• padmabati kund

ଫ୍ୟାନଙ୍କ ଉପରକୁ ଡେଇଁ ସମାଲୋଚିତ ହେଲେ ରଣବୀର ସିଂ


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ରଣବୀର ସିଂ ତାଙ୍କର ଆଗାମୀ ଫିଲ୍ମ ‘ଗଲି ବଏ’ କୁ ନେଇ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି। ସିନେମାଟି ଆସନ୍ତା ଫେବୃଆରୀ ୧୪ ତାରିଖରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ରିଲିଜ ତାରିଖ ପାଖେଇ ଆସୁଥିବାରୁ ରଣବୀର ଏହାର ପ୍ରମୋସନ ପାଇଁ ବହୁତ ବ୍ୟସ୍ତ ରହିଛନ୍ତି। ପ୍ରମୋସନ କରିବା ସମୟରେ ଗୀତ ଗାଇ ଫ୍ୟାନ୍ସଙ୍କର ମନୋରଞ୍ଜନ ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି। ତେବେ ନିକଟରେ ରଣବୀର ଏହି ଫିଲ୍ମର ଏକ ପ୍ରମୋସନାଲ ଇଭେଣ୍ଟରେ ଦର୍ଶକ ଭିଡ ଉପରକୁ ଡେଇଁଥିଲେ ଓ ଏହି ଘଟଣା ପାଇଁ ଫ୍ୟାନ୍ସମାନେ ରଣବୀରଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି।

ଫିଲ୍ମର ଏକ ପ୍ରମୋସନାଲ ଇଭେଣ୍ଟରେ ରଣବୀରଙ୍କୁ ଦେଖିବା ପାଇଁ ଯେତେବେଳେ ଫ୍ୟାନ୍ସଙ୍କ ଗହଳି ଜମିଲା ସେତେବେଳେ ରଣବୀର ଉତ୍ସାହିତ ହୋଇ ଷ୍ଟେଜ ଉପରୁ ଫ୍ୟାନ୍ସଙ୍କ ଭିଡ ଉପରକୁ ଡେଇଁ ପଡିଥିଲେ । ଏଥିରେ ସେଠାରେ ଉପସ୍ଥିତ ଥିବା ଫ୍ୟାନ ମାନଙ୍କୁ ଆଘାତ ଲାଗିଛି। ତଳେ ଠିଆ ହୋଇଥିବା କିଛି ଯୁବତୀଙ୍କ ଉପରେ ସେ ପଡିଯାଇଥିଲେ। ଦର୍ଶକଙ୍କ ଭିଡ ଭିତରକୁ ଡେଉଁଥିବା ସମୟର ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଫିଲ୍ମ ଷ୍ଟାରମାନେ ନିଜ ଆଗାମୀ ଫିଲ୍ମ କିମ୍ବା ମ୍ୟୁଜିକର ପ୍ରମୋସନାଲ ଇଭେଣ୍ଟ ଗୁଡିକରେ ଦର୍ଶକଙ୍କ ଆଗରେ ନାଚଗୀତ କରୁଥିବା ସମୟରେ ତଳେ ଠିଆ ହୋଇଥିବା ଦର୍ଶକଙ୍କ ଗହଳିକୁ ଡେଉଁଥିବାର ଦେଖିବାକୁ ମିଳିଥାଏ। ଏହି ସମୟରେ ତଳେ ଠିଆ ହୋଇଥିବା ଦର୍ଶକମାନେ ଅଭିନେତାକୁ ଧରି ନେଇଥାନ୍ତି। କିନ୍ତୁ ରଣବୀର ସିଂ ଠିକ ସମୟରେ ଡେଇଁନଥିଲେ। ରଣବୀର ସିଂ ଭିଡ ଉପରକୁ ଡେଇଁବା ସମୟରେ କିଛି ଦର୍ଶକମାନେ ମୋବାଇଲରେ ଫଟୋ ଉଠାଉଥିଲେ।

ଇଂରାଜୀ ଖବରକାଗଜ ମିଡ ଡେ’ ତରଫରୁ ଏହି ଘଟଣାର କିଛି ଫଟୋ ଶେୟାର କରଯାଇଥିଲା। ରଣବୀର ସିଂ ହଠାତ ଦର୍ଶକଙ୍କ ଉପରକୁ ଡେଇଁବା କାରଣରୁ କିଛି ମହିଳା ତଳେ ବସି ପଡିଥିବାର ଦେଖିବାକୁ ମିଳିଥିଲା।

ଏହି ଘଟଣା ଘଟିବା ପରେ ସୋସିଆଲ ମିଡିଆରେ ରଣବୀର ସିଂ ଙ୍କୁ ଏପରି କାମ ପାଇଁ ଟ୍ରୋଲ କରାଯାଇଛି। ଏପରି ପିଲାଳିଆମୀ ଢଙ୍ଗ ଛାଡି ବଡଲୋକଙ୍କ ପରି କାମ କରିବା ଉଚିତ ବୋଲି କହିଛନ୍ତି। ଜଣେ ଟ୍ଵିଟର ବ୍ୟବହାରକାରୀ କହିଛନ୍ତି ଯେ, “ରଣବୀର ଜଣେ ପ୍ରଭାବଶାଳୀ ଓ ପ୍ରତିଭାସମ୍ପନ୍ନ ଅଭିନେତା ଅଟନ୍ତି। କିନ୍ତୁ ଜଣେ ଦାୟିତ୍ଵସମ୍ପନ୍ନ ଅଭିନେତା ପରି କାମ କରିବା ଉଚିତ। ସେ ଜଣେ ଲୋକପ୍ରିୟ ଅଭିନେତା, ତେଣୁ ସବୁ କାମ ବୁଝି ବିଚାରି କରିବା ଉଚିତ।

ଫ୍ୟାନମାନେ ରଣବୀରଙ୍କୁ ଏପରି ଅନେକ କଥା କହିବା ପରେ ରଣବୀର ଏହାର ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, “ଏବେ ଆଗକୁ ମୁଁ ସାବଧାନ ରହିବି। ମୋ ପାଇଁ ଚିନ୍ତା କରିଥିବାରୁ ଓ ମତେ ଏତେ ଭଲ ପାଇବା ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।“

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ‘ସିମ୍ବା’ ଫିଲ୍ମର ପ୍ରମୋସନାଲ ଇଭେଣ୍ଟରେ ମଧ୍ୟ ସେ ଫ୍ୟାନ୍ସଙ୍କ ଉପରକୁ ଡେଇଁ ପଡିଥିଲେ।

#entertainment #bollywood #ranveersingh

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon