• padmabati kund

ହିରୋ ଇ-ବାଇକ ଏକ୍ସଚେଞ୍ଜ ଅଫର : ପୁରୁଣା ଗାଡି ମୁଲ୍ୟଠାରୁ ମିଳିବ ଟ.6000 ଅଧିକ


(ବେତାର ବ୍ୟୁରୋ) ଦେଶର ସବୁଠାରୁ ବଡ ଇଲେକ୍ଟ୍ରିକ ସ୍କୁଟର ପ୍ରସ୍ତୁତ କରୁଥିବା କମ୍ପାନୀ ହିରୋ ଇଲୋକ୍ଟ୍ରୋନିକ୍ ପୁରୁଣା ବାଇକ ପାଇଁ ଏକ ଏକ୍ସଚେଞ୍ଜ ଅଫର ଆଣିଛି। କମ୍ପାନୀର ଏହି ଅଫର ଅନୁସାରେ, ପୁରୁଣା ଦୁଇ ଚକିଆ ଗାଡି କିଣିବା ଉପରେ ବଜାର ମୂଲ୍ୟଠାରୁ ୬ ହଜାର ଟଙ୍କାରୁ ଅଧିକ ଏକ୍ସଚେଞ୍ଜ ଅଫର ପାଇପାରିବେ। ଅର୍ଥାତ୍ ଆପଣଙ୍କର ପୁରୁଣା ବାଇକର ବଜାର ଦର ଯଦି ୨୦ ହଜାର ଟଙ୍କା ହୋଇଥାଏ ତେବେ ହିରୋ କମ୍ପାନୀ ତରଫରୁ ଆପଣଙ୍କୁ ଉକ୍ତ ବାଇକ୍ ପାଇଁ ୨୬ ହଜାର ଟଙ୍କା ମିଳିବ । ଏଭଳି ଭାବରେ ପୁରୁଣା ବାଇକକୁ ଆପଣ ବଦଳାଇ ନୂଆ ବ୍ରାଣ୍ଡର ଇଲେକ୍ଟ୍ରିକ ବାଇକ୍  କିଣିପାରିବେ।

କମ୍ପାନୀର ସୂଚନା ମୁତାବକ, ଏହାଦ୍ୱାରା ଲୋକଙ୍କୁ ପୁରୁଣା ବାଇକ୍ ଠାରୁ ମୁକ୍ତି ମିଳିବ ଏବଂ ବ୍ରାଣ୍ଡ ନ୍ୟୁ ଇଲେକ୍ଟ୍ରିକ ବାଇକ୍ସକୁ ଲୋକେ ଅତି ସହଜରେ କିଣିପାରିବେ । ଏହି ଇଲେକ୍ଟ୍ରିକ ବାଇକ୍ ଦାମ ବହୁତ ଶସ୍ତା ରହିବ ଏବଂ ଏହି ସବୁ ବାଇକ ଓ ବ୍ୟାଟେରୀ ଉପରେ ୩ ବର୍ଷର ୱାରେଣ୍ଟି ମଧ୍ୟ ମିଳିବ । ଏହି ଇଲେକ୍ଟ୍ରିକ ବାଇକ୍ କିଣିବା ଦ୍ଵାରା ପେଟ୍ରୋଲ ଉପରେ ସିଧାସଳଖ ୭୦ ହଜାର ଟଙ୍କାର ସଞ୍ଚୟ କରିପାରିବେ ଏବଂ ମେଣ୍ଟେନାନ୍ସ ବାବଦକୁ ଖର୍ଚ୍ଚ ମଧ୍ୟ ବଞ୍ଚାଇପାରିବେ।

ତେବେ ସବୁଠାରୁ ବଡ କଥା ହେଉଛି ଏହି ଇଲେକ୍ଟ୍ରିକ ବାଇକ୍ ବ୍ୟବହାର କରିବା ଦ୍ଵାରା ପରିବେଶ ପ୍ରଦୁଷଣକୁ ମଧ୍ୟ ବହୁ ମାତ୍ରାରେ ରୋକାଯାଇପାରିବ। ହିରୋ କମ୍ପାନୀର ସୂଚନା ଅନୁଯାୟୀ ଦେଶରେ ପ୍ରାୟ 5 କୋଟିରୁ ଅଧିକ ପୁରୁଣା ଗାଡି ଚାଲୁଛି ଯାହାକି ପ୍ରଦୂଷଣର ମାତ୍ରା ବହୁତ ବଢାଉଛନ୍ତି।

ଏଥିପାଇଁ ଇଲୋକ୍ଟ୍ରୋନିକ୍ ହ୍ୱିଲରକୁ କିଣିବା ଲାଗି ସାଧାରଣ ଜନତାଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ହିରୋ ଇଲୋକ୍ଟ୍ରୋନିକ ତରଫରୁ ଏହି ଅଫର ଲଞ୍ଚ କରାଯାଇଛି। ହିରୋ କମ୍ପାନୀର ଇଲେକ୍ଟ୍ରିକ ସ୍କୁଟରର ମୂଲ୍ୟ ପ୍ରାୟ ଟ.46,000 ରୁ ଟ.87,000 ମଧ୍ୟରେ ରହିଛି।

ଦେଶର ୨୦ରୁ ଅଧିକ ସହରରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ତରଫରୁ ବିଭିନ୍ନ ପ୍ରକାରର ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି । ତେବେ ହିରୋର ଏହି ରାଷ୍ଟ୍ରବ୍ୟାପି ଅଭିଯାନ ଚଳିତ ମାସ ପ୍ରାରମ୍ଭରୁ ହିଁ ଆରମ୍ଭ ହୋଇସାରିଛି । ଯାହାର ଏକମାତ୍ର ଲକ୍ଷ୍ୟ ରହିଛି କି ଇଲୋକ୍ଟ୍ରୋନିକ୍ ଟୁ-ହ୍ୱିଲର୍ସର ଲାଭ ଏବଂ ବ୍ୟବହାରକୁ ଅଧିକ ପ୍ରାଥମିକତା ଦେବା ।

ହିରୋ ଇଲେକ୍ଟ୍ରିକ ଭେଇକିଲ ପ୍ରାଇଭେଟ ଲିମିଟେଡର CEO ସୋହିନ୍ଦର ସିଂ ଗିଲ ଏହି ମାମଲାରେ କହିଛନ୍ତି ଯେ, ଦୁନିଆରେ ବିକାଶଶୀଳ ଦେଶ ମଧ୍ୟରେ ଭାରତ ବହୁତ ଦ୍ରୁତ ଗତିରେ ବିକାଶ କରୁଛି। ଦେଶକୁ ଉନ୍ନତି ପଥରେ ଆଗକୁ ବଢାଇବା ପାଇଁ ଲୋକମାନଙ୍କୁ ଇଲେକ୍ଟ୍ରିକ ଯାନବାହନ ଚଳାଚଳ ଉପରେ ଗୁରୁତ୍ଵ ଦେବାକୁ ପଡିବ ଓ ଏହା ଭବିଷ୍ୟତରେ ବହୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇବ।

#herobikes #exchangeoffer

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon