• padmabati kund

ଭାରତର ସବୁଠୁ ଶସ୍ତା ସ୍ମାର୍ଟ ଟିଭି ବିକ୍ରି ଆରମ୍ଭ ,ଦାମ ଟ.4,999


(ବେତାର ବ୍ୟୁରୋ) ଦିଲ୍ଲୀର ଷ୍ଟାର୍ଟଅପ କମ୍ପାନୀ ସ୍ୟାମି ଇନଫୋମେଟିକ୍ସ ତରଫରୁ ଭାରତୀୟ ବଜାରରେ ସବୁଠୁ ଶସ୍ତା ସ୍ମାର୍ଟ ଆଣ୍ଡ୍ରଏଡ ସ୍ମାର୍ଟ ଟିଭି ଲଞ୍ଚ କରାଯାଇଛି। ଏହି 32ଇଞ୍ଚ ସ୍ମାର୍ଟ ଟିଭିର ଦାମ ମାତ୍ର ଟ.4,999 ରହିଛି। ମେକଇନ ଇଣ୍ଡିଆ ଓ ଷ୍ଟାର୍ଟଅପ ଇଣ୍ଡିଆର ମିଳିତ ଉଦ୍ୟମରେ ଲଞ୍ଚ କରାଯାଇଥିବା ଏହି ସ୍ମାର୍ଟ ଟିଭିର ଅଧିକାଂଶ ପାର୍ଟ୍ସ ଭାରତରେ ହିଁ ତିଆରି କରାଯାଇଛି।

ଉକ୍ତ କମ୍ପାନୀ ତରଫରୁ ଦାବି କରାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆରେ ଲଞ୍ଚ ହୋଇଥିବା ସ୍ମାର୍ଟ ଟିଭି ମଧ୍ୟରୁ ଏହା ସବୁଠାରୁ ଶସ୍ତା ଅଟେ। ଏଥିରେ ଆଣ୍ଡ୍ରଏଡ 4.4 OS ଦିଆଯାଇଛି। ଏହାସହିତ ଏଥିରେ ଫେସବୁକ ଓ ୟୁଟ୍ୟୁବ ପରି ଆପ୍ ଆଗରୁ ଇନଷ୍ଟଲ କରି ରଖାଯାଇଛି। ଏହାବ୍ୟତୀତ ଅନ୍ୟ ଆପ୍ ଇନଷ୍ଟଲ କରିବା ପାଇଁ ମଧ୍ୟ 4ଜିବି ଷ୍ଟୋରେଜ ମଧ୍ୟ ଦିଆଯାଇଛି। ଏହାସହିତ ଏଥିରେ 512MBର ରାମ ମଧ୍ୟ ରହିଛି।

ସ୍ୟାମି ଇନଫୋମେଟିକ୍ସ କମ୍ପାନୀର ଏହି ଟିଭିରେ 31ଇଞ୍ଚର HD LED ସ୍କ୍ରିନ ଦିଆଯାଇଛି। ଏହାର ରିଜୋଲ୍ୟୁସନ 1366X786 ପିକ୍ସେଲ ଅଟେ ଓ ଏହାର ଆକ୍ସେପ୍ଟ ରେସୋ 16:9 ରହିଛି। କମ୍ପାନୀର କହିବା ଅନୁଯାୟୀ ଏହି ଟିଭିରେ ବହୁତ ଭଲ କ୍ଵାଲିଟି ମିଳିବ। ଏଥିରେ ଟିଭି ଫିଲ୍ମ ଓ ଟିଭି ଶୋ ଦେଖିବା ବ୍ୟତୀତ ୱେବ ବ୍ରାଉଜିଙ୍ଗ କରିପାରିବେ ଓ ଆଣ୍ଡ୍ରଏଡ ଗେମ୍ ମଧ୍ୟ ଖେଳିପାରିବେ। ଏହାସହିତ ଏଥିରେ 10Wର ସ୍ପିକର ମଧ୍ୟ ଦିଆଯାଇଛି।

ଏହି ସ୍ମାର୍ଟଟିଭିର ଲଞ୍ଚିଙ୍ଗ ଶୋ’ ରେ କମ୍ପାନୀର ଡାଇରେକ୍ଟର ଅଭିନାଶ ମେହରା କହିଛନ୍ତି, “ ସବୁ ଲୋକଙ୍କ ପାଖକୁ ସ୍ମାର୍ଟଟିଭି ପହଞ୍ଚେଇବା ପାଇଁ ଏହି ସ୍ମାର୍ଟଟିଭିକୁ ଲଞ୍ଚ କରାଯାଇଛି। ଏହି ଟିଭିରେ କମ ମୂଲ୍ୟରେ ହିଁ ଆଣ୍ଡ୍ରଏଡ ଫିଚର ଦିଆଯାଇଛି। ଏହାସହିତ ଏହି ଟିଭିର ସମସ୍ତ ପାର୍ଟ୍ସ ଭାରତରେ ନିର୍ମାଣ କରାଯାଇଛି ଓ ଏଥିପାଇଁ ଭାରତରେ 200 ଲୋକଙ୍କୁ ରୋଜଗାର ମଧ୍ୟ ମିଳିଛି।“

ତେବେ ଏହି ସ୍ମାର୍ଟଟିଭିକୁ କିଣିବା ପାଇଁ ଗ୍ରାହକଙ୍କ ପାଖରେ ଆଧାର କାର୍ଡ ଥିବା ଜରୁରୀ। ଗୋଟିଏ ଆଧାର କାର୍ଡରେ କେବଳ ଗୋଟିଏ ଟିଭି ହିଁ କିଣିପାରିବେ। ଏହି ଟିଭିକୁ ‘ପେହଲେ ଆଓ, ପେହଲେ ପାଓ’ ସେଲ ମାଧ୍ୟମରେ ବିକ୍ରି କରାଯିବ। ଅର୍ଥାତ ଯିଏ ଆଗ ଆବେଦନ କରିବ ତାକୁ ହିଁ ବିକ୍ରି କରାଯିବ। ଏହା କେବଳ ଅନଲାଇନରେ ହିଁ ଉପଲବ୍ଧ ହେବ। ଏହାକୁ କିଣିବା ପାଇଁ କମ୍ପାନୀର ଆପ୍ କୁ ଗୁଗୁଲ ପ୍ଲେଷ୍ଟୋରରୁ ଡାଉନଲୋଡ କରିପାରିବେ। ଟିଭି ଅର୍ଡର କରିବା ପରେ ଆପଣ କ୍ୟାଶଅନ ଡେଲିଭରି ଅପ୍ସନ ବାଛିପାରିବେ।

ଏହି ଟିଭିକୁ କିଣିବା ପରେ  ତିନି ବର୍ଷର ୱାରେଣ୍ଟି ମିଳିବ। ଅର୍ଥାତ ପ୍ରଥମ ବର୍ଷ ପାଇଁ ସମସ୍ତ ସର୍ଭିସ ମାଗଣାରେ ମିଳିବ ଓ ବାକି ଦୁଇବର୍ଷ ପର୍ଯ୍ୟନ୍ତ ସର୍ଭିସ ପାଇଁ ଅର୍ଥ ଦେବାକୁ ପଡିବ କିନ୍ତୁ ଏହି ସର୍ଭିସ ଆପଣଙ୍କ ଘରେ ଯୋଗାଇ ଦିଆଯିବ।

#smarttv #technews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon