• padmabati kund

ଶୀତରେ ଷ୍ଟାଇଲିସ ଲୁକ ପାଇଁ  5 ଜ୍ୟାକେଟ


(ବେତାର ବ୍ୟୁରୋ) ଶୀତଦିନରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆମେ ସ୍ଵେଟର କିମ୍ବା ଜ୍ୟାକେଟ ପିନ୍ଧିଥାଉ। ମହିଳାମାନଙ୍କ ପାଇଁ ଏହିଦିନେ ଏକ ଖାସ ସମସ୍ୟା ଦେଖାଯାଇଥାଏ ଯେ, ସେମାନେ ଫ୍ୟାଶନେବଲ ପୋଷାକ ପିନ୍ଧିପାରିନଥାନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ଆମେ ଅନେକ ପ୍ରକାର ପୋଷାକ ବଜାରରୁ କିଣିଥାଉ, କିନ୍ତୁ ଏହିସବୁ ପୋଷାକ ସମସ୍ତଙ୍କ ଉପରେ ଭଲ ମାନିନଥାଏ। ଯେକୌଣସି ଡିଜାଇନର ସ୍ଵେଟର କିମ୍ବା ଜ୍ୟାକେଟ କିଣି ପିନ୍ଧିବା ଦ୍ଵାରା ଆପଣଙ୍କ ଲୁକ ମଧ୍ୟ ଖରାପ ହୋଇଥାଏ।

ତେଣୁ ଶୀତଦିନେ ଷ୍ଟାଇଲିସ ଲୁକ ପାଇବା ପାଇଁ କେଉଁ କେଉଁ ଡିଜାଇନର ଜ୍ୟାକେଟ ପିନ୍ଧିବେ ଜାଣନ୍ତୁ।

୧.ମୋନୋକ୍ରୋମ ଜ୍ୟାକେଟ: ଏହି ଜ୍ୟାକେଟରେ ଜିଗଜ୍ୟାଗ ଡିଜାଇନର ପ୍ରିଣ୍ଟ ହୋଇଥାଏ ଓ ଏହାସହିତ ଏହା ସାମାନ୍ୟ ଲମ୍ବା ମଧ୍ୟ ହୋଇଥାଏ। ଏହା ଆପଣଙ୍କୁ ଏକ ଷ୍ଟାଇଲିସ ଲୁକ ଦେଇଥାଏ। ସାଙ୍ଗସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯିବା ସମୟରେ ଏହାକୁ ପିନ୍ଧିପାରିବେ କିମ୍ବା ଅଫିସକୁ ଯିବା ସମୟରେ ଯେକୌଣସି ଡ୍ରେସ ଉପରେ ଏହାକୁ ପିନ୍ଧିପାରିବେ।

୨.ଅଲିଭ ଷ୍ଟାଇଲ ଜ୍ୟାକେଟ: ଏହି ଜ୍ୟାକେଟରେ ଡ୍ର ଷ୍ଟ୍ରିଙ୍ଗ ରହିଥାଏ ଯାହାକି ଜ୍ୟାକେଟକୁ ଏକ ଷ୍ଟାଇଲିସ ଲୁକ ଦେଇଥାଏ। ଏଥିରେ ମୁଣ୍ଡ ପାଇଁ ଟୋପି ଲାଗି ରହିଥାଏ ଓ ଏହାସହିତ ବଡ ବଡ ପକେଟ ମଧ୍ୟ ଥାଏ। ଏଥିରେ ଲାଗିଥିବା ଟୋପିଟି ଆପଣଙ୍କୁ ଥଣ୍ଡାରୁ ରକ୍ଷା କରିବା ସହିତ ବଡ ପକେଟରେ ଅଧିକ ଜିନିଷ ମଧ୍ୟ ରଖିପାରିବେ। ସବୁଠାରୁ ଖାସ କଥା ହେଉଛି ଏହା ସବୁ ପ୍ରକାରର ପୋଷାକ ସହିତ ଭଲ ଲାଗିଥାଏ।

୩.ବାଇକର୍ ଜ୍ୟାକେଟ: ଆପଣ ଜିନ୍ସ ପିନ୍ଧନ୍ତୁ ବା ସ୍କଟ, ଉଭୟ ସହିତ ଲେଦର ଜ୍ୟାକେଟ ବହୁତ ଭଲ ଲାଗିଥାଏ। ଯଦି ଆପଣ ଲେଦର ଜ୍ୟାକେଟ କିଣିପାରୁନାହାନ୍ତି ତେବେ ବାଇକର୍ ଜ୍ୟାକେଟ ମଧ୍ୟ କିଣିପାରିବେ। ବାଇକର୍ ଜ୍ୟାକେଟ ଲେଦରରେ ତିଆରି ହୋଇନଥିଲେ ମଧ୍ୟ ଏହା ଠିକ ଲେଦରରେ ତିଆରି ହୋଇଥିବା ପରେ ଦେଖାଯାଏ। ଏହା ବହୁତ ହାଲୁକା ହୋଇଥାଏ ଓ ଆପଣଙ୍କୁ ଷ୍ଟାଇଲିସ ଲୁକ ଦେବା ସହିତ ଥଣ୍ଡାରୁ ମଧ୍ୟ ରକ୍ଷା କରିଥାଏ।

୪.ସାଇନି ଜ୍ୟାକେଟ : ଏହି ଜ୍ୟାକେଟ ଅଧିକ ଚମକଦାର ଦେଖାଯାଇଥାଏ। ଏଥିପାଇଁ ପ୍ରାୟ ଲୋକ ଏହାକୁ ପିନ୍ଧିବାକୁ ପସନ୍ଦ କରିନଥାନ୍ତି। କିନ୍ତୁ ଏହିପରି ଜ୍ୟାକେଟ ପିନ୍ଧିବା ପରେ ଯେଉଁ ଲୁକ ଆସିଥାଏ ତାହା ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏହାକୁ ଆପଣ ସବୁ ପ୍ରକାରର ପୋଷାକ ଉପରେ ପିନ୍ଧିପାରିବେ ଯାହାଦ୍ୱାରା ଆପଣଙ୍କ ସାଧାରଣ ଲୁକ ମଧ୍ୟ ଷ୍ଟାଇଲିସ ହୋଇପାରିବ।

୫.ବେସିକ ବ୍ରାଉନ ଜ୍ୟାକେଟ: ଆପଣଙ୍କ ଶରୀର ପାଇଁ ଢିଲା ହେଉଥିବା ଏହି ବ୍ରାଉନ ରଙ୍ଗର ଜ୍ୟାକେଟର ଅନେକ ଫାଇଦା ରହିଛି। ଏହି ଜ୍ୟାକେଟ ଯେକୌଣସି ରଙ୍ଗର ଜିନ୍ସ ଓ ଟପ ସହିତ ଭଲ ମ୍ୟାଚିଙ୍ଗ କରିଥାଏ। ଏହା ଅଧିକ ଢିଲା ହୋଇଥିବାରୁ ଆପଣ ଏହାକୁ ସ୍ଵେଟର ଉପରେ ମଧ୍ୟ ପିନ୍ଧିପାରିବେ।

#fashion #wintercare #jacket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon