• padmabati kund

ଏହି ଫଟୋ ଶେୟାର କରି ସୋସିଆଲ ମିଡିଆରେ ପୁଣି ସମାଲୋଚିତ ହେଲେ ପ୍ରିୟଙ୍କା


(ବେତାର ବ୍ୟୁରୋ) ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ଗାୟକ ନିକ ଜୋନାସଙ୍କ ବିବାହକୁ ଦୁଇମାସ ହୋଇଗଲାଣି। ଉଦୟପୁରରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହକୁ ନେଇ ଦୁହେଁ ଖୁବ ଚର୍ଚ୍ଚାରେ ମଧ୍ୟ ରହିଥିଲେ। ଏହି ଯୋଡି ଉଭୟଙ୍କର ଏବଂ ପରିବାର ସହିତ ଫଟୋ ନିୟମିତ ବ୍ୟବଧାନରେ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଥାଏ। ନିକଟରେ ପ୍ରିୟଙ୍କା ଉଭୟଙ୍କର ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ପାଇଁ ଉଭୟଙ୍କୁ ସୋସିଆଲ ମିଡିଆରେ ଟ୍ରଲ ହେବାକୁ ପଡିଛି।

ପ୍ରିୟଙ୍କା ବର୍ତ୍ତମାନ ଜୋନାସ ପରିବାର ସହିତ କାଲିଫର୍ଣ୍ଣିଆରେ ଅଛନ୍ତି। ପ୍ରିୟଙ୍କା ନିକଙ୍କ ସହିତ ସମୟ ବିତାଉଥିବାର ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହି ଫଟୋରେ ଉଭୟ ପ୍ରିୟଙ୍କା ଓ ନିକଙ୍କୁ ତାଙ୍କ ଘରର ସୋଫା ଉପରେ ଟିଭି ଦେଖୁଥିବାର ଦେଖିବାକୁ ମିଳିଥିଲା ଓ ପ୍ରିୟଙ୍କା ନିକଙ୍କ ଛାତି ଉପରେ ମୁଣ୍ଡ ରଖି ଶୋଇଥିଲେ। ଫଟୋ ଶେୟାର କରିବା ସହିତ ଘରେ ଶାନ୍ତିର ମୂହୁର୍ତ୍ତ ବିତାଉଛନ୍ତି ବୋଲି ଲେଖିଥିଲେ।

ଏହି ଯୋଡି ଏତେ ସୁନ୍ଦର ଫଟୋ ଶେୟାର କରିବା ପରେ କିଛି ଫ୍ୟାନ ଏହାକୁ ପସନ୍ଦ କରିଥିବା ବେଳେ ଅନ୍ୟକିଛି ଫ୍ୟାନମାନେ ଏହାକୁ ପସନ୍ଦ କରିନଥିଲେ ଓ ଖୁବ ଟ୍ରଲ କରିଥିଲେ। ଅଧିକାଂଶ ବ୍ୟବହାରକାରୀମାନେ ଏହି କଥାକୁ ମଜା ଉଡାଇଥିଲେ ଯେ, ସେଲିବ୍ରିଟି ମାନଙ୍କର ଏପରି ଫଟୋ କିଏ ଉଠଉଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, “ଶୋଇବା ଘରେ ଫଟୋଗ୍ରାଫରଙ୍କୁ ଲୁଚାଇ ରଖିଛନ୍ତି କି?”

ସେହିପରି ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, “ ଏମାନେ ସବୁ ଜାଗାରେ ଫଟୋଗ୍ରାଫରକୁ ନେଇ ଯାଇଥାନ୍ତି।“ ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, “ଜଣେ ପୁଅ ନିଜ ମା’ ର ଯତ୍ନ ନେବା ପରି ଲାଗୁଛି।“ ଶୋଇବା ଘରେ ଉଭୟଙ୍କ ଫଟୋ କିଏ ଉଠେଇଛି ବୋଲି ଜଣେ ବ୍ୟବହାରକାରୀ ଆଗ୍ରହର ସହ ଲେଖିଛନ୍ତି।

ବର୍ତ୍ତମାନ ପ୍ରିୟଙ୍କା ଓ ନିକ କାଲିଫର୍ଣ୍ଣିଆରେ ପରିବାର ସହିତ ସମୟ ବିତାଉଛନ୍ତି। ଉଭୟ ନିଜ ପରିବାର ଓ ବନ୍ଧୁଙ୍କ ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରୁଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋରେ ନିକ ଓ ପ୍ରିୟଙ୍କାଙ୍କ ସହିତ ନିକଙ୍କ ବଡ ଭାଇ ଏବଂ ତାଙ୍କ ଭାବି ସ୍ତ୍ରୀ ସୋଫି ଟର୍ଣ୍ଣରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ଏହାସହିତ ପରିବାର ସହିତ କିଛି ଭିଡିଓ ମଧ୍ୟ ଉଭୟ ଶେୟାର କରିଥିଲେ। ବିବାହ ପରେ ପ୍ରିୟଙ୍କାଙ୍କ ପରିବାର ସହିତ ଏହା ଦ୍ଵିତୀୟ ଥର ପାଇଁ ଛୁଟିଦିନ ବିତାଉଛନ୍ତି। ଏହାପୂର୍ବରୁ ଗତମାସରେ ପ୍ରିୟଙ୍କା ନିଜ ଶଶୁରଘରର ସଦସ୍ୟଙ୍କ ସହିତ ସ୍ଵିଜରଲ୍ୟାଣ୍ଡ ବୁଲିବାକୁ ଯାଇଥିଲେ। ସେଠାରେ ସମସ୍ତେ ନୂଆବର୍ଷ ପାଳନ କରିଥିଲେ ।

#entertainmetnt #bollywood #priyankachopra #nickjonas

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon