• padmabati kund

ରୋହିତ ଶର୍ମାଙ୍କ ନେତୃତ୍ଵରେ ନ୍ୟୁଜିଲାଣ୍ଡ ଟି20 ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ


(ବେତାର ବ୍ୟୁରୋ) ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ କରିବାକୁ ନିର୍ଦ୍ଦେଶ

ଦିଆଯାଇଥିବାରୁ ରୋହିତ ଶର୍ମାଙ୍କୁ ଭାରତୀୟ ଦଳର ଅଧିନାୟକତ୍ଵ ଭାର ଦିଆଯାଇଛି। ତେବେ ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ପ୍ରଥମ ଟି-ଟ୍ୱେଣ୍ଟି ସିରିଜରେ ବିଜୟୀ କରିବା ପାଇଁ ରୋହିତ ଶର୍ମାଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ରହିବ।

କାରଣ ଭାରତୀୟ କ୍ରିକେଟ ଦଳ ବିଦେଶରେ ଲଗାତର ତିନିମାସ ହେବ ଖୁବ ଭଲ ପ୍ରଦର୍ଶନ କରି ବିଜୟ ହୋଇଆସୁଛି ଓ ବର୍ତ୍ତମାନ ଏହା ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଟି-ଟ୍ୱେଣ୍ଟି ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି। ଦିନିକିଆ ସିରିଜରେ ବିଜୟ ହାସଲ କରିବା ପରେ ଭାରତୀୟ ଦଳ ବୁଧବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ ଖେଳିବ। ଏହାସହିତ ବିଦେଶରେ ଆଉ ଏକ ସିରିଜ ଜିତିବା ପାଇଁ ଭାରତର ଲକ୍ଷ୍ୟ ରହିବ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ 6 ଫେବୃୟାରୀ ବୁଧବାର ୱେଲିଙ୍ଗଟନର ବେଷ୍ଟପ୍ୟାକ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ଅନୁଯାୟୀ ସକାଳ 7.30ରେ ଆରମ୍ଭ ହେବ ଓ ଏହାର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ, ଡିଡି ସ୍ପୋର୍ଟ୍ସରେ ଦେଖିପାରିବେ। ଏହାସହିତ ହଟଷ୍ଟାରରେ ମଧ୍ୟ ଏହାର ଲାଇଭ ଷ୍ଟ୍ରିମିଙ୍ଗ ଦେଖିପାରିବେ।

ବିଶ୍ଵକପ ପାଇଁ ପ୍ରସ୍ତୁତି

ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଖେଳା ଯାଇଥିବା ଦିନିକିଆ ସିରିଜ ପରେ ଚୟନ କର୍ତ୍ତାଙ୍କୁ ଆଗାମୀ ମେ’ ମାସରେ ଖେଳାଯିବାକୁ ଥିବା ବିଶ୍ଵକପ ପାଇଁ ଖେଳାଳୀ ଚୟନ କରିବା ସହଜ ହୋଇଯାଇଛି। ତେବେ ବର୍ତ୍ତମାନ ମଧ୍ୟ ଦଳରେ କିଛି ଖେଳାଳୀଙ୍କ ସ୍ଥାନ ବାକି ରହିଛି। ଏଥିପାଇଁ ଚୟନକର୍ତ୍ତାଙ୍କ ନଜର ଏହି ଟି-ଟ୍ୱେଣ୍ଟି ସିରିଜ ଉପରେ ରହିବ।

ଭାରତୀୟ ଯୁବ ୱିକେଟକିପର ରିଷଭ ପନ୍ଥଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଦିନିକିଆ ସିରିଜରେ ରିଷଭଙ୍କୁ ସ୍ଥାନ ମିଳିନଥିଲେ ମଧ୍ୟ ଏହି ଟି-ଟ୍ୱେଣ୍ଟି ସିରିଜରେ ନିଜର ଦକ୍ଷତା ପ୍ରଦର୍ଶନ କରି ବିଶ୍ଵକପ ପାଇଁ ଦଳରେ ନିଜ ସ୍ଥାନ ନିଶ୍ଚିନ୍ତ କରିପାରିବେ। ଏହାସହିତ କୃନାଲ ପାଣ୍ଡ୍ୟା, ଶୁଭମନ ଗିଲ ଓ ସିଦ୍ଧାର୍ଥ କୌଲଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

ଏହାସହିତ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଦୀର୍ଘଦିନ ପରେ ଧୋନି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବାକୁ ଯାଉଛନ୍ତି। ଗତବର୍ଷ ଜୁଲାଇ ମାସରେ ସେ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଥିଲେ।

ଭାରତ କରିପାରେ ଏହି ରେକର୍ଡ

ଯଦି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଟି-ଟ୍ୱେଣ୍ଟି ସିରିଜକୁ ଭାରତ ଜିତିଯାଏ ତେବେ ଭାରତୀୟ ଦଳ ଲଗାତର ସବୁଠାରୁ ଅଧିକ ଦ୍ଵିପାକ୍ଷିକ ସିରିଜ ଜିତିବାର ରେକର୍ଡ ହାସଲ କରିପାରେ। ଭାରତୀୟ ଦଳ ଶେଷ 10ଟି ଦ୍ଵିପାକ୍ଷିକ ଟି-ଟ୍ୱେଣ୍ଟି ସିରିଜ ହାରିନାହିଁ। ଏହି ଦଶଟି ଟି-ଟ୍ୱେଣ୍ଟି ସିରିଜ ମଧ୍ୟରୁ 8ଟି ସିରିଜରେ ବିଜୟ ହାସଲ କରିଥିବା ବେଳେ 2ଟି ସିରିଜକୁ ଡ୍ର କରିଛି।

#T20cricket #indvsnz #ttwentyseries

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon