- padmabati kund
କୋର୍ଟ ନିଷ୍ପତ୍ତି : ଆକାଉଣ୍ଟରୁ ଭୁଲରେ ପଇସା କଟିଲେ ବ୍ୟାଙ୍କ ଦାୟୀ

(ବେତାର ବ୍ୟୁରୋ) ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଖାତାରୁ ଭୁଲ ଉପାୟରେ ଅର୍ଥ ଉଠାଯାଇଥାଏ ତେବେ ଏଥିପାଇଁ ବ୍ୟାଙ୍କ ଦାୟୀ ରହିବ।ବୁଧବାର ଦିନ କେରଳ ହାଇକୋର୍ଟ ଏ ସମ୍ପର୍କରେ ଏକ ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇଛି। ଏହାସହିତ ଭୁଲ ଉପାୟରେ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଅର୍ଥ ଉଠାଯାଇଛି ବୋଲି ବ୍ୟାଙ୍କ ତରଫରୁ ଏସଏମଏସ ଯିବାପରେ ମଧ୍ୟ ଗ୍ରାହକ ଯଦି କୌଣସି ପ୍ରତିକ୍ରିୟା ନଦିଅନ୍ତି ତେବେ ମଧ୍ୟ ବ୍ୟାଙ୍କ ଏଥିପାଇଁ ଦାୟୀ ରହିବ ବୋଲି ଜଷ୍ଟିସ ପି.ବି. ସୁରେଶ କୁମାର ସ୍ପଷ୍ଟ କରି କହିଛନ୍ତି।
ଷ୍ଟେଟବ୍ୟାଙ୍କ ତରଫରୁ କେରଳ ହାଇକୋର୍ଟରେ ହୋଇଥିବା ଆବେଦନକୁ ଖାରଜ କରି ହାଇକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏନେଇ ତଳ ଅଦାଲତ ମାମଲାର ଶୁଣାଣୀ କରି ନିଷ୍ପତ୍ତି ଦେଇଥିଲେ ଯେ, ଭୁଲ ଉପାୟରେ ଗ୍ରାହକଙ୍କ ଖାତାରୁ ହୋଇଥିବା 2.4ଲକ୍ଷ ଟଙ୍କାକୁ ବ୍ୟାଙ୍କକୁ ଫେରସ୍ତ କରିବାକୁ ପଡିବ। ଉକ୍ତ ଗ୍ରାହକ ଏହି ସମସ୍ତ ଅର୍ଥକୁ ସୁଧ ସହିତ ବ୍ୟାଙ୍କକୁ ଫେରସ୍ତ କରିବା ପାଇଁ ଦାବି କରିଥିଲେ।
ଅଦାଲତର କହିବା ଅନୁଯାୟୀ, ଉପଭୋକ୍ତାମାନଙ୍କୁ ଏସଏମଏସ ପଠାଇବା ପରେ ବ୍ୟାଙ୍କର କର୍ତ୍ତବ୍ୟ ଶେଷ ହୋଇ ଯାଇ ନଥାଏ। ଏପରି ଅନେକ ଉପଭୋକ୍ତା ଏପରି ଅଛନ୍ତି ଯେଉଁମାନେ କି ଲଗାତାର ଏସଏମଏସ ଆଲର୍ଟ ଦେଖିବାକୁ ପସନ୍ଦ କରିନଥାନ୍ତି। ଯଦି ଗ୍ରାହକଙ୍କ ଖାତାରୁ ଟଙ୍କା ଉଠାଯାଇଥାଏ ଓ ଏହାକୁ ଗ୍ରାହକ ଉଠାଇ ନଥାନ୍ତି ତେବେ ବ୍ୟାଙ୍କ ଏଥିପାଇଁ ଦାୟୀ ରହିବ।
ଉପଭୋକ୍ତାଙ୍କ ଖାତାରୁ ଅନୈତିକ ଉପାୟରେ ହେଉଥିବା ଟଙ୍କା ଉଠାଣକୁ ରୋକିବା ପାଇଁ ବ୍ୟାଙ୍କକୁ ଉଚିତ ପଦକ୍ଷେପ ନେବାକୁ ପଡିବ ବୋଲି ଅଦାଲତ କହିଛନ୍ତି। ବ୍ୟାଙ୍କ ଯେହେତୁ ନିଜ ଉପଭୋକ୍ତାମାନଙ୍କୁ ସେବା ଯୋଗାଉଛନ୍ତି ତେଣୁ ଗ୍ରାହକଙ୍କ ହିତ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ବ୍ୟାଙ୍କର କର୍ତ୍ତବ୍ୟ ବୋଲି ଅଦାଲତ କହିଛନ୍ତି।

ବ୍ୟାଙ୍କ ଅସମର୍ଥ
ବ୍ୟାଙ୍କ ତରଫରୁ ସୁରକ୍ଷିତ ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଯୋଗାଇ ଦିଆଯିବା ଉଚିତ। ଉପଭୋକ୍ତାଙ୍କର ଯେପରି କ୍ଷତି ହେବ ନାହିଁ, ଏହା ଉପରେ ବ୍ୟାଙ୍କକୁ ନଜର ରଖିବାକୁ ପଡିବ। ଯଦି ଗ୍ରାହକଙ୍କୁ ଏପରି କିଛି କ୍ଷତି ସହିବାକୁ ପଡେ ତେବେ ବ୍ୟାଙ୍କ ତରଫରୁ ଏହାକୁ ରୋକିବା ପାଇଁ ଉଚିତ ସିଷ୍ଟମ ତିଆରି ହୋଇପାରିନାହିଁ ବୋଲି ବିବେଚନା କରାଯିବ।
ବର୍ତ୍ତମାନ ସମୟରେ ଲୋକମାନଙ୍କର ବ୍ୟାଙ୍କ ଆକାଉଣ୍ଟ ତଥ୍ୟର ଭୁଲ ବ୍ୟବହାର ହୋଇ ଅର୍ଥ ଉଠାଯାଉଥିବାର ଘଟଣା ବଢିବାରେ ଲାଗିଛି। ଏଥିପାଇଁ ବ୍ୟାଙ୍କ ତରଫରୁ ଏସଏମଏସ ଆସୁଥିଲେ ମଧ୍ୟ ସମସ୍ତେ ଏହି ଏସଏମଏସ ପଢିନଥାନ୍ତି। ପରବର୍ତ୍ତୀ ସମୟରେ ଉପଭୋକ୍ତା ଟଙ୍କା ଉଠାଣକୁ ନେଇ ବ୍ୟାଙ୍କକୁ ଅଭିଯୋଗ କଲେ ମଧ୍ୟ ବ୍ୟାଙ୍କ କୌଣସି କଥା ଶୁଣିନଥାନ୍ତି। ଆଗକୁ ଏହିପରି କିଛି ଘଟଣା ଘଟିଲେ ଉପଭୋକ୍ତାଙ୍କୁ ଅଧିକ ହଇରାଣ ହେବାକୁ ପଡିବ ନାହିଁ।
ଏହା କେରଳ ହାଇକୋର୍ଟର ରାୟ ହେଇଥିବାରୁ ଏହା କେବଳ ସେହି ରାଜ୍ୟରେ ଲାଗୁ ହେବ । ତେବେ ଏହି ନିଷ୍ପତ୍ତିକୁ ଦର୍ଶାଇ ଅନ୍ୟ ରାଜ୍ୟ ସରକାର ଚାହିଁଲେ ବ୍ୟାଙ୍କ ମାନଙ୍କୁ ଏପରି ନିର୍ଦ୍ଦେଶ ଦେଇପାରିବେ ।