• padmabati kund

ଫୋନ,ଲାପଟପ ବ୍ୟବହାର କରି ବେକ ଯନ୍ତ୍ରଣା ହେଉଛି ? ଆପଣାନ୍ତୁ ଏହି ଟିପ୍ସ


(ବେତାର ବ୍ୟୁରୋ) ଦିନକୁ ଦିନ ମୋବାଇଲ, ଲାପଟପ ଓ କମ୍ପ୍ୟୁଟର ବ୍ୟବହାର ବଢିବା ସହିତ ବ୍ୟବହାରକାରୀଙ୍କ ବେକରେ ଯନ୍ତ୍ରଣା ଜନିତ ସମସ୍ୟା ମଧ୍ୟ ବଢିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ମୋବାଇଲ ଫୋନର ବ୍ୟବହାର କରିବା ସମୟରେ ଠିକ ଭାବରେ ନବସିବା କିମ୍ବା ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଏହାର ବ୍ୟବହର କରିବା। ସ୍ମାର୍ଟଫୋନ ହେଉ ବା କମ୍ପ୍ୟୁଟର ବ୍ୟବହାର କରିବା ସମୟରେ ଲୋକମାନଙ୍କର ବସିବାର ଶୈଳୀ ଠିକ ହୋଇନଥାଏ ଏଥିପାଇଁ ମାଂସପେଶୀ ପ୍ରଭାବିତ ହୋଇଥାଏ ଓ ଯନ୍ତ୍ରଣା ଅନୁଭବ ହୋଇଥାଏ।

ଧୀରେ ଧୀରେ ଏହି ସମସ୍ୟା ବହୁତ ଜଟିଳ ରୂପ ନେଇଥାଏ ଓ ଏହି ଯନ୍ତ୍ରଣାକୁ ସହ୍ୟ କରିବା ବହୁତ କଷ୍ଟ ହୋଇଥାଏ। ତେଣୁ ସମୟ ଥିବା ଆଗରୁ ଏହାର ନିରାକରଣ ବିଷୟରେ ଭାବିବା ଉଚିତ। ମୋବାଇଲ ବା କମ୍ପ୍ୟୁଟର ବ୍ୟବହାର କରିବା ସମୟରେ ବେକଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କଣ କଣ ସାବଧାନତା ଅବଲମ୍ବନ କରିବେ ଆସନ୍ତୁ janibaa।

୧.ଠିକ ଶୈଳୀରେ ବସନ୍ତୁ: ସ୍ମାର୍ଟଫୋନ ବା କମ୍ପ୍ୟୁଟର ବ୍ୟବହାର କରିବା ସମୟରେ ଠିକ ଭାବରେ ବସିବା ଉଚିତ। ମୋବାଇଲ ବା କମ୍ପ୍ୟୁଟର ବ୍ୟବହାର କରିବା ସମୟରେ ବେକକୁ ତଳକୁ ନୂଆଁଇବାକୁ ପଡିଥାଏ। କିନ୍ତୁ ସବୁବେଳେ ନିଜ ଅଣ୍ଟାକୁ ସିଧା କରି ରଖନ୍ତୁ ଓ ବେକକୁ ମଧ୍ୟ ସେହିପରି ସିଧା କରି ରଖି ଏହାର ବ୍ୟବହାର କରନ୍ତୁ।

୨.ମୋବାଇଲ ଫୋନକୁ ଆଖି ସିଧା ରଖନ୍ତୁ: ମୋବାଇଲ ଫୋନକୁ ହାତରେ ଧରିବା ସମୟରେ ସବୁବେଳେ ଏହାକୁ ଆଖି ସିଧା ରଖନ୍ତୁ। ବେକକୁ ତଳକୁ ନୂଆଁଇ ମୋବାଇଲକୁ ଦେଖିବା ଦ୍ଵାରା ବେକ ଉପରେ ଅଧିକ ଚାପ ପଡିଥାଏ। ଏହାକୁ ଏପରି ଭାବରେ ଧରନ୍ତୁ ଯେମିତି ଆପଣଙ୍କ ବେକ ଓ ହାତ ଉପରେ କମ ଚାପ ପଡିବ।

୩.ଆରାମ ନିଅନ୍ତୁ: ଲଗାତାର ଭାବରେ ସ୍ମାର୍ଟଫୋନର ବ୍ୟବହାର କରିବା ଦ୍ଵାରା ମଧ୍ୟ ଏହି ସମସ୍ୟା ଅଧିକ ବଢିଥାଏ। ତେଣୁ କିଛି ମିନିଟର ବ୍ୟବଧାନରେ ବିଶ୍ରାମ ନିଅନ୍ତୁ। ଅଫିସରେ ଲାପଟପ କିମ୍ବା କମ୍ପ୍ୟୁଟର ଆଗରେ କାମ କରୁଥିବା ସମୟରେ ପ୍ରତି ୨୫ମିନିଟ ପରେ ୫ମିନିଟ ପାଇଁ  ବିଶ୍ରାମ ନିଅନ୍ତୁ।

୪.ବସିବା ଭଙ୍ଗୀ ବଦଳାନ୍ତୁ : ଅଫିସରେ କାମ କରୁଥିବା ସମୟରେ ଅଧିକାଂଶ ସମୟ ଗୋଟିଏ ସ୍ଥାନରେ ବସି ରହିବାକୁ ପଡିଥାଏ। ତେଣୁ କମ୍ପ୍ୟୁଟର ଆଗରେ ବସି କାମ କରିବା ସମୟରେ କିଛି କିଛି ସମୟ ବ୍ୟବଧାନରେ ଦୁଇ ହାତ ଖୋଲି ସିଧା କରିରଖନ୍ତୁ। ଏହାସହିତ ବେକକୁ ଧୀରେ ଧୀରେ ବୁଲାନ୍ତୁ କିମ୍ବା ପଛପଟକୁ ଟାଣନ୍ତୁ।

୫. ହାତ ବଦଳାନ୍ତୁ: ମୋବାଇଲ ବ୍ୟବହାର କରିବା ସମୟରେ ଅଧିକାଂଶ ଲୋକ ଗୋଟିଏ ହାତକୁ ସବୁବେଳେ ବ୍ୟବହାର କରିଥାନ୍ତି। ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ହାତର ବ୍ୟବହାର ନକରି ହାତକୁ ପରିବର୍ତ୍ତନ କରନ୍ତୁ।

୬. ସେକ ଦିଅନ୍ତୁ: ଯଦି ଅଫିସରେ ଅଧିକ ସମୟ କମ୍ପ୍ୟୁଟର ଆଗରେ ବସି କାମ କରି ବେକ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ବରଫ କିମ୍ବା ଉଷୁମ ପାଣିର ସେକ ଦେଇପାରିବେ। ଏଥିପାଇଁ ବରଫ ପ୍ୟାକ କିମ୍ବା ଗରମ ପାଣିର ପ୍ୟାକକୁ ବେକ ଉପରେ ସେକ ଦେବା ପରି ରଖନ୍ତୁ। ତେବେ ଉଭୟ ବରଫ ଓ ଗରମ ପାଣି ପ୍ୟାକ ସେକ ଦେବା ଦ୍ଵାରା ଅଧିକ ଆରାମ ମିଳିଥାଏ।        

#health #textnecksyndrome #neckpain #goodhealth #fitness #healthtips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon