• padmabati kund

ଓଡ଼ିଶାରେ ଅନଲାଇନ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା ଆରମ୍ଭ


(ବେତାର ବ୍ୟୁରୋ) ଯାନବାହାନ ଚଳାଚଳକୁ ନେଇ ଭିନ୍ନ ପ୍ରମାଣପତ୍ର ଓ ଲାଇସେନ୍ସ ପାଇବା ପାଇଁ ଲୋକମାନଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) କୁ ବାରମ୍ବାର ଦୌଡିବାକୁ ପଡିଥାଏ ଓ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡିଥାଏ। ସୋମବାର ଠାରୁ ଲୋକମାନଙ୍କୁ ଆଉ ଏହି ଅସୁବିଧା ଭୋଗ କରିବାକୁ ପଡିବ ନାହିଁ। ଲୋକମାନେ ଏହାକୁ ଅନଲାଇନରେ ମଧ୍ୟ ଡାଉନଲୋଡ କରିପାରିବେ। କାଗଜବିହୀନ ପ୍ରମାଣପତ୍ର ବଣ୍ଟନ ବ୍ୟବସ୍ଥା ଆରମ୍ଭ ପାଇଁ ପରିବହନ କମିଶନର ସଂଜୀବ ପଣ୍ଡା ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ ଲର୍ଣ୍ଣର ଲାଇସେନ୍ସ, ମାଲବାହୀ ଓ ଯାତ୍ରୀବାହକ ଗାଡି ଫିଟନେସ ପ୍ରମାଣପତ୍ର ଓ ମାଲ ପରିବହନ ପରମିଟ ପାଇବା ପାଇଁ ଆବେଦକଙ୍କୁ ଆଉ ଆରଟିଓ କାର୍ଯ୍ୟାଳୟ ଯିବାକୁ ପଡିବ ନାହିଁ। ଏହି ସବୁ ପ୍ରମାଣପତ୍ର ପାଇଁ ଆବେଦନ କରିବାର ନିର୍ଦ୍ଧାରିତ ସମୟ ପରେ ପରିବହନ ବିଭାଗ ୱେବସାଇଟରୁ ଏହାକୁ ଡାଉନଲୋଡ କରିପାରିବେ।

ତେବେ ପ୍ରଥମେ ଏହାକୁ ଅନଲାଇନରେ କେମିତି ଆବେଦନ କରି ଜାଣନ୍ତୁ।

.ଅନଲାଇନରେ ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ କରିବା ପାଇଁ ପ୍ରଥମେ ଆପଣଙ୍କୁ ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟ https://sarathi.parivahan.gov.in ରେ ଲଗଇନ କରିବାକୁ ପଡିବ। ଏହାପରେ ଆପଣଙ୍କୁ ନିଜ ରାଜ୍ୟ ବାଛିବାକୁ ପଡିବ। ଏହାପରେ ଆରଟିଓ ଅଫିସ ବାଛନ୍ତୁ ଓ ଏହାପରେ ଏକ ନୂଆ ପେଜ ଖୋଲିଯିବ।

.ଏହି ନୂଆ ପେଜରେ ବାମପଟେ ଆପଣଙ୍କୁ apply onlineର ଅପ୍ସନ ମିଳିଯିବ। ଏହା ଉପରେ କ୍ଲିକ କରିବା ପରେ ଆପଣଙ୍କୁ learner licence ଓ new driving licence ପରି ଦୁଇଟି ଅପ୍ସନ ମିଳିବ। ଯଦି ଆପଣଙ୍କ ପାଖରେ ଲର୍ଣ୍ଣର ଲାଇସେନ୍ସ ଅଛି ତେବେ new driving licence ଉପରେ କ୍ଲିକ କରନ୍ତୁ, ଯଦି ଲର୍ଣ୍ଣର ଲାଇସେନ୍ସ ନାହିଁ ତେବେ learner licence ଉପରେ କ୍ଲିକ କରନ୍ତୁ।

.ଏହାପରେ ଆପଣଙ୍କୁ ଏକ ଅପ୍ସନ ଦ୍ଦେଖାଯିବ। ଏଥିରେ ଲେଖଥିବ ଯେ ଆପଣଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ, ଏହାକୁ କ୍ଲିକ କରିବା ପରେ ଆବେଦନ ଫର୍ମ ଖୋଲିଯିବ।

.ଏହି ଆବେଦନ ଫର୍ମରେ ସମସ୍ତ ତଥ୍ୟ ସଠିକ ଭାବରରେ ପୂରଣ କରିବାକୁ ପଡିବ ଏହାସହିତ କିଛି ପ୍ରମାଣପତ୍ର ଅପଲୋଡ ମଧ୍ୟ କରିବାକୁ ପଡିବ। ଆବେଦନ ଫର୍ମକୁ ସଠିକ ଭାବରେ ପୂରଣ କରିବା ପରେ submit ଉପରେ କ୍ଲିକ କରନ୍ତୁ। ଏହିପରି ଭାବରେ ଆପଣଙ୍କ ଫର୍ମ ପରିବହନ ବିଭାଗ ପାଖରେ ପହଞ୍ଚିଯିବ।

.ଏହାପରେ ଆପଣଙ୍କୁ ଡ୍ରାଇଭିଙ୍ଗ ଟେଷ୍ଟ ଦେବାକୁ ପଡିବ।

ତେବେ ଆବେଦନ କରିବାର ନିର୍ଦ୍ଧାରିତ ସମୟ ପରେ ଏହାକୁ ଆପଣ ଡାଉନଲୋଡ କରିପାରିବେ। ଏଥିରେ କ୍ଵିକ ରେସପନ୍ସ କୋଡ (କ୍ୟୁଆର) ମଧ୍ୟ ରହିବ। ଡାଉନଲୋଡ କରି ପ୍ରିଣ୍ଟ କରିବା ପରେ ପରିବହନ ୱେବସାଇଟକୁ ଯାଇ ଏହାର ବୈଧତା ଯାଞ୍ଚ କରିପାରିବେ।

ଅନଲାଇନରେ ଲର୍ଣ୍ଣର ଲାଇସେନ୍ସ ମିଳିବ ଆରମ୍ଭ ହେଉଥିବାରୁ ସ୍ଥାୟୀ ଲାଇସେନ୍ସ ପାଇଁ ଆବେଦନ କରିବା ସମୟରେ ଅସଲି ଲର୍ଣ୍ଣର ଲାଇସେନ୍ସକୁ ଏହା ସହ ଯୋଡି ଦେବାକୁ ପଡିବ ନାହିଁ। ପରିବହନ ବିଭାଗ କର୍ତ୍ତୃପକ୍ଷ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର ସବୁ ତଥ୍ୟ ସଂଗ୍ରହ କରିବା ପରେ ସ୍ଥାୟୀ ଲାଇସେନ୍ସ ଜାରି କରିବେ। ତେବେ ଏହି ବ୍ୟବସ୍ଥା ଆରମ୍ଭ ହେଲେ ଆରଟିଓ କାର୍ଯ୍ୟାଳୟରେ ଭିଡ ହ୍ରାସ ହେବା ସହିତ ସମୟର ଅପଚୟ ମଧ୍ୟ ରୋକାଯାଇ ପାରିବ।

#onlinedrivinglisence #drivinglisence

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon