିଥାଏ ଓ ସୁଖଶାନ୍ତି ବଜାୟ ରହିଥାଏ। ଅଫିସରେ ଏହି କଇଁଛକୁ ଉତ୍ତର ଦିଗରେ ରଖିବା ଉଚିତ। ତେବେ ଦୁଇଟି କଇଁଛକୁ କେବେବି ଏକାଠି ରଖନ୍ତୁ ନାହିଁ।

୬. ଫେଙ୍ଗଶୁଇର ତିନିମୁଦ୍ରା: ଫେଙ୍ଗଶୁଇ ଅନୁସାରେ ଘରର ମୁଖ୍ୟ ଦ୍ଵାରରେ ଲାଲ ରିବନରେ ଏହି ତିନି ମୁଦ୍ରାକୁ ବାନ୍ଧି ଟଙ୍ଗାଇବା ଦ୍ଵାରା ଘରେ ଧନ ଓ ସମୃଦ୍ଧି ଆସିଥାଏ। ତେବେ ଏହାକୁ ଘର ଭିତର ପାଖରେ ଓ କେବଳ ତିନୋଟି ମୁଦ୍ରା ହିଁ ଲଗାନ୍ତୁ।   

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ) 

#fengshui #vastutips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon