• ବେତାର ବ୍ୟୁରୋ

ମଙ୍ଗଳ ଗ୍ରହର ମେଷ ରାଶିରେ ପ୍ରବେଶ :ଜାଣନ୍ତୁ ପ୍ରଭାବ


(ବେତାର ବ୍ୟୁରୋ) ମଙ୍ଗଳଗ୍ରହଙ୍କୁ ମେଷ ଓ ବୃଷ ରାଶିର ସ୍ଵାମୀ ବୋଲି କୁହାଯାଇଥାଏ। ମଙ୍ଗଳଗ୍ରହ ଫେବୃୟାରୀ 5, ମଙ୍ଗଳବାର ରାତି ଘ.11ଟା57 ମିନିଟରେ ମେଷ ରାଶିରେ ପ୍ରବେଶ କରିଛି ଓ ମାର୍ଚ୍ଚ ମାସ 22 ତାରିଖ ଶୁକ୍ରବାର ଦିନ 3.20 ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବ।

ଜ୍ୟୋତିଷଶାସ୍ତ୍ରରେ ମଙ୍ଗଳଗ୍ରହକୁ ଭୂମି, ସେନା, ପରାକ୍ରମ ଓ ଶକ୍ତିର କାରକ ବୋଲି କୁହାଯାଇଥାଏ। ସୌରମଣ୍ଡଳରେ ମଙ୍ଗଳଗ୍ରହକୁ ଲାଲଗ୍ରହ ବୋଲି ମଧ୍ୟ କୁହାଯାଇଥାଏ। ମଙ୍ଗଳଗ୍ରହଙ୍କୁ ମେଷ ଓ ବୃଷ ରାଶିର ସ୍ଵାମୀ ବୋଲି କୁହାଯାଇଥାଏ।ମେଷ ରାଶିରେ ମଙ୍ଗଳଗ୍ରହଙ୍କ ପ୍ରଭାବ ସମସ୍ତ ରାଶି ଉପରେ ପଡିବ।

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଛୋଟ ଛୋଟ କଥାରେ ରାଗି ଯାଇପାରନ୍ତି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟସ୍ଥଳରେ କଠିନ ପରିଶ୍ରମ କରିବେ। ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। ବୈବାହିକ ଜୀବନରେ ଅଶାନ୍ତି ଦେଖାଦେବ।

ବୃଷ: ଏହି ସମୟରେ ଆପଣଙ୍କ ବ୍ୟୟ ବୃଦ୍ଧି ପାଇବ। ବିଦେଶ ଯାତ୍ରା କରିପାରନ୍ତି। ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ଯଦି ଭାଇଭଉଣୀଙ୍କ ସହ କୌଣସି ମତଭେଦ ହୋଇଥାଏ ତେବେ ଏହାର ସମାଧାନ ହେବ।

ମିଥୁନ: ଆୟ ବୃଦ୍ଧି ପାଇବ। ବହୁଦିନରୁ ଆଶା କରିଥିବା ଦିଗରୁ ଅର୍ଥ ପାଇବେ। ଆଗରୁ କରିଥିବା କାମ ପାଇଁ ପ୍ରଶଂସିତ ହେବେ। ଆପଣଙ୍କୁ ଏହି ସମୟରେ ମିଶ୍ରିତ ଫଳାଫଳ ମିଳିବ। ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ନେଇ ଅନେକ ସମସ୍ୟା ସାମ୍ନାକୁ ଆସିପାରେ। ସମାଜରେ ସମ୍ମାନ ବଢିବ।

କର୍କଟ: କର୍ମକ୍ଷେତ୍ରରେ ସଫଳତା ମିଳିବ ଓ ନିଜ କାମ ପାଇଁ ପ୍ରଶଂସିତ ହେବେ। ପଦୋନ୍ନତିର ସମ୍ଭାବନା ରହିଛି। କାର୍ଯ୍ୟବ୍ୟସ୍ତତା ଯୋଗୁଁ ବିରକ୍ତ ହୋଇପାରନ୍ତି। ପରିବାର ସଦସ୍ୟଙ୍କ ସହିତ ସମୟ ବିତାନ୍ତୁ। ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ।

ସିଂହ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଏହି ଯାତ୍ରା ଆପଣଙ୍କ ପାଇଁ ଫଳପ୍ରଦ ରହିବ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଧନଲାଭ ହେବ। ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମର ସୁଫଳ ମିଳିବ।

କନ୍ୟା: ଏହି ସମୟରେ ଆପଣଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି ହୋଇପାରେ। ମାନସିକ ଦୁଃଶ୍ଚିନ୍ତା ବଢିବା ସହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଇପାରେ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ହଠାତ ଧନପ୍ରାପ୍ତି ହୋଇପାରେ। ସଫଳତା ପାଇଁ କଠିନ ପରିଶ୍ରମ କରନ୍ତୁ।

ତୁଳା: ବୈବାହିକ ଜୀବନରେ ଅଶାନ୍ତି ଦେଖା ଦେଇପାରେ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଭାଗୀଦାରୀ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିପାରେ। ଚାକିରୀରେ ପଦୋନ୍ନତି ହୋଇପାରେ।

ବିଛା: ଶତ୍ରୁଙ୍କ ଉପରେ ଭାରି ପଡିବେ। କୌଣସି କଥାକୁ ନେଇ ଭୟଭୀତ ରହିବେ ଓ ଆପଣଙ୍କ ମନୋବଳ କମ ହୋଇଯିବ। ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ପଡିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଭାଗ ନେଉଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।

ଧନୁ: ଆପଣଙ୍କ ସ୍ଵଭାବରେ ପରିବର୍ତ୍ତନ ଦେଖାଦେବ ଓ ଅଧିକ ଜିଦ୍ଦି ହୋଇପାରନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟ ଉତ୍ତମ ରହିବ।

ମକର: ଜମିବାଡି ସଙ୍କ୍ରାନ୍ତୀୟ ମାମଲାର ବିଜୟୀ ହେବେ। ଯଦି ଆପଣ ନୂତନ ଯାନବାହାନ କିଣିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଅନୁକୂଳ ଅଟେ। ନୂତନ ଜମି କିଣିପାରନ୍ତି। ଜୀବନସାଥୀଙ୍କ ସହିତ କିଛି କିଛି ମତଭେଦ ଦେଖାଦେଇପାରେ।

କୁମ୍ଭ: ଆପଣଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢିବ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଧୈର୍ଯ୍ୟର ସହିତ କରିଥିବା କାମରେ ସଫଳତା ପାଇବେ। କାର୍ଯ୍ୟସ୍ଥଳରେ ସହକର୍ମୀଙ୍କ ସହଯୋଗ ପାଇବେ। ଯଦି ଆପଣ ଚାକିରୀରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଅନୁକୂଳ ଅଟେ।

ମୀନ: ଆପଣଙ୍କ ଆୟ ବୃଦ୍ଧି ପାଇବ ଓ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ପାରିବାରିକ ଜୀବନରେ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଜୀବନସାଥୀଙ୍କ ସହଯୋଗରେ ସଫଳତା ପାଇବେ।  

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

#astrology #marstransit #planets

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon