• padmabati kund

ଲିପଷ୍ଟିକର ରଙ୍ଗ କ'ଣ କୁହେ ମହିଳାଙ୍କ ବିଷୟରେ


(ବେତାର ବ୍ୟୁରୋ) ମହିଳା ମାନଙ୍କର ପସନ୍ଦ ଓ ନାପସନ୍ଦରୁ ସେମାନଙ୍କର ବ୍ୟକ୍ତିତ୍ଵକୁ ସହଜରେ ଅନୁମାନ କରାଯାଇ ପାରିଥାଏ। ଠିକ ସେହିପରି ମହିଳାଙ୍କର ଲିପଷ୍ଟିକର ରଙ୍ଗରୁ ମଧ୍ୟ ସେମାନଙ୍କର ବ୍ୟକ୍ତିତ୍ଵ ବିଷୟରେ ଜଣାପଡିଥାଏ। ଲିପଷ୍ଟିକ ଲଗାଇବା ସମୟରେ ମହିଳାମାନେ କେଉଁ ରଙ୍ଗର ଲିପଷ୍ଟିକ ଲଗାଇବାକୁ ପସନ୍ଦ କରୁଛନ୍ତି ବା କେଉଁ ରଙ୍ଗର ଲିପଷ୍ଟିକ ଲଗାଇଥାନ୍ତି, ଏହାର ଆଧାରରେ ଉକ୍ତ ମହିଳାଙ୍କର ବ୍ୟକ୍ତିତ୍ଵ ବିଷୟରେ ଜାଣିପାରିବେ।

ତେବେ ଜାଣନ୍ତୁ ଆପଣଙ୍କ ପସନ୍ଦର ଲିପଷ୍ଟିକ ରଙ୍ଗ ଆପଣଙ୍କ ବ୍ୟକ୍ତିତ୍ଵ ବିଷୟରେ କଣ କହିଥାଏ।

୧.ଗୋଲାପି ରଙ୍ଗ: ଗୋଲାପି ରଙ୍ଗକୁ ମହିଳାମାନେ ସବୁବେଳେ ଅଧିକ ପସନ୍ଦ କରିଥାନ୍ତି। ଯେଉଁମହିଳାମାନେ ଗୋଲାପି ରଙ୍ଗର ଲିପଷ୍ଟିକ ଲଗାଇଥାନ୍ତି ସେମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି। ଏହାସହିତ ସେମାନେ ବ୍ୟବସ୍ଥିତ, ଅଧିକ ସମ୍ବେଦନଶୀଳ ଓ ସବୁପ୍ରକାରର ପରିସ୍ଥିତିରେ ସକାରାତ୍ମକ ଚିନ୍ତାଧାରା ରଖିଥାନ୍ତି।

୨.ଗାଢ ଲାଲ ରଙ୍ଗ: ଗାଢ ଲାଲ ରଙ୍ଗର ଲିପଷ୍ଟିକ ଲଗାଇବା ପରେ ମହିଳାଙ୍କୁ ଏକ ବୋଲ୍ଡ ଓ ଷ୍ଟାଇଲିସ ଲୁକ ମିଳିଥାଏ। ଏହି ରଙ୍ଗର ଲିପଷ୍ଟିକ ଲଗାଇବାକୁ ପସନ୍ଦ କରୁଥିବା ମହିଳାମାନେ ଅଧିକ ସାହସୀ, ତୀବ୍ରବୁଦ୍ଧି ଓ ପ୍ରଭାବଶାଳୀ ହୋଇଥାନ୍ତି। ଏହାସହିତ ସେମାନଙ୍କ ମନରେ କୌଣସି ପ୍ରକାରର ଅବରୋଧ ରହିନଥାଏ। ସେମାନେ ସହଜରେ ଲୋକମାନଙ୍କୁ ନିଜଆଡକୁ ଆକର୍ଷିତ କରିପାରିଥାନ୍ତି।

୩.ବ୍ରାଉନ ରଙ୍ଗ: ଏହି ରଙ୍ଗର ଲିପଷ୍ଟିକ ଲଗାଇବାକୁ ପସନ୍ଦ କରୁଥିବା ମହିଳାମାନେ କୌଣସି କଥାକୁ ନେଇ ଖୁବ ଶୀଘ୍ର ବିରକ୍ତ ହୋଇଯାଇଥାନ୍ତି। ଏହାସହିତ ବିଭିନ୍ନ ସମସ୍ୟାକୁ ସାମ୍ନା କରିବାର ସାହସ ରଖିଥାନ୍ତି। ଏହାବ୍ୟତୀତ ଏହି ମହିଳାମାନେ ଅଧିକ ରହସ୍ୟମୟ ହୋଇଥାନ୍ତି ଓ ସବୁବେଳେ କିଛି ଅଲଗା କରିବାକୁ ଚେଷ୍ଟା କରିଥାନ୍ତି।

୪.ପର୍ପଲ ରଙ୍ଗ: ଏହି ରଙ୍ଗର ଲିପଷ୍ଟିକ ଲଗାଇବାକୁ ଅଧିକ ମହିଳାମାନେ ପସନ୍ଦ କରିନଥାନ୍ତି। କାରଣ ଏହା ଏକ ବୋଲ୍ଡ ରଙ୍ଗ ଅଟେ। କିନ୍ତୁ ଯେଉଁମାନେ ଏହି ରଙ୍ଗର ଲିପଷ୍ଟିକ ଲଗାଇବାକୁ ପସନ୍ଦ କରିଥାନ୍ତି ସେମାନେ ସବୁବେଳେ ନିୟମ ଭାଙ୍ଗିବାକୁ ପସନ୍ଦ କରିଥାନ୍ତି ଓ ବିପଦର ସାମ୍ନା କରିବାକୁ ପସନ୍ଦ କରିଥାନ୍ତି। କୌଣସି କଥାକୁ ନେଇ ଭୟଭୀତ ହୋଇନଥାନ୍ତି।

୫.ନ୍ୟୁଡ ରଙ୍ଗ: ନ୍ୟୁଡ କଲର ବା ଆପଣଙ୍କ ଚେହେରା ସହିତ ମିଶୁଥିବା ରଙ୍ଗର ଲିପଷ୍ଟିକ ଲଗାଇବାକୁ ପସନ୍ଦ କରୁଥିବା ମହିଳାମାନେ ବହୁତ ସାଧାରଣ ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି। ସେମାନେ ଅଧିକ ମେକଅପ କରିବାକୁ ପସନ୍ଦ କରିନଥାନ୍ତି।

୬.କମଳା ରଙ୍ଗ: ଏହି ରଙ୍ଗର ଲିପଷ୍ଟିକ ଲଗାଇବାକୁ ପସନ୍ଦ କରୁଥିବା ମହିଳାମାନେ ଅଧିକ ରାଗୀ ହୋଇଥାନ୍ତି। ଏହାସହିତ ଏମାନେ ନିଜ କାମ ପ୍ରତି ଅଧିକ ସଚ୍ଚୋଟ ଓ ଚିନ୍ତାଶୀଳ ହୋଇଥାନ୍ତି।

#fashion #lipstickcolour #personality

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon