• padmabati kund

ଜିଓ ଆଣୁଛି ଟଚ ସ୍ମାର୍ଟଫୋନ, ଏତିକି ରହିପାରେ ଦାମ


(ବେତାର ବ୍ୟୁରୋ) ରିଲାଏନ୍ସ ଜିଓ ଟେଲିକମ ମାର୍କେଟକୁ ଆସିବାର ପ୍ରାୟ ଦୁଇବର୍ଷ ହୋଇଗଲାଣି। ବର୍ତ୍ତମାନ ଦେଶରେ ରିଲାଏନ୍ସ ଜିଓର କୋଟି କୋଟି ଗ୍ରାହକ ଅଛନ୍ତି। ଗ୍ରାହକମାନଙ୍କୁ ନିଜ ସହିତ ଯୋଡି ରଖିବା ପାଇଁ ରିଲାଏନ୍ସ ଜିଓ ତରଫରୁ ନୂଆ ନୂଆ ଅଫର ଲଞ୍ଚ କରାଯାଇଥାଏ। ଚଳିତବର୍ଷ ରିଲାଏନ୍ସ ଜିଓ ନିଜର ଜିଓଫୋନ ସିରିଜର ଜିଓଫୋନ3 ଲଞ୍ଚ କରିପାରେ। ଏହି ଫୋନକୁ ଟଚ ସ୍କ୍ରିନ ଫିଚର ସହିତ ଲଞ୍ଚ କରାଯାଇପାରେ।

BeetelBiteରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜିଓଫୋନ3କୁ ଟ.4.500ମୂଲ୍ୟରେ ବିକ୍ରି କରାଯାଇପାରେ। ଯାହାକି ପୂର୍ବ ଦୁଇଟି ଫୋନ ଠାରୁ ଅଳ୍ପ ଅଧିକ ମୂଲ୍ୟ ଅଟେ।

ଜିଓଫୋନ3ର ଫିଚର

ରିଲାଏନ୍ସ ଜିଓର ଏହି ଜିଓଫୋନ3 ରେ 5ଇଞ୍ଚ ଟଚ ସ୍କ୍ରିନର ଡିସପ୍ଲେ ଦିଆଯାଇପାରେ। ଏହାସହିତ ଫୋନରେ 2GB ରାମ ଓ 64GB ଇଣ୍ଟରନାଲ ଷ୍ଟୋରେଜ ଦିଆଯାଇପାରେ। ଏହାସହିତ ଏଥିରେ 5 ମେଗାପିକ୍ସେଲର ରିୟର କ୍ୟାମେରା ଓ 2 ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦିଆଯାଇପାରେ।

ଏହି ଫୋନକୁ ଆଣ୍ଡ୍ରଏଡ ଗୋ ଅପରେଟିଙ୍ଗ ସିଷ୍ଟମ ସହିତ ଲଞ୍ଚ କରାଯାଇପାରେ ଓ ଏଥିରେ QWERTY କି-ବୋର୍ଡ ମଧ୍ୟ ଦିଆଯାଇପାରେ। QWERTY କି-ବୋର୍ଡ ସାହାଯ୍ୟରେ ଏହି ଫୋନକୁ ଫିଚର ଫୋନ ପରି ମଧ୍ୟ ବ୍ୟବହାର କରିପାରିବେ।

ରିପୋର୍ଟ ମୁତାବକ ଏହି ଫୋନକୁ 2019ର ଜୁଲାଇ କିମ୍ବା ଅଗଷ୍ଟ ମାସରେ ବିକ୍ରି  ପାଇଁ ଉପଲବ୍ଧ କରାଯାଇପାରେ। ଏହାକୁ ରିଲାଏନ୍ସ ଜିଓର ଜିଓ ଷ୍ଟୋର, ରିଲାଏନ୍ସ ଡିଜିଟାଲ ଷ୍ଟୋର ଓ ଜିଓର ଅଫିସିଆଲ ୱେବସାଇଟରେ ଉପଲବ୍ଧ କରାଯିବ।

ଜିଓଫୋନକୁ ପ୍ରଥମ ଥର ପାଇଁ 2017ରେ ଲଞ୍ଚ କରାଯାଇଥିଲା। ଏହି 4G ଫିଚର ଫୋନକୁ ଲକ୍ଷ ଲକ୍ଷ ଗ୍ରାହକ କିଣିଥିଲେ ଓ ଏହାକୁ ବହୁତ ପସନ୍ଦ ମଧ୍ୟ କରିଥିଲେ। ଭାରତରେ ଶ୍ରେଷ୍ଠ 10 ଫୋନ ବ୍ରାଣ୍ଡ ତାଲିକାରେ ମଧ୍ୟ ଏହା ସ୍ଥାନ ପାଇପାରିଥିଲା। ଏହାସହିତ ଫିଚର ଫୋନ ବିକ୍ରି ତାଲିକାରେ ମଧ୍ୟ ଏହା ସବୁଠାରୁ ଶୀର୍ଷରେ ରହିଛି। ଏହାର ମୂଲ୍ୟ ଟ.1,500 ରହିଛି।  

ଗତବର୍ଷ ରିଲାଏନ୍ସ ଜିଓ  ତରଫରୁ ଜିଓଫୋନ2 ଲଞ୍ଚ କରାଯାଇଥିଲା। ଏଥିରେ QWERTY କି-ବୋର୍ଡ ମଧ୍ୟ ଦିଆଯାଇଛି। ଏହାସହିତ ଏଥିରେ ହ୍ଵାଟସଅପ, ଫେସବୁକ, ୟୁଟ୍ୟୁବ ପରି ସୋସିଆଲ ମିଡିଆ ଆପ ଚଳାଇବାର ସୁବିଧା ମଧ୍ୟ ରହିଛି। ଜିଓଫୋନ2ର ମୂଲ୍ୟ ଟ.2,999 ରହିଛି।

#mobile #jiophone3 #reliancejio

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon