• padmabati kund

ଜାଣନ୍ତୁ କେଉଁ ଆପ୍ ଯୋଗୁଁ ମୋବାଇଲ ସ୍ଲୋ ହେଇଥାଏ


(ବେତାର ବ୍ୟୁରୋ) ଦିନକୁ ଦିନ ଉନ୍ନତମାନର ଓ ଭଲ ଗ୍ରାଫିକ୍ସ ଥିବା ଆଣ୍ଡ୍ରଏଡ ଗେମ ଲଞ୍ଚ ହେଉଛି। କିନ୍ତୁ ଅନେକ ମୋବାଇଲରେ ସୀମିତ ଷ୍ଟୋରେଜ ଓ ରାମ (RAM) କମ ଥିବାରୁ ଗେମ୍ ଆପ ଗୁଡିକୁ ଡାଉନଲୋଡ କରିପାରିବା ପରେ ମୋବାଇଲର ସ୍ପିଡ ସାଧାରଣତଃ କମ ହୋଇଯାଇଥାଏ। ଏଥିପାଇଁ ବର୍ତ୍ତମାନ ମୋବାଇଲ କମ୍ପାନୀ ଗୁଡିକ ତରଫରୁ 6GB ଓ 8GB RAM ଥିବା ସ୍ମାର୍ଟଫୋନ ମଧ୍ୟ ଲଞ୍ଚ କରାଯାଉଛି। କିନ୍ତୁ ଅଧିକ RAM ଥିବା ସ୍ମାର୍ଟଫୋନ ସମସ୍ତେ କିଣିପାରିନଥାନ୍ତି। ତେଣୁ ମୋବାଇଲର ସ୍ପିଡ ବଢାଇବା ପାଇଁ ନୂଆ ଫୋନ ନକିଣି ମୋବାଇଲ ସେଟିଙ୍ଗରେ ସାମାନ୍ୟ ପରିବର୍ତ୍ତନ କରିପାରିବେ।

ସ୍ମାର୍ଟଫୋନ ଗୁଡିକରେ ଏପରି କିଛି ଆପ ରହିଥାଏ ଯାହାକୁ ଅନଇନଷ୍ଟଲ କରି ଆପଣ ମୋବାଇଲ ସ୍ପିଡ ଓ ବ୍ୟାଟେରୀ ପାୱାରକୁ ବଢାଇ ପାରିବେ। ଗେମ୍ ଆପ ଗୁଡିକୁ ଆପଣଙ୍କ ମୋବାଇଲ ସ୍ଲୋ ହେବାର କାରଣ ଭାବିବା ଆଗରୁ ପ୍ରକୃତରେ ଆପଣଙ୍କ ମୋବାଇଲର ସ୍ପିଡ କେଉଁ ଆପ ଯୋଗୁଁ କମ ହୋଇଯାଇଛି ତାହା ଜାଣନ୍ତୁ।

1. ଆପଣଙ୍କ ମୋବାଇଲରେ ଥିବା ଆପ୍ ଗୁଡିକ ମଧ୍ୟରୁ କେଉଁ ଆପ କେତେ ଷ୍ଟୋରେଜ ଓ କେତେ ବ୍ୟାଟେରୀ ବ୍ୟବହାର କରୁଛି ଏହା ଆପଣ ସେଟିଙ୍ଗକୁ ଯାଇ ଯାଞ୍ଚ କରିପାରିବେ।

2. ଏଥିପାଇଁ ପ୍ରଥମେ ମୋବାଇଲର ସେଟିଙ୍ଗରେ ଥିବା ଷ୍ଟୋରେଜ କିମ୍ବା ମେମୋରୀ ଅପ୍ସନ ଉପରେ କ୍ଲିକ କରନ୍ତୁ।

3.କେଉଁ ପ୍ରକାରର ଆପ୍ ଆପଣଙ୍କ ମୋବାଇଲରେ ସବୁଠାରୁ ଅଧିକ ମେମୋରୀ ବ୍ୟବହାର କରୁଛି ତାହା ଆପଣ ଯାଞ୍ଚ କରିପାରିବେ। ଏହାସହିତ ଇଣ୍ଟରନାଲ ଷ୍ଟୋରେଜ କେତେ ବ୍ୟବହାର ହୋଇଛି ଓ କେତେ ବାକି ଅଛି ତାହା ମଧ୍ୟ ଜାଣିପାରିବେ।

4.ମେମୋରୀ ଅପ୍ସନ ଉପରେ କ୍ଲିକ କରିବା ପରେ memory used by app ଅପ୍ସନ ପାଇବେ। ଏହି ତାଲିକାରେ ଆପଣଙ୍କୁ App Usage of RAM ଅପ୍ସନ ଦେଖେଇବ ଓ ଏଥିରେ ମୋବାଇଲରେ କେଉଁ ଆପ୍ କେତେ ମେମୋରୀ ବ୍ୟବହାର କରୁଛି ତାହା ମଧ୍ୟ ଦେଖାଇବ।

5.ଏହାକୁ ଦେଖିବା ପରେ ଯେଉଁ ଆପ୍ ଆପଣଙ୍କ ମୋବାଇଲରେ ଅଧିକ ମେମୋରୀ ବ୍ୟବହାର କରୁଛି ଓ ଆପଣ ଯଦି ସେହି ଆପ୍ ବ୍ୟବହାର କରୁନାହାନ୍ତି ତେବେ ତାହାକୁ ଅନଇନଷ୍ଟଲ କରିଦିଅନ୍ତୁ।

6.ଏହାବ୍ୟତୀତ ଆପଣ ଅନେକ ଆପ୍ ଗୁଡିକର ଲାଇଟ୍ ଭର୍ସନ ମଧ୍ୟ ଡାଉନଲୋଡ କରିପାରିବେ, ଯାହାକି କମ ରାମ ଓ କମ ଷ୍ଟୋରେଜ ବ୍ୟବହାର କରିଥାନ୍ତି। ଏହାଦ୍ଵାରା ଆପଣଙ୍କ ସ୍ମାର୍ଟଫୋନର ପ୍ରୋସେସିଙ୍ଗ ସ୍ପିଡ ଅଧିକ ହେବ।

#mobile #mobilestorege

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon