• padmabati kund

ମହିଳାଙ୍କ ପେଟ ଚର୍ବି କମାଇବା ପାଇଁ 5ଟି ସହଜ ବ୍ୟାୟାମ


(ବେତାର ବ୍ୟୁରୋ) ମହିଳାମାନେ ସନ୍ତାନ ପ୍ରସବ ଦେବା ପରେ ମଧ୍ୟ ସେମାନଙ୍କର ପେଟ ବାହାରକୁ ବାହାରିଥିବା ପରି ଦେଖାଯାଇଥାଏ। ଏହି ସମସ୍ୟା ପ୍ରାୟ ମହିଳାଙ୍କ ଠାରେ ଦେଖାଯାଇଥାଏ। ପ୍ରସବ କରିବା ପରେ ମଧ୍ୟ ପେଟ ବାହାରକୁ ବାହାରିବାକୁ diastasis recti ବୋଲି କୁହାଯାଇଥାଏ। ପ୍ରାୟ ୪୦%ମହିଳା ଏହି ସମସ୍ୟା ଦ୍ଵାରା ପିଡୀତ ରହିଥାନ୍ତି। ତେବେ ନିୟମିତ ବ୍ୟାୟମ କରି ଆପଣ ଏହି ସମସ୍ୟାକୁ ଦୂର କରିପାରିବେ।

ଯଦି ଆପଣ ନିଜର ପେଟ ପାଖରେ ଥିବା ମୋଟାଅଂଶକୁ କମ କରିବାକୁ ଚାହୁଁଛନ୍ତି ତେବେ ପାଞ୍ଚଟି ସହଜ ବ୍ୟାୟମ କରିପାରିବେ। ଏଥିପାଇଁ ଆପଣଙ୍କୁ ଅଧିକ ସମୟ ମଧ୍ୟ ବାହାର କରିବାକୁ ପଡିବ ନାହିଁ।

1.ଟମି ଟକ ବ୍ୟାୟାମ: ଏଥିପାଇଁ ତଳେ ସିଧା ହୋଇ ଶୁଅନ୍ତୁ ଓ ଆଣ୍ଠୁକୁ ଉପରକୁ ଉଠାଇ ଗୋଡକୁ ବଙ୍କା କରି ରଖନ୍ତୁ। ମୁଣ୍ଡକୁ ସାମାନ୍ୟ ଉପରକୁ କରି ହାତକୁ ମୁଣ୍ଡାତଳେ ରଖନ୍ତୁ। ଏହାପରେ ନିଶ୍ଵାସ ନେବା ସହିତ ପେଟକୁ ଧୀରେ ଧୀରେ ଭିତରକୁ ଟାଣନ୍ତୁ। ପ୍ରାୟ 10ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ପେଟକୁ ଭିତରକୁ ଟାଣି ରଖିବା ପରେ ଧୀରେ ଧୀରେ ନିଶ୍ଵାସ ଛାଡନ୍ତୁ। ଏହିପରି ଭାବରେ ଦିନକୁ ତିନିବେଳା 10ଥର ଲେଖାଏଁ କରନ୍ତୁ।

2.ପେଲଭିକ ସ୍କ୍ୱିଜ: ଏହି ବ୍ୟାୟମ କରିବା ସମୟରେ ପୂର୍ବପରି ତଳେ ସିଧା ହୋଇ ଶୁଅନ୍ତୁ। ଧୀରେ ଧୀରେ ନିଶ୍ଵାସ ପ୍ରଶ୍ଵାସ ନିଅନ୍ତୁ। ଏହାପରେ ଆପଣଙ୍କ ତଳିପେଟକୁ ସଂପୂର୍ଣ୍ଣ ଭାବରେ ଟାଇଟ କରି ରଖନ୍ତୁ। ଏହିପରି 30ସେକେଣ୍ଡ ରହିବା ପରେ ପୁଣି ଆଉଥରେ ଏମିତି କରନ୍ତୁ। ପ୍ରତିଦିନ ତିନିବେଳା ଏହାକୁ 20ଥର ଲେଖାଏଁ କରିବା ଦ୍ଵାରା ପରିବର୍ତ୍ତନ ଦେଖିପାରିବେ।

3.ପେଲଭିକ ଟିଲ୍ଟ: ଏଥିରେ ଭୂମି ଉପରକୁ ମୁହଁ କରି ସିଧା ହୋଇ ଶୁଅନ୍ତୁ। ଏହାପରେ ଆଣ୍ଠୁକୁ ବଙ୍କା କରି ଉପରକୁ ରଖନ୍ତୁ। ହାତକୁ ଭୂମିସହିତ ସମାନ୍ତରାଳ କରି ରଖନ୍ତୁ। ଏହାପରେ ଧୀରେ ଧୀରେ ନିଶ୍ଵାସ ନେବା ସହିତ ପେଟକୁ ଉପରକୁ କରନ୍ତୁ। 10ସେକେଣ୍ଡ ଏହିପରି ରଖିବା ପରେ ପେଟକୁ ତଳକୁ ଆଣନ୍ତୁ। ଦୈନିକ ପାଞ୍ଚଥର ଏହିପରି କରନ୍ତୁ।

4. ପ୍ଲାଙ୍କ ୱିଥ ସପୋର୍ଟ: କାନ୍ଥ ପାଖରେ ସିଧା ଠିଆ ହୁଅନ୍ତୁ। ଆପଣଙ୍କର ହାତ ଓ କାନ୍ଧକୁ ସିଧା କରି ରଖି ଠିଆ ହୁଅନ୍ତୁ। ଏହାପରେ ଆପଣଙ୍କର ନାଭିକୁ ଭିତରକୁ ଟାଣନ୍ତୁ ଓ ଏହିପରି 10 ସେକେଣ୍ଡ ରୁହନ୍ତୁ। ଏହିସମୟରେ ଧୀରେ ଧୀରେ ନିଶ୍ଵାସ ନେବାକୁ ଚେଷ୍ଟା କରନ୍ତୁ। ଏହିପରି ଏହାକୁ ଦଶଥର କରନ୍ତୁ।

5.ଅପୱାର୍ଡ ପ୍ଲାଙ୍କ: ଏହି ବ୍ୟାୟାମରେ ଭୂମି ଉପରେ ଉପରକୁ ମୁହଁକରି ଶୁଅନ୍ତୁ। ଏହାପରେ ନିଜ ହାତ ଓ ଗୋଡ ବଳରେ ଶରୀରକୁ ଉପରକୁ ଉଠାନ୍ତୁ। ଦୁଇ ଗୋଡ ମଧ୍ୟରେ ସାମାନ୍ୟ ଫାଙ୍କା ରଖନ୍ତୁ। ହାତକୁ ଠିକ ଆପଣଙ୍କ କାନ୍ଧତଳେ ରଖନ୍ତୁ ଓ ଏହି ଅବସ୍ଥାରେ ଅତିକମରେ ପାଞ୍ଚଥର ନିଶ୍ଵାସ ପ୍ରଶ୍ଵାସ ନିଅନ୍ତୁ। ଏହିପରି ଭାବରେ ଚାରିରୁ ପାଞ୍ଚଥର କରନ୍ତୁ।

#health #exercise #fattummy

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon